କାଶିପୁର ବ୍ଳକରୁ ଦୂରରେ ରୁହନ୍ତୁ ପ୍ରଫୁଲ୍ଳ, ନରେନ୍ଦ୍ର କହି ବର୍ଷିଗଲା ବିଜେପି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଲୋକଙ୍କ ସହ ଶିଳ୍ପ ବୃଦ୍ଧି ବିକାଶର ମହାସ୍ରୋତକୁ ଆଗକୁ ନେବ ବିଜେପି । ଆଉ ସମାଜସେବୀ ପ୍ରଫୁଲ୍ଳ ସାମନ୍ତରା, ନରେନ୍ଦ୍ର ମହାନ୍ତି, ଅଗ୍ରଗାମୀ ଭଳି ଏନଜିଓ ଖଣି ଅଂଚଳରେ ନିରୀହ ଲୋକଙ୍କୁ ଉସୁକାଇ ଖଣି ଥିବା ଅଂଚଳରେ ବିକାଶକୁ ବାଧା ସୃଷ୍ଟି କରୁଛନ୍ତି ଯାହାକୁ ବିଜେପି ବରଦାସ୍ତ କରିବ ନାହଁ । ତେଣୁ କାଶିପୁର ବ୍ଳକର ଆଭ୍ୟନ୍ତରଣୀୟ ମାମଲାରେ ମୁଣ୍ଡ ନ ପୁରାଇ ବ୍ଳକରୁ ଦୂରରେ ରୁହନ୍ତୁ ବୋଲି ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଳା ସଭାପତି ଶିବ ପଟ୍ଟନାୟକ ଓ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବିଜେପି ଓ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଗରୀବଙ୍କ କଥା ଚିନ୍ତା କରୁଛନ୍ତି । କାଶିପୁର ବ୍ଳକର ସୁଙ୍ଗେର ଅଂଚଳରେ ଶିଳ୍ପ ହେବା ଦ୍ୱାରା ଏଠାକାର ଯୁବକ, ଆଦିବାସୀ, ଦଳିତ, ଚାଷୀ, ମୁଲିଆମାନେ ଉପକୃତ ହେବେ । ସେମାନଙ୍କ ଆର୍ଥିକବସ୍ଥାରେ ସୁୁଧାର ଆସିବ । ଗରୀବଙ୍କ ସାଥିରେ ରହି ସେମାନଙ୍କୁ ରୋଜଗାରକ୍ଷମ କରିବା ବିଜେପିର ଲକ୍ଷ୍ୟ । କିନ୍ତୁ ସମାଜସେବୀ ପ୍ରଫୁଲ୍ଳ ସାମନ୍ତରା, ନରେନ୍ଦ୍ର ମହାନ୍ତି ଓ କିଛି ମୁଷ୍ଟିମେୟ ଏନଜିଓ ପରିଚାଳନା କରୁଥିବା ଲୋକମାନେ ନିଜ ସ୍ୱାର୍ଥ ପାଇଁ କମ୍ପାନୀରୁ ବିପୁଳ ପରିମାଣର ଟଙ୍କା ପାଇବା ପାଇଁ ଖଣି ଅଂଚଳରେ ଅଶାନ୍ତି ସୃଷ୍ଟି କରୁଥିବାରୁ ଆମ ଅଂଚଳରେ ପ୍ରବେଶ କରାଇ ଦେବୁନାହିଁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ ନୂତନ ସ୍ୱଚ୍ଛ୍ ଖଣି ନୀତି ଯୋଗୁଁ ସିଜିମାଳି ଖଣି ନିଲାମ ପାଇଁ ସରକାର ଏହି ଖଣିରୁ ଦଶ ଗୁଣ ଅଧିକ ରାଜସ୍ୱ ପାଉଛନ୍ତି । ତେବେ ବାହାର ଲୋକଙ୍କ ମିଥ୍ୟା କଥାରେ ପଡି ଏଠାକାର ଅଂଚଳବାସୀ ସରକାରଙ୍କ ବିରୋଧ କରି ଜେଲ ଦଣ୍ଡ ଭୋଗୁଛନ୍ତି ବୋଲି ଶ୍ରୀ ଉଲାକା କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା, କାଶିପୁର ବ୍ଳକ ବିଜେପି ଯୁବମୋର୍ଚ୍ଚା ସଂପାଦକ କୃଷ୍ଣଚନ୍ଦ୍ର ଗଉଡ, କାଶିପୁର ମଣ୍ଡଳ ସଭାପତି ଭାରତ ଲେଙ୍କା, ହରିଶ ମୁଦୁଲି, ପ୍ରଦୀପ ନାୟକ, ପ୍ରଶାନ୍ତ ମାଝି, କୃଷ୍ଣଚନ୍ଦ୍ର ପୂଜାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଖଣି ଅଂଚଳରେ ବିକାଶ ହେବା ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ । ପ୍ରକାଶ ଥାଉ କି, ଏଥିପୂର୍ବରୁ ପ୍ରଫୁଲ୍ଳ ସାମନ୍ତରା, ନରେନ୍ଦ୍ର ମହାନ୍ତି ଓ ଅଗ୍ରଗାମୀ ଏନଜିଓ ବିରୁଦ୍ଧରେ କାଶିପୁର ବ୍ଳକ ବିଜେଡି ଓ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.