କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଏନ୍ଏସ୍ଏସ୍ ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଭବାନୀପାଟଣାର ଏନ୍ ଏସ୍ ଏସ୍ ବ୍ୟୁରୋ ତରଫରୁ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ଙ୍କ ତତ୍ତ୍ୱାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଛି। ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଭବାନୀପାଟଣାର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗଦାନ କରି ଶିବିରକୁ ଉଦ୍ଘାଟନ କରି ରକ୍ତଦାନ ର ଆବଶ୍ୟକତା ଓ ମହନୀୟତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶ୍ଵବିଦ୍ୟାଳୟ ର ସିପିଜିସି ନିବେଦିତା ନାଥ ଯୋଗଦେଇ ନିଜେ ରକ୍ତଦାନ ମଧ୍ୟ କରିଥିଲେ । ପ୍ରିୟରଞ୍ଜନ ବେହେରା,ଜୟନ୍ତ ଦଣ୍ଡସେନା ,ରୋଜ ମେରୀ ଏକ୍କା ପ୍ରମୁଖ ଅଧିକାରୀ ଏହି ଶିବିର ପରିଚାଳନା କରିଥିଲେ। ଭବାନୀପାଟଣା ରକ୍ତ ଭଣ୍ଡାର ରୁ ଟେକ୍ନିସିଆନ ଡ. ସିପ୍ରାରାଣୀ ସ୍ୱାଇଁ , ଅଜିତ ନାୟକ, ଗିରିଶ ନାୟକ,ଡମ୍ବରୁଧର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ସଂଯୋଜକ ମହାକୁଡ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପରିଚାଳକ ଭାବେ ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ଏହି ଶିବିର ରେ ଅନେକ ଛାତ୍ରଛତ୍ରୀ ଉତ୍ସାହ ର ସହିତ ରକ୍ତଦାନ କରିଥିବା ବେଳେ ସର୍ବମୋଟ ୩୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ସେଥି ମଧ୍ୟରୁ ପ୍ରଥମ ଥର ପାଇଁ ୧୪ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଏହି ଶିବିର ରେ ଡ. କୈଳାଶ ଚନ୍ଦ୍ର ଦାସ,ଅଖିଳ ଜେନା,ସୁମନା ରାୟ,ପ୍ରତାପ ଦାସ ଓ ମିଲନ କୁମାର ଭୋଇ ପ୍ରମୁଖ ଛାତ୍ରଛାତ୍ରୀ ଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ କଳାହାଣ୍ଡି ଏନ୍ ଏସ୍ ଏସ୍ ବିୟୂରୋ ର ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ଏହାର ସଫଳତା ପାଈଁ ସମସ୍ତ ରକ୍ତଦାତା, ଅଧ୍ୟାପକ,ଓ ସ୍ବେଛସେବୀ ଙ୍କୁ ଧନ୍ୟବାଦ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.