ଓଡ଼ିଆ ବାର୍ତ୍ତା/ ଭୋପାଲ: ଇଭି ବଜାରରେ ଏବେ ଇବ୍ଲୁ ରାଇନୋ ଇ ଲୋଡର । ଖ୍ୟାତନାମା ଇଭି କମ୍ପାନୀ ଗୋଦାୱରୀ ଇଲେଟ୍ରି ମୋଟରସ୍ ର ନୂଆ ତିନି ଚକିଆ ମାଲ ପରିବହନ ଗାଡି ଇବ୍ଲୁ ରାଇନୋ ଇ ଲୋଡର ଏବେ ବଜାରରେ ଉପଲବ୍ଧ । ଏଥିରେ ରହିଛି ୧୦.୨ kWH ଲିଅନ୍ ବ୍ୟାଟେରୀ । ଯାହା ଥରକରେ ୧୧୦ କିମି ଯିବାର କ୍ଷମତା ରଖିଛି । ଏହି ଗାଡିଟି ଟପ୍ ସ୍ପିଡ୍ ୪୫କି.ମି ଏବଂ ୫୦୦ କେଜି ପର୍ଯ୍ୟନ୍ତ ଲୋଡ୍ ନେବାର କ୍ଷମତା ରଖିଛି । ସୁରକ୍ଷିତ ପରିବହନ ପାଇଁ ଉଚ୍ଚମାନର ସକ୍ ଅବଜରଭର , ମାଲ ରଖିବା ପାଇଁ ୧୫୪୯ ଏମ୍ ଏମ୍ ଲମ୍ୱା , ୧୩୫୦ ଏମ୍ ଏମ୍ ଚଉଡା ଓ ୩୧୯ ଏମ୍ ଏମ୍ ଉଚ୍ଚତା ବିଶିଷ୍ଟ ଡାଲା ରଖିଛି ଏହି ଇଲେଟ୍ରି ମୋଟରସ୍ । ତା ସହ ମାତ୍ର ୬.୩୦ ମିନିଟ୍ ରେ ଫୁଲ୍ ଚାର୍ଜ ହୋଇ ପାରୁଛି ଏହି ଗାଡି । ଏହା ସହ ୩୦ ହଜାର କିମି ସହ ୩ ବର୍ଷର ୱାରେଣ୍ଟି ଦେଉଛି କମ୍ପାନୀ ।ସଂପୂର୍ଣ୍ଣ ଘରୋଇ ଜ୍ଞାନ କୌଶଳରେ ନିର୍ମିତ ଏହି ଇଭି ମାଲ ବାହି ଗାଡି କ୍ଷୁଦ୍ର ମଧ୍ୟମ ଧରଣର ବ୍ୟବସାୟ ପାଇଁ ଖୁବ୍ ଲାଭ ଦାୟକ ହେବ । ଉତ୍ତମ ଇଏମ୍ ଆଇ ସୁବିଧା ସହ ରିହାତିରେ ସୁଧ ପାଇଁ ସମସ୍ତେ ଏହାକୁ ଗ୍ରହଣ କରିପାରିବେ । ସବୁ ଠାରୁ ବଡ କଥା ଏହା ପରିବେଶ ଅନୁକୁଳିତ ଗାଡି , ଏହାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ଏବଂ ଶ୍ରାମିକ ମାନଙ୍କ ଅବଦାନ ବସ୍ତବରେ ଖୁବ୍ ପ୍ରଶଂସନୀୟ ବୋଲି ଏହାର ଲଚିଂ ରେ କମ୍ପାନୀର ସିଇଓ କହିଛନ୍ତି । ଏହାର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ଦେଶକୁ ଆତ୍ମ ନିର୍ଭର କରିବା । ନିର୍ମାତାଙ୍କ ଠାରୁ ଆରମ୍ଭ କରି ବିକ୍ରେତା ଏବଂ କ୍ରେତାଙ୍କ ପର୍ଯ୍ୟନ୍ତ ନିଜେ ସ୍ୱାବଲମ୍ୱୀ ହେବା ସହ ଦେଶକୁ ସ୍ୱାବଲମ୍ୱୀ କରିବା, ଏବଂ ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ହେବା ।