ବିଜେପୁରରେ ଯୁବ ଯାଦବ ତରଫରୁ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସ୍ଥିତ ବିଜେପୁର ଠାରେ ସ୍ଥାନୀୟ ଯୁବ ଯାଦବ ତରଫରୁ ଜୟ ମାଁ ଚଣ୍ଡେଶ୍ୱରି ୨୫ତମ ଗଣେଶ ପୂଜା କମିଟି ଆନୁକୂଲ୍ୟରେ ନୂଆଖାଇ ଭେଟଘାଟ ଏବଂ ନୃତ୍ୟ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ମୁଖ୍ୟ ଅତିଥି ଟିଟିଲାଗଡ ବ୍ଲକ୍ କଂଗ୍ରେସ୍ ସଭାପତି ବିକାଶ ପାଣିଗ୍ରାହୀ ଯୋଗ ଦେଇ ନୂଆଁଖାଇ ପର୍ବର ବିଶେଷତ୍ଵ ସହ ଯୁବ ଯାଦବ ମାନଙ୍କ ଉତ୍ସାହରେ ଭାଇଚାରା ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସୋମନାଥ ବଗର୍ତ୍ତୀ, ନରେନ୍ଦ୍ର ବଗର୍ତ୍ତୀ, ବସନ୍ତ ବଗର୍ତ୍ତୀ, ରମାକାନ୍ତ ପଣ୍ଡା, ଗତିକୃଷ୍ଣ ବଗର୍ତ୍ତୀ, ଧରମସିଂ ବଗର୍ତ୍ତୀ, ବିଘ୍ନେଶ୍ୱର ବଗର୍ତ୍ତୀ ପ୍ରମୁଖ ମଞ୍ଚାସିନ ଥିଲେ । ସେଶାଂଶରେ ବଲାଙ୍ଗୀର, ଟିଟିଲାଗଡ, ସଇଁତଲା, ନୂଆପଡ଼ା, ଭୂବାନୀପାଟଣା ତଥା ଆଖପାଖ ଅଞ୍ଚଳରୁ ପ୍ରାୟ ୩୦ରୁ ଉର୍ଦ୍ଧ ଦଳ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ବିଚାରକ ପୂଜା ମିଶ୍ର ଦାୟିତ୍ୱ ତୁଲାଇଥିବା ବେଳେ କାଯ୍ୟକ୍ରମକୁ ଟିକେରାମ ବଗର୍ତ୍ତି, ଶରତ ବଗର୍ତ୍ତୀ ଓ ଭୌତିକ ବଗର୍ତ୍ତୀ ପରିଚାଳନା କରିଥିଲେ। ଏହାର ପୁରସ୍କାର ବିତରଣୀ ଉତ୍ସବରେ ମେହେକ୍ ସାଥି ରୋଷନ ଗ୍ରୁପ୍ ଙ୍କୁ ପ୍ରଥମ ସ୍ଥାନ ହାସଲ କରିବାରୁ ନଗଦ ରାଶି ୭ ହଜାର ଟଙ୍କା , ପିପ୍ଲିମା ଗ୍ରୁପ୍ ୨ୟ ସ୍ଥାନ ଅଧିକାର କରି ୫ ହଜାର ଟଙ୍କା ଏବଂ, ଅନିଶା ପଟେଲ ୩ୟ ସ୍ଥାନ ଅଧିକାର କରି ୩ ହଜାର ଟଙ୍କା ରାଶି ପ୍ରଦାନ କରି ପୁରସ୍କୃତ ହୋଇଥିଲେ। ଏହି କାଯ୍ୟକ୍ରମକୁ କମିଟିର ସଭାପତି ଶିବ ନାରାୟଣ ବଗର୍ତ୍ତୀ, ଉପ ସଭାପତି ଭୋଦେବ ବଗର୍ତ୍ତୀ, ସମ୍ପାଦକ ଚିନ୍ମମୟ ବଗର୍ତ୍ତୀ, ସହ ସମ୍ପାଦକ ଝସକେତନ୍ ବଗର୍ତ୍ତୀ, ମ୍ୟାନେଜର ଅଜିତ୍ ବଗର୍ତ୍ତୀ, ରାଜେଶ ବଗର୍ତ୍ତୀ ଓ କୋଷାଧ୍ୟକ୍ଷ ପ୍ରକାଶ ବଗର୍ତ୍ତୀ, ରୋକି ବଗର୍ତ୍ତି,ଦିବ୍ୟ ବଗର୍ତ୍ତୀ, ଟୁକୁ ବଗର୍ତ୍ତି, ଭୂପତି ବିଶି, ବିଦୁର ବଗର୍ତ୍ତୀ, ବୈକୁଣ୍ଠ ବଗର୍ତ୍ତୀ, ବିକୀ ବଗର୍ତ୍ତୀ, ଶଶି ବଗର୍ତ୍ତୀ, ବଳଦେବ ବଗର୍ତ୍ତୀ, ବିନୋଦ ବଗର୍ତ୍ତୀ, ନାଟ ବଗର୍ତ୍ତୀ, ସୁନିଲ ବଗର୍ତ୍ତୀ, ପ୍ରମୋଦ ପୋଢ଼, ବୈକୁଣ୍ଠ ବଗର୍ତ୍ତୀ, ଭୁବନ ବଗର୍ତ୍ତୀ, ବିପିନ ବଗର୍ତ୍ତୀ, ଖଗ ବଗର୍ତ୍ତୀ, ସୌମ୍ୟ ବଗର୍ତ୍ତୀ, କାଳିଆ ପୋଡ଼, ଉମା ବଗର୍ତ୍ତି, ସୁଶିଲ ବଗର୍ତ୍ତୀ, ତିରନ୍ ବଗର୍ତ୍ତୀ, ପ୍ରତାପ ପୋଡ଼, ଲିଲୁ ବଗର୍ତ୍ତୀ, ଡୋଳା ବଗର୍ତ୍ତୀ, କ୍ଷୀରୋଦ ବଗର୍ତ୍ତୀ, ବିମଲ୍ ବଗର୍ତ୍ତୀ, ମିଲୁ ବଗର୍ତ୍ତୀ, ଦୀପକ ବଗର୍ତ୍ତୀ, ଭାନୁମିତ୍ର ବଗର୍ତ୍ତୀ, ପିନୁ ବଗର୍ତ୍ତୀ, ଯତୀନ ବଗର୍ତ୍ତୀ, ଦେବାଶିଷ ବଗର୍ତ୍ତୀ, ଲୁଚନ୍ ମହାକୁର, ସିତମ୍ ବଗର୍ତ୍ତୀ, ମୋହିତ ବଗର୍ତ୍ତୀ, ତେଜୁ ବଗର୍ତ୍ତୀ, ସୁବନ୍ ବାଗ, ସରୋଜ ବଚ୍ଛା, ଅମିତ୍ ବଗର୍ତ୍ତୀ, ଉଦିତ ବଗର୍ତ୍ତୀ, ତୁଷାର ବଗର୍ତ୍ତୀ, ଅରବିନ୍ଦ ବଗର୍ତ୍ତୀ, ରଜତ ବଗର୍ତ୍ତୀ, ଅର୍ଜୁନ ବଗର୍ତ୍ତୀ ଆଦି ସହଯୋଗ କରିଥିଲେ । ଶେଷରେ ସୁଦାମ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.