ଝଂଜାବତୀ ନଦୀ ଯୋଗୁଁ ହେଉଛି ଭୂସ୍ପଳନ, ବିପଦରେ ୫୦ଘର ପରିବାର

ବିପଦରୁ ରକ୍ଷା ପାଇଁ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ଚେକ୍‌ଗେଟ୍ ସାହିବାସିନ୍ଦା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନିଦ ହଜାଇ ଦେଇଛି ଝଂଜାବତୀ ନଦୀ । ଭୟରେ ରହିଛନ୍ତି ରାୟଗଡାର ୫୦ ଘର ପରିବାର । ବିପଦସଙ୍କୁୂଳ ଅବସ୍ଥାରେ ରହି ଦିନ କାଟୁଛନ୍ତି । କେତେବେଳେ ଯେ ଝଂଜାବତୀ ନଦୀ ଗର୍ଭକୁ ଚାଲିଯିବ କଷ୍ଟ ଅର୍ଜିତ ପରିଶ୍ରମ ଟଙ୍କାରେ ନିର୍ମାଣ ହୋଇଥିବା ତାଙ୍କ ଘର । ତାକୁ ନେଇ ଏବେ ଚିନ୍ତାରେ ସାହିବାସିନ୍ଦା । ଝଂଜାବତୀ ନଦୀ ଯୋଗୁଁ ବର୍ଷ ବର୍ଷ ଧରି ଜାରି ରହିଛି ଭୂସ୍ପଳନ । ଆଉ ଚଳିତ ଲଗାଣ ବର୍ଷାରେ ତଥା ଉପରମୁଣ୍ଡର ବର୍ଷା ଯୋଗୁଁ ନଦୀର ପ୍ରଖର ସ୍ରୋତରେ ନଦୀ କୂଳିଆ ମାଟି ଅତଡା ଖସିବାରେ ଲାଗିଛି । ଫଳରେ ବିପଦରେ ରହିଛନ୍ତି ମା ମଝିଘରିଆଣୀ ମନ୍ଦିର ସମ୍ମୁଖ ଚେକଗେଟ୍ ସାହିର ୫୦ ଘର ପରିବାର । ଆଉ ଏହି ବିପଦରୁ ରକ୍ଷା କରିବା ନିମନ୍ତେ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାହିବାସିନ୍ଦା । ଏ ନେଇ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନଙ୍କୁ ଆଜି ପ୍ରଦାନ କରାଯାଇଛି । ଜିଲ୍ଳାପାଳଙ୍କ ସହ ଆଲୋଚନା କରାଯିବା ପରେ କଣ ପଦକ୍ଷେପ ଗ୍ରହଣ କରାଯାଇ ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ବୋଲି ସାହିବାସିନ୍ଦାଙ୍କୁ ଶ୍ରୀ ପ୍ରଧାନ ଜଣାଇଛନ୍ତି । ଜିଲ୍ଳା ପ୍ରଶାସନର ପଦକ୍ଷେପ ଉପରେ ସାହିବାସିନ୍ଦା ଆଶା ବାନ୍ଧି ରହିଛନ୍ତି । ରାୟଗଡା ପୈାରାଂଚଳର ୱାର୍ଡ ନମ୍ବର ୧ ଅଧିନସ୍ଥ ଚେକଗେଟ୍ ସାହିର ପଛପାଖରେ ପ୍ରବାହିତ ହେଉଛି ଚିରସ୍ରୋତା ଝଂଜାବତୀ ନଦୀ । ବର୍ଷ ବର୍ଷ ଧରି ନଦୀରେ ପ୍ରଖର ସ୍ରୋତ ଯୋଗୁଁ ମାଟି ଅତଡା ଖସିବାରେ ଲାଗିଛି । ନଦୀ ଉପର ଭାଗରେ ଥିବା ଚେକଗେଟ୍ ସାହିର ଅନେକ ଘରର ପଛ ପଟରୁ ମାଟି ଅତଡା ଖସି ଯାଉଥିବାରୁ ଅନେକ ବାସିନ୍ଦାଙ୍କ ଘର ସୁରକ୍ଷା ପାଚେରୀ, ଘର କାନ୍ଥ, ରୋଷେଇ ଘର ଆଦି ନଦୀ ତଳକୁ ଭୁଷୁଡି ପଡିଥିବା ଦେଖିବାକୁ ମିଳିଛି । ବାରମ୍ବାର ନଦୀ ଯୋଗୁଁ ଘର ବିପଦରେ ରହିଥିବା ନେଇ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା, ଲୋକ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ନ ଥିବା ନେଇ ସାହିବାସିନ୍ଦା ବିଜୟ ଲକ୍ଷ୍ମୀ, ସୁରେଶ କୁମାର ଦାଶ, ଜି.ଗଙ୍ଗା, ଲକ୍ଷ୍ମଣ ଦାସ, ଏ.ରାଧା, ଏଲ.ମୂରଲୀ, ଜି.ଧର୍ମା, ଜି.ନାଗା, ଜି.ମାଧବ, ଏ.ରାମ ମୂର୍ତି, ସନ୍ତୋଷ ଦାସ, ମୁକ୍ତା ଗୈାଡ, ମାଧବ ଗୈାଡ, ଚନ୍ଦ୍ରଶେଖର ପୂଜାରୀ, ଦେବେନ୍ଦ୍ର ବେହେରା, ଫକିରି ରାଜୁଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.