ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟାଳୟ ପରିସର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣୀରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଅନୁପସ୍ଥିତ ଥିବାବେଳେ ଅଧା ବାଟରୁ ଅଭିଯୋଗ କାଉଣ୍ଟର ବନ୍ଦ କରିଦେବାରୁ ଲୋକେ ରେଜିଷ୍ଟେସନ ନ କରି ନିରାଶ ହୋଇ ଘରକୁ ଫେରିଗଲେ l ଫଳରେ ଅଭିଯୋଗକାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l ଏହି ଜନ ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ , ଆରକ୍ଷୀ ଅଧିକ୍ଷକ ରଷିକେଶ ଖିଲାରୀ , ପିଡି ଡିଆରଡିଏ ସୁଶାନ୍ତ ସିଂ , ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର ଓ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଉପସ୍ଥିତ ରହି ଲୋକମାନଙ୍କ ବିଭିନ୍ନ ଅଭିଯୋଗ ବୁଝି ସମାଧାନ କରିଥିଲେ l ଏଥିରେ ଡେଙ୍ଗ ପଞ୍ଚାୟତର ଲକ୍ଷ୍ମୀପାଲି, ବିଜାପଦାର ଓ ଧୁନକେଡା ଗ୍ରାମରେ ପାନୀୟ ଜଳଯୋଗାଣ ଆଜି ପଯ୍ୟନ୍ତ ହୋଇ ନ ଥିବାରୁ ଲୋକେ କୂଅ, ପୋଖରୀ ଓ ନଳକୂଅ ପାଣି ବ୍ୟବହାର କରୁଛନ୍ତି l ଫଳରେ ନା ନା ପ୍ରକାର ରୋଗ ର ଶୀକାର ହେଉଥିବା ଅଭିଯୋଗ ହେଉଅଛି l ତେଣୁ ଉଭୟ ଗ୍ରାମକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ଡେଙ୍ଗ ସରପଞ୍ଚ ଇତିଶ୍ରୀ ସାହୁ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଥିଲେ l ଏହି ବ୍ଲକର ବୁଢ଼ାବାହାଲ ପଞ୍ଚାୟତରେ ଆଜକୁ ୧୫ ବର୍ଷ ହେଲା ପଞ୍ଚାୟତ ଅଫିସ ଗୃହ ନ ଥିବାରୁ ଜନ ସେବା କେନ୍ଦ୍ରରେ ଦିନ ବିତୁଅଛି l ତେଣୁ କରି ପ୍ରଶାସନ ଶୀଘ୍ର ପଞ୍ଚାୟତ ଅଫିସ ଗୃହ ନିର୍ମାଣ କରାଯାଉ ବୋଲି ସରପଞ୍ଚ ଲତା କୁମ୍ଭାର ଅଭିଯୋଗ କରିଥିଲେ l ସେହିପରି ବେଲଗାଁ ପଞ୍ଚାୟତ ନରାବାହାଲି ଗ୍ରାମର ଭୂମିହୀନ ପରିବାର ଗତ ୨୦୧୦ ମସିହାରୁ ଜମି ପଟ୍ଟା ମିଳି ଥିବା ବେଳେ ଆଜି ପଯ୍ୟନ୍ତ ଜମି ଚିହ୍ନଟ ନ କରିବାରୁ ଭୂମିହୀନ ପରିବାର ଅସୁବିଧାର ସମ୍ମୁଖୀନ ହେଉଅଛୁ ବୋଲି ଶକୁନ୍ତଳା ବାରିକ ଓ ସନ୍ତୋଷିନୀ ବାଗ ଅଭିଯୋଗ କରିଛନ୍ତି l ଏପରିକି ଡୁଙ୍ଗୁରିପାଲି ପଞ୍ଚାୟତର ଡ଼ଙ୍ଗରମୁଣ୍ଡା ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଉ ଓ ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକ ଠାରୁ ଡ଼ଙ୍ଗରମୁଣ୍ଡା ପଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ସାମିଲ କରିବା ପାଇଁ ଅରବିନ୍ଦ ପଟେଲ, ଆଶିଷ ପଟେଲ ଓ ସିମାଞ୍ଚଳ ରଣା ପ୍ରମୁଖ ଦାବୀ କରିଛନ୍ତି l ଏହି ଭଦ୍ରା ପଞ୍ଚାୟତରେ ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀ ଦୀର୍ଘ ୧୨ ବର୍ଷ ହେଲା ରହି ଆସୁଥିବା ବେଳେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ଘଣ୍ଟଘୋଡାଇଛନ୍ତି ବୋଲି ନାଏକ ସରପଞ୍ଚ ଖୁଲଣା ରଣା ଓ କିଶୋର ନନ୍ଦ ଅଭିଯୋଗ କରିଥିଲେ l ଡେଙ୍ଗ ପଞ୍ଚାୟତର ପ୍ରଧାନ ମନ୍ତୀ ରାସ୍ତା ବୁର୍ଡା ଠାରୁ ଲଷ୍ମୀପାଲି “ବି” ମନରେଗା ରାସ୍ତା ପାଇଁ ଅର୍ଥ ମଞ୍ଜୁର ହୋଇ ବେଳେ କିଛି ଲୋକ ରୟତି ଜମି ଆଳରେ ରାସ୍ତାକୁ କେପଚର କରି ନେଇଥିବା ଗାଁର ଶିବଲାଲ ଖମାରୀ ଅଭିଯୋଗ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି l ଏହି ଗଣ୍ଡପତ୍ରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ ଅଫିସ ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡ଼ିଥିବା ବେଳେ ବିଦ୍ୟୁତ ଓ ପାନୀୟ ବ୍ୟବସ୍ଥା ନାହିଁ l ଏହି ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ମନରେଗା ଯୋଜନାରେ ନିର୍ମାଣ କରିବା ଓ ପଞ୍ଚାୟତ ଅଞ୍ଚଳରେ କୋଣସି ବ୍ୟାଙ୍କ ବ୍ୟବସ୍ଥା ନ ଥିବାରୁ ଏସଏଚଜି ମହିଳା, ଶ୍ରମିକ, ଚାଷୀ ଓ ଛାତ୍ରଛାତ୍ରୀମାନେ ଅସୁବିଧା ଭୋଗୁଛନ୍ତି ବୋଲି ବିଭିନ୍ନ ସମସ୍ୟା ବ୍ୟବସ୍ଥା ଶୀଘ୍ର କରାଯାଉ ବୋଲି ସରପଞ୍ଚ ମନୀଷ ସୁନା ଦାବୀ କରିଥିଲେ l ସଇଁତଲା ଡ଼ୁମାଲପଡା ଓ ସାନଦାସମୁଣ୍ଡା ଉଭୟ ପାର୍ଶ୍ୱରେ ନୂତନ ଭାବେ ଗଢି ଉଠିଥିବା କଲୋନୀରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରିବା ସାଙ୍ଗକୁ ବିଦ୍ୟୁତ ଯୋଗାଇ ଦେବା ପାଇଁ ଆଶିଷ ସାହୁ, ସୁଶୀଲ ସାହୁ ଝରଣା ସାହୁ ପ୍ରମୁଖ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଥିଲେ l ସେହିପରି ସଇଁତଲା ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ଚାରିଚାକିଆ ଯାନ ରଖିବା ପାଇଁ ସଂଘ ର କୋଣସି ଜାଗା ନାହିଁ l ତେଣୁ ଜାଗା ଯୋଗାଇଦେବା ସହ କମ୍ୟୁନିଷ୍ଟ ଭବନ ଦିଆଯାଉ ବୋଲି ଡ୍ରାଇଭର ବିନୋଦ ସାହୁ, ଚଞ୍ଚଳ ରଣା , ପିଣ୍ଟୁ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ଠାରେ ଦାବୀ କରିଛନ୍ତି l ଉକ୍ତ ଜନ ଶୁଣାଣୀରେ ୧୧୦ ଗୋଟି ସାଧାରଣ ଅଭିଯୋଗ ଓ ୯୨ ଗୋଟି ଆବାସ ଯୋଜନାରେ ଘର ପାଇ ନ ଲୋକେ ଅଭିଯୋଗ କରିଥିଲେ l ଏହି ସମୟରେ ଜିଲ୍ଲା ଡେପୁଟି କଲେକ୍ଟର ହିତାଂଶୁ ଶେଖର ସାମଲ, ତହସିଲଦାର ମାନସ ଫିଲ କେରକେଟା, ଡିଏସଓ ମଦନଜିତ ହୋତା, ଏସଆରଏ ସିଗ୍ଧାରାଣୀ ତ୍ରିପାଠୀ, ଜିପିଇଓ ପଦ୍ମକାନ୍ତ ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ , ସେକସନ ଅଫିସର ପର୍ଶୁରାମ ନାୟକ, ଆକାଉଣ୍ଟ ଅଫିସର ଲଛମନ ଯାନୀଙ୍କ ସମେତ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ l