କବିତା: ଗୁରବେ ନମଃ

ଶୁଭାଙ୍ଗ୍ରୀ ପ୍ରିୟବାଦିନୀ

ଗୁରୁ ଏକ ଶବ୍ଦ
ନା ଏକ ସଂରଚନା।
ଗୁରୁ ଏକ ଭାବନା
ନା ଏକ ସଂଭାବନା।
ଗୁରୁ ଏକ ଚ଼େତନା
ନା ଏକ ରଚ଼ନା।
ଗୁରୁ ଏକ ଅଳଙ୍କାର
ନା ଏକ ମୂର୍ଚ୍ଛନା।

Omkar Vasthu
Omkar Vasthu

ଗୁରୁ ଆରମ୍ଭର ସଦ୍ୟଫୁଟା ବାସ୍ନା
ନା ଶେଷର‌ ମଧୁର ଜ୍ୟୋସ୍ନା।

Pearl dental clinic
Near Ashish Medical Store, Bhawanipatna

ଗୁରୁ କ’ଣ ଆଲୋଚ଼ନା
ନା ପର୍ଯ୍ୟାଲୋଚ଼ନା।
ଗୁରୁ ପଥପ୍ରଦର୍ଶକ
ନା ଆଲୋକର‌ ଶୀର୍ଷକ।
ଗୁରୁ ଅଟେ ତୃଷ୍ଣା ମେଣ୍ଟାଇବାର‌ ପ୍ରୟାସ
ନା ଶିଷ୍ୟଙ୍କର‌ ଆଶା ଓ ବିଶ୍ବାସ।
ଗୁରୁ କାରକ
ନା‌ ବ୍ୟତିରେକ।
ସବୁରି ମିଶ୍ରଣେ ସେ ଗରୀୟାନ
ଏବଂ ମହାନ୍
ସର୍ବ ସମ୍ମତେ ସର୍ବ ସମ୍ମୁଖେ
ଏବଂ ସର୍ବାଗ୍ରେ
ସେ ପୂଜ୍ୟ
ଓ‌ ବନ୍ଦନୀୟ
ଗୁରୁବେ ନମଃ।।

Udyog Nursery
Udyogi Nursery
ଭୁବନେଶ୍ୱର
ମୋବାଇଲ ନମ୍ବର: ୭୦୦୮୧୦୯୯୮୦ 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.