ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ତିତକେଲା ବୀଣାପାଣି କ୍ଲବ ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଜେପି ଜିଲ୍ଲା ଉପସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ ଯୋଗ ଦେଇ ନୂଆଁଖାଇ ଏକତାର ମନ୍ତ୍ର ବହନ କରିଥାଏ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ତିତକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଭୋଇ ନୂଆଁଖାଇ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୁପ୍ରା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଡମ୍ବରୁଧର ସାହୁ ନୂଆଁଖାଇ ଭଳି ଗଣପର୍ବରେ ଯୁବପିଢ଼ି ସାମିଲ ହେବା ଉଚିତ୍ ବୋଲି ମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୁପ୍ରା ସମିତି ସଭ୍ୟା ସସ୍ମିତା ବିଶ୍ଵାଳ ନୂଆଁଖାଇରେ ମହିଳାମାନଙ୍କ ଭୂମିକା ବିଷୟରେ କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଗ୍ରାମର ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ପୌରାଣିକ ନାଟକ “ସୀତା ଚୋରି” ଅନୁଷ୍ଠାନର ନୂତନ କର୍ମକର୍ତ୍ତାଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। ଏଥିରେ ସୀତାପତି କଳା ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ତଥା ଗ୍ରାମର ଗୁରୁଜନ ସହଯୋଗ କରିଥିଲେ। ଜିତେନ୍ଦ୍ର କୁମାର ବିଶ୍ୱାଳ ଓ ବିଜୟ ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବୀଣାପାଣି ଅନୁଷ୍ଠାନର ସଭାପତି ସୁରଜିତ ବିଶ୍ବାଳ ଧନ୍ୟବାଦ ଜ୍ଞାପନ କରିଥିଲେ।