ସଇଁତଲାରେ ସାମ୍ବାଦିକ ସଂଘକୁ ଜାଗା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଠାରେ ଗତ ସୋମବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀରେ ଅନୁଷ୍ଠିତ ହୋଇଥିଲା l ଏହି ସମୟରେ ସଇଁତଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆଙ୍କୁ ଜାଗା ଯୋଗାଇ ଦେବା ପାଇଁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା l ପ୍ରକାଶ ଯେ, ସଇଁତଲା ବ୍ଲକର କାଯ୍ୟରତ ସାମ୍ବାଦିକମାନେ ଦୀର୍ଘ ବର୍ଷ ହେଲା ବିଭିନ୍ନ ପତ୍ରପତ୍ରିକାରେ ପ୍ରତିନିଧି ଭାବେ ରହି କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନେ ବସିବା ପାଇଁ କୋଣସି ଜାଗା ଖଣ୍ଡିଏ ନାହିଁ l ଏପରିକି ବ୍ଲକରେ ପ୍ରାୟ ୧୫ରୁ ଉର୍ଦ୍ଧ କାଯ୍ୟରତ ସାମ୍ବାଦିକମାନେ ରହିଛନ୍ତି l ଏହି ସାମ୍ବାଦିକମାନେ ଖରା, ବର୍ଷା, ଶୀତରେ ଅଞ୍ଚଳର ଜନସାଧାରଣମାନଙ୍କ ଖବର ପ୍ରସାର କରି ଆସୁଥିବା ବେଳେ କୋଣସି ସ୍ଥାନରେ ବସାଉଠା କରିବା ପାଇଁ ଜାଗା ନ ଥିବାରୁ ସାମ୍ବାଦିକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି l ତେଣୁ କରି ସଇଁତଲା ବ୍ଲକ ସାମ୍ବାଦିକ ଭବନ ନିର୍ମାଣ ପାଇଁ ତା’ ପୂର୍ଵରୁ ଜାଗା ଯୋଗାଇ ଦେବା ପାଇଁ ପ୍ରଶାସନ ଠାରେ ସଇଁତଲା ବ୍ଲକ ସାମ୍ବାଦିକ ସଂଘ ତରଫରୁ ଦାବୀ କରିଛନ୍ତି l ଏହି ଦାବୀପତ୍ର ସମୟରେ ସାମ୍ବାଦିକ ତଥା ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ରାଖାଲ ଶତପଥି, ନାରାୟଣ ସାହୁ, ବିଶାଳ ଅଗ୍ରୱାଲ, ଅବିନାଶ ନନ୍ଦ, ପ୍ରଦୀପ ବାଗ, ରଞ୍ଜନ ବାଗ, ତରୁଣ ବେହେରା, ଆଲୋକ ସାହୁ, ଗୋକୁଳାନନ୍ଦ ବଗର୍ତ୍ତି, ଭଗବାନ ରାଜପଲିଆ, ସୁଶାନ୍ତ ମେହେର, ରମାକାନ୍ତ ରାଜପଲିଆ ଓ ରୁଦ୍ରଧର ଦଣ୍ଡସେନା ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.