ବର୍ଷା ଯୋଗୁ ଏସିଆ କପ ସୁପର ୪ ମ୍ୟାଚର ଭେନ୍ୟୁ ବଦଳିବା ସମ୍ଭାବନା ସୃଷ୍ଟି !

ଓଡ଼ିଆ ବାର୍ତ୍ତା/ କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ବର୍ଷା ଯାଗୁ ବାତିଲ ହେବା ପରେ ଆୟୋଜକ କମିଟି ଚିନ୍ତାରେ ପଡିଛି । ଆଗକୁ ଏଠାରେ ବର୍ଷା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରୁହେ ତେବେ ସୁପର ୪ ମ୍ୟାଚ ଭେନ୍ୟୁରେ ପରିବର୍ତନ କରାଯିବା ନେଇ ଆଲୋଚନା ଚାଲିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ସେପ୍ଟମ୍ବର ୯ରୁ କଲମ୍ବୋରେ ମ୍ୟାଚ ଖେଳାଯିବ । ଏଠାରେ ପାଣିପାଗ ସ୍ଥିତି ଅନୁଧ୍ୟାନ କରାଯିବା ପରେ ୨ ଦିନ ମଧ୍ୟରେ ଭେନ୍ୟୁ ବଦଳାଯିବା କି ନାହିଁ ତାହା ସ୍ପଷ୍ଟ କରାଯିବ । ସୂଚନାଯୋଗ୍ୟ, ଏସିଆ କପ ୨୦୨୩ ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବା ପାଇଁ ଭାରତ ମନା କରିବା ପରେ ଏବେ ଏହାକୁ ହାଇବ୍ରିଡ ମଡେଲରେ ଖେଳାଯାଉଛି । ଭାରତ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ ।

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏସିଆ କପରେ ରୋମାଂଚ ଭରି ଥାଏ । ଏହି ୨ ଟିମ ସୁପର ଫୋରକୁ ଯିବା ନିଶ୍ଚିତ ହୋଇଥିବାରୁ ଦାମ୍ବୁଲା କିମ୍ବା ପଲ୍ଲେକେଲରେ ମ୍ୟାଚ ଆୟୋଜନ କରାଯାଇପାରେ । ତେବେ ଏ ନେଇ ବିଧିବଦ୍ଧ ଭାବେ କୌଣସି ପ୍ରକାରର ଘୋଷଣା କରାଯାଇ ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.