ଦିବ୍ୟାଙ୍ଗଙ୍କୁ ଟ୍ରେନ ପାସ କାର୍ଡ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ରାୟଗଡା ରେଳବାଇ ଷ୍ଟେସନ ଠାରେ ଦିବ୍ୟାଙ୍ଗ ମାନଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଭିନ୍ନକ୍ଷମ ମହାସଂଘର ସଭାପତି ରାକେଶ ଚନ୍ଦ୍ର ହିମିରିକା, ଉପସଭାପତି ସନ୍ତୋଷ କୁମାର ମହାପାତ୍ର ଓ ସମ୍ପାଦକ ଜଳନ୍ଧର ବାଚେଲି ପ୍ରମୁଖ ଉପସ୍ଥିତ ଥିଲେ | ଜିଲ୍ଲାର ୫୧ଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଟ୍ରେନ ଯାତ୍ରା ସମୟରେ ଟିକେଟ ଭଡାରେ ରିହାତି ପାଇବା ପାଇଁ ଆବେଦନ କରିଥିଲେ | ରେଳବାଇ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ଆବେଦନକୁ ଗୁରୁତ୍ୱ ଦିଆଯାଇ ଟେନ ପାସ ପ୍ରଦାନ କରାଯାଇଛି | ଆଉ ଏହି ଦିବ୍ୟାଙ୍ଗ ମାନଙ୍କ ଟ୍ରେନ ପାସ କାର୍ଡ ବଣ୍ଟନ କରାଯାଇଥିଲା | ଆଗାମୀ ଦିନରେ ଏହି ସୁବିଧାରୁ ବଞ୍ଚିତ ଥିବା ଭିନ୍ନକ୍ଷମମାନଙ୍କୁ ମଧ୍ୟ ଏହି ସୁବିଧାରେ ସାମିଲ କରାଯିବ ବୋଲି ସଙ୍ଘ ସଭାପତି ରାକେଶ ପ୍ରକାଶ କରିଛନ୍ତି | ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ସାତ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରେନ ପାସ କାର୍ଡ ବଣ୍ଟନ କରାଯାଇଥିଲା | ଆମ ଜିଲ୍ଲାର ସମସ୍ତ ବ୍ଲକର ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ଟ୍ରେନ ପାସ ପାଇବାରେ ଯଦି କୌଣସି ଅସୁବିଧା ଥିଲେ ଆମକୁ ଜଣାନ୍ତୁ ବୋଲି ସଙ୍ଘ ସମ୍ପାଦକ ଜଳନ୍ଧର ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.