ମୋର କଠିନ ପରିଶ୍ରମର ଫଳ ମିଳିଲା -ବର୍ଷା
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ନବୀନ ଛକରେ ଏକ ଟେଲର ଦୋକାନ ଖୋଲି ନିଜ ଗୁଜୁରାଣ ମେଣ୍ଟାଉ ଥିବା ଜଣେ ଟେଲର ମାଷ୍ଟରଙ୍କ ଝିଅ ଚଳିତ ବର୍ଷ ନିଟ ପରୀକ୍ଷାରେ ୬୦୨ ରେଙ୍କ ହାସଲ କରି ଡାକରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ କାଉନସିଲିଙ୍ଗ ପରେ ସେ ସୁନ୍ଦରଗଡ଼ ମେଡିକାଲ କଲେଜରେ ନିଜ ନାମ ଲେଖାଇଥିବା ବେଳେ ତାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି l ପ୍ରକାଶ ଯେ, ନବୀନ ଛକ ଟେଲର ଦୋକାନ ଖୋଲିଥିବା ରମେଶ ସାହୁ ଓ ପଦ୍ମାବତୀ ସାହୁଙ୍କ ୩ ଝିଅ ଙ୍କୁ ନେଇ ସ୍ୱଳ୍ପ ରୋଜଗାରରେ ନିଜ ପରିବାର ପୋଷଣ କରିବା ସହ ନିଜ ଝିଅମାନଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ସ୍ୱପ୍ନ ଦେଖି ଆସୁଥିଲେ l ଯାହା ଆଜି ସଫଳ ହୋଇଥିବାରୁ ପରିବାରରେ ଖୁସିର ମାହୋଲ ଥିବା ସହ ନିଜ କଠିନ ପରିଶ୍ରମର ଫଳ ମିଳିଛି ବୋଲି ରମେଶ ଗଣମାଧ୍ୟମ ଠାରେ ପ୍ରକାଶ କରିଥିଲେ l ସେ ତାଙ୍କ ବଡ଼ ଝିଅଙ୍କୁ ମଧ୍ୟ ଉଚ୍ଚ ଶିକ୍ଷା ଦେଇଥିବା ବେଳେ ଦ୍ୱିତୀୟ ଝିଅ ବର୍ଷାରାଣୀ ସାହୁ ଙ୍କୁ ମଧ୍ୟ ଉଚ୍ଚଶିକ୍ଷିତା କରିବା ପାଇଁ ସ୍ୱପ୍ନ ଦେଖିଥିଲେ l ବର୍ଷା ପିଲାଟି ଦିନରୁ ମେଧାବୀ ଛାତ୍ରୀ ରହିଥିବା ବେଳେ ସଇଁତଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରୁ ୯୧ ପ୍ରତିଶତ ମାର୍କ ପାଇଁ ମାଟ୍ରିକ ପରୀକ୍ଷାରେ ପାସ କରିଥିଲେ l ଏହାପରେ ବଲାଙ୍ଗୀର ଗାୟତ୍ରୀ କଲେଜରେ ଯୁକ୍ତ ୨ ରେ ୮୫ ପ୍ରତିଶତ ମାର୍କ ରଖି ପାସ କରିଥିଲେ l ଏହାପରେ ୨ ବର୍ଷ ବିନା କୋଚିଂରେ ନିଟ ପାଇଁ କଠିନ ପରିଶ୍ରମ କରି ଶେଷରେ ଚଳିତ ବର୍ଷ ୬୦୨ ରେଙ୍କରେ ସଫଳତା ହାସଲ କରିଥିଲେ l ଯାହାଫଳରେ ବର୍ଷାଙ୍କ ଡାକ୍ତରୀ ହେବା ସ୍ୱପ୍ନ ସାକାର ହୋଇଥିଲା l ରମେଶ ଦିନ ରାତି ଏକ କରି ଝିଅମାନଙ୍କ ଅର୍ଥ ଯୋଗାଡ଼ କରିବା ସଫଳ ହେଲା ବୋଲି ପରିବାର ଲୋକେ ଖୁସି ପ୍ରକାଶ କରିