ଏସଏମସିର ବେଆଇନ ଉଚ୍ଛେଦକୁ ଘୋର ବିରୋଧ ଓ ନିନ୍ଦା
ହାଇକୋର୍ଟ ନିର୍ଦ୍ଦେଶ ପାଳନ ପାଇଁ ଦାବି
କ୍ଷତିପୂରଣ ସହ ଥଇଥାନ ଦାବି
ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ବୁର୍ଲା ନାଗରିକ କମିଟି ର ସ୍ଵତନ୍ତ୍ର ସଭାରେ ସହରବାସୀଙ୍କୁ ସ୍ଥାୟୀ ଜମି ପଟ୍ଟା ଦେବା ପାଇଁ ସଚେତନ ନାଗରିକ ମାନେ ଦାବୀ କରିଛନ୍ତି । ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବାସ କରୁଥିବା ନାଗରିକଙ୍କୁ ପଟ୍ଟା ଦେବା ବଦଳରେ ବେଆଇନ ରୂପେ ଉଚ୍ଛେଦ କରାଯାଉଛି । ମାନ୍ୟବର ହାକୋର୍ଟଙ୍କ ନିର୍ଦ୍ଦେଶକୁ ବି ପ୍ରଶାସନ ମାନୁନାହିଁ । ହାଇକୋର୍ଟ ନିର୍ଦ୍ଦେଶର ଖୋଲାଖୋଲି ଉଲଂଘନ ଅଭିଯୋଗରେରେ ଅଦାଲତ ଅବମାନନା ବି ଦାୟର କରାଯାଇଛି । ଏଥିରେ ଜିଲ୍ଲାପାଳ, କମିଶନର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି । ବିକାଶ ନାମରେ ଶହ ଶହ ଘର ଓ ଦୋକାନ ଉଚ୍ଛେଦ କରାଯାଇଛି । ଆହୁରି ଉଚ୍ଛେଦ ବି କରିବା ପାଇଁ ପ୍ରଶାସନ ସ୍ଥିର କରିଛି । ପ୍ରଶାସନର ଏଭଳି ବେଆଇନ କାର୍ଯ୍ୟର ଘୋର ନିନ୍ଦା କରାଯାଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତଥା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପ୍ରକାଶକ ଥାଉକି ୧୯୯୧ରେ ବୁର୍ଲାବାସୀଙ୍କୁ ପଟ୍ଟା ଦେବା ପାଇଁ ବୁର୍ଲା ନାଗରିକ କମିଟି ଆମରଣ ଅନଶନ କରିଥିଲା । ଦୀର୍ଘ ୪ ଦିନ ଅନଶନ ପରେ ସେତେବେଳର ଜିଲ୍ଲାପାଳ ହୱା ସିଂହ ଚହର ଓ ସାଂସଦ ଡ. କୃପାସିନ୍ଧୁ ଭୋଇ ଅନଶନ କାରୀ ଦୁର୍ଗା ପାଢ଼ୀ, ସୁରେଶ ପଣ୍ଡା, ବାବୁଲି ମିଶ୍ର ଓ କିଶୋର ମାଝୀଙ୍କୁ ଫଳରସ ପିଆଇ ପ୍ରତିଶ୍ରୁତି ସହ ଅନଶନ ଭଙ୍ଗ କରାଇଥିଲେ । ଅନ୍ୟାନ୍ୟ ଦାବି ସହ ୧୭ ଜଣଙ୍କୁ ପଟ୍ଟା ଦେବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ ତତ୍କାଳୀନ ଜିଲ୍ଲାପାଳ । ପରେ ପରେ ୧୭ ଜଣ ପଟ୍ଟା ପାଇଥିଲେ । ହେମାନନ୍ଦ ବିଶ୍ବାଳ ମୁଖ୍ୟମନ୍ତ୍ରୀ ରୂପେ ଗତ ୨୯.୧୨.୧୯୮୯ ତାରିଖ ଦିନ ଭୁବନେଶ୍ଵରରେ ନିଜ ସଚିବାଳୟ ପ୍ରକୋଷ୍ଠରେ ବୁର୍ଲା ଜମି ବନ୍ଦୋବସ୍ତକୁ ନେଇ ଏକ ସମୀକ୍ଷା ବୈଠକ ବି କରିଥିଲେ ଓ ବହୁ ପ୍ରସ୍ତାବ ଗ୍ରହଣ କରି ବୁର୍ଲା ବାସୀଙ୍କୁ ସ୍ଥାୟୀ ପଟା ନିୟମ ଅନୁଯାୟୀ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସ୍ଵତନ୍ତ୍ର ଆଇନ୍ ବି କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବୁର୍ଲା ନାଗରିକ କମିଟିର ବହୁ ପ୍ରତିନିଧି ଦୁର୍ଗା ପାଢ଼ୀଙ୍କ ନେତୃତ୍ଵରେ ଯୋଗଦେଇଥିଲେ । ଦୀର୍ଘ ୩୩ ବର୍ଷରେ ଏ ବାବଦରେ ସରକାର ଓ ଜିଲ୍ଲା ପ୍ରଶାସନକୁ ପଟ୍ଟା ପାଇଁ ଅନୁରୋଧ କରାଯାଇଛି । କିନ୍ତୁ କିଛି ହାସଲ ହୋଇପାରି ନ ଥିବାରୁ କମିଟି କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ଗତ ୧୧.୦୫.୧୯୯୨ ରେ ଆରଡିସିଙ୍କ କୋର୍ଟରେ ବି ସେତେବେଳର ଆରଡିସି ଏଲ. କିଣ୍ଡୋଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଆଲୋଚନା ପରେ ବିଧିବଦ୍ଧ ରୂପେ ପ୍ରସ୍ତାବ ପାରିତ୍ ହୋଇଥିଲା । ଜିଲ୍ଲାପାଳ ଓ ତହସିଲଦାର ଓ ସବ୍ କଲେକ୍ଟରଙ୍କୁ ପଟ୍ଟା ପ୍ରଦାନ ପାଇଁ ସ୍ଵତନ୍ତ୍ର ନିର୍ଦ୍ଦେଶନାମା ବି ହୋଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ୩୨ ବର୍ଷ ବିତଯାଇଥିଲେ ବି ପ୍ରଚଳିତ ଆଇନ୍ ଅନୁଯାୟୀ ଯୋଗ୍ୟ ବିବେଚିତ ବ୍ୟକିଙ୍କୁ ପଟ୍ଟା ଦେଲେ ନାହିଁ । କେବଳ ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ଦିଆଗଲା । ଏବେ ବି ଦିଆ ଯାଇଛି । ହେମାନନ୍ଦ ବିଶ୍ବାଳ ସାଂସଦ ଥିଲାବେଳେ ଗତ ୨୦୦୯ ପତ୍ର ସଂଖ୍ୟା ୭୮୧/୧୮.୧୧.୨୦୦୯ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏ ବିଷୟ ନେଇ ପତ୍ର ଲେଖିଥିଲେ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉତ୍ତରରେ ପତ୍ର ସଂଖ୍ୟା ୩୭୯ / ୫.୧୨.୨୦୦୯ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାପାଇଁ ଶ୍ରୀ ବିଶ୍ବାଳ ଙ୍କୁ ଜଣାଇଥିଲେ । କିନ୍ତୁ ତା ପରେ ୧୪ ବର୍ଷ ପରେବି ବୁର୍ଲା ବସି ପଟ୍ଟା ପାଇଲେ ନାହିଁ । ବିଧାନ ସଭାରେ ବି ଏ ବିଷୟ ନେଇ ବହୁ ବାର ଚର୍ଚ୍ଚା ହୋଇ ଉତ୍ତର ବି ଯୋଗ୍ୟ ବ୍ୟକ୍ତିଙ୍କୁ ପଟ୍ଟା ଦେବା ପାଇଁ ସରକାର କାର୍ଯ୍ୟ ରତ ବୋଲି ବିଧାୟକ ଦୁର୍ଗା ପଟ୍ଟନାୟକଙ୍କୁ ଲିଖିତ ଉତ୍ତର ବି ମିଳିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବାଳ ନେଇଥିବା ପ୍ରସ୍ତାବ ଅନୁଯାୟୀ ପଟ୍ଟା ଦିଆଯିବ ବୋଲି ସରକାର ପ୍ରସ୍ତୁତ ବୋଲି ଓଡ଼ିଶା ବିଧାନ ସଭା ବିବରଣୀ ଚିଠି ସଂଖ୍ୟା ୧୪୫୮୩ / ୧୦.୦୭.୧୯୯୦ ରେ ବିଧାୟକ ଶ୍ରୀ ପଟ୍ଟନାୟଙ୍କୁ ଉତ୍ତର ମିଳିଛି । ବୁର୍ଲା ନାଗରିକ କମିଟିର ଦାବିପତ୍ର ଉପରେ କାର୍ଯ୍ୟାନୁଷ୍ଠନ ପାଇଁ ମାନ୍ୟବର ରାଜ୍ୟପାଳ ବି ସରକାରଙ୍କୁ ଲେଖିଛନ୍ତି । କମିଟି ବି ଅନେକ ଥର ସରକାର ଓ ସବୁ କତୃପକ୍ଷଙ୍କୁ ଦାବି କରି ଲେଖିଛି । ୩୦ ବର୍ଷ ରେ ଶହ ସହ ପତ୍ର ବୁର୍ଲା ନାଗରିକ କମିଟି ଦାବିପତ୍ର ଦେଇଛି । ଦାବି କିନ୍ତୁ ପ୍ରତ୍ରିଶୃତିରେ ରହିଯାଇଛି । ସରକାର ଓ ପ୍ରଶାସନ ର ଏ ପ୍ରକାର ଉଦାସୀନତାଙ୍କୁ କମିଟି ଘୋର ନିନ୍ଦା କରିଛି । ବୁର୍ଲାରେ ଲୋକଙ୍କୁ ପଟ୍ଟା ଦେବା ବଦଳରେ ବେଆଇନ ଉଚ୍ଛେଦ କରିଥିବାରୁ ଘୋର ନିନ୍ଦା କରି ନିନ୍ଦା ପ୍ରସ୍ତାବ ବି ଗ୍ରହଣ କରିଛି । ଏସଏମସି ବୁର୍ଲା ବାସୀଙ୍କୁ ନିମ୍ନତମ ସୁବିଧା ସୁଯୋଗ ଦେବାରେ ସମ୍ପୂର୍ଣ ବିଫଳ ହୋଇଛି । ରାସ୍ତା ଘାଟ, ପିଇବା ପାଣି , ସଫେଇ ଇତ୍ୟାଦିରେ ପୁରାପୁରି ବିଫଳ । କେବଳ ବାବୁ ରାଜ୍ ଚାଲିଛି । ଜନସାଧାରଣଙ୍କ ଅସୁବିଧା ନ ଶୁଣି ମନମାନି କରି ଏସଏମସି ଉଚ୍ଛେଦ କରିଚାଲିଛି । ଏହା ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ କମିଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିବା ସହ ହାଇକୋର୍ଟର ବି ଦୃଷ୍ଟି ଆକର୍ଷଣ କରିଛି । ସବୁ କାମ ପାଇ ଏକ ପରିଚାଳନା କମିଟି ଗଠନ କରାଯାଇଛି । ଆଇନଜିବି ଦୁର୍ଗା ପାଢୀଙ୍କ ଆବାହକତ୍ୱରେ ଆଇନଜୀବୀ ଅରୁଣ କୁମାର, ଆଇନଜୀବି ଗୋପାଲ ଲାଲ, ଆଇନଜୀବୀ ହୃଷୀକେଶ ସ୍ୱାଇଁ, ଆଇନଜୀବୀ ପ୍ରଶାନ୍ତ ପାଢ଼ୀ, ଆଇନଜୀବୀ ଅଶ୍ଵିନୀ ପଣ୍ଡା, ଆଇନଜୀବି ବୁଲୁ ବଡ଼ପଣ୍ଡା, ଆଇନଜୀବି କାଳିଦାସ ପଟେଲ, ବରିଷ୍ଠ ନାଗରିକ ଶିବରାମ ପଣ୍ଡା, ସୁରେଶ ପଣ୍ଡା, ଅନିଲ ତୁଲି, ଡ ରବିନ୍ଦ୍ର ପ୍ରଧାନ, ଆର ଏ ଶିବକୁମାର, କିଶୋର ସାହା, ଦଶରଥ ଦାସ, ବାଦଲ ମେହେଟା, ସୁଜିତ ଫର୍ଣାଡିଜ, ଡ ସନ୍ତୋଷ କାନୁନଗୋ, ଅଧ୍ୟାପକ ସରୋଜ ତ୍ରିପାଠୀ , ବିରଞ୍ଚି ମହାପାତ୍ର, କୈଳାଶ ପଣ୍ଡା, ଶିବ ପାଢ଼ୀ, ମନୋରଞ୍ଜନ ବେହେରା, ତପନ ବେହେରା, ଅଂସୁ ବେହେରା, ପ୍ରଭାକର ବେହେରା, ଚୌଧୁରୀ ପ୍ରଧାନ,ଅଜିତ ନନ୍ଦା, ଗୁଡୁ ଉପ୍ପଲ୍, ସଞ୍ଜୀବ ପଣ୍ଡା ଓ ମହେଶ୍ୱର ନାୟକଙ୍କୁ ନେଇ ଏକ ଅସ୍ଥାୟୀ କମିଟି ଗଠନ କରାଯାଇଛି । ଏହି କମିଟି ବୁର୍ଲାବାସୀଙ୍କ ସ୍ଥାୟୀ ପଟ୍ଟା ପାଇଁ ନିୟମିତ ରୂପେ କାମ କରିବ । ପରାମର୍ଶ ଦାତା ରୂପେ ହାଇକୋର୍ଟ ର ଓକିଲ ସର୍ବଶ୍ରୀ ଦିପାଲି ମହାପାତ୍ର, ବିଜୟ ରଗଡା, ଲକ୍ଷ୍ମୀ ନାରାୟଣ ପଟେଲ , ପ୍ରଶାନ୍ତ ପ୍ରଧାନ, ସୁମନ୍ତ ସ୍ବାଇଁଙ୍କୁ ମନୋନୀତ କରାଯାଇଛି ବୋଲି କମିଟି ପ୍ରେସ ବିବୃତିରେ ଜଣାଇଛି ।
ପ୍ରକାଶ ଥାଉକି ସୁରେଶ ପଣ୍ଡା WPC No 17835/2023, ଅରୁଣ କୁମାର WPC No 26032/2023, ଆର ଏ ଶିବକୁମାର WPC No 27855/2023, ପ୍ରଶାନ୍ତ ପାଢ଼ୀ WPC No 26169/2023, ସୁଷମା ପ୍ରଧାନ WPC No 26203/2023, କିଶୋର ସାହା WPC No 27561/2023, ନାରାୟାଣ ସାହା WPC 27601/2023, ବଳରାମ ନାୟକ WPC No 27847/2023, ବାଦଲ ମେହେଟା WPC No 26800/2023, ମନୋରଞ୍ଜନ ବେହେରା WPC No 26804/2023, ପ୍ରଭାକର ବେହେରା WPC No 20900/2023, ସୁଜିତ ଫର୍ଣାଡେଜ WPC No 21215/2023, କାଳିଦାସ ପଟେଲ WPC No 20896/2023, ସୁବାସ ପଣ୍ଡା WPC No 21150/2023, କିଶୋର ତାଣ୍ଡି 20618/2023, ହରିଶ ଦିପ WPC No 25242/2023 ପ୍ରମୁଖ ହାଇକୋର୍ଟରେ ରିଟ ଆବେଦନ କରି ବେଇଆନ ଭଙ୍ଗା ରୁଜା ବିରୋଧରେ ଆଦେଶ ଆଣିଛନ୍ତି । ଏନେଇ ବୁର୍ଲା ନାଗରିକ କମିଟିର ଅରୁଣ କୁମାର, ପ୍ରଶାନ୍ତ ପାଢ଼ୀ, ବାଦଲ ମେହେଟା, ସୁରେଶ ପଣ୍ଡା, ଆର୍ ଶିବ କୁମାର ପ୍ରମୁଖ ସୂଚନା ଦେଇଛନ୍ତି ।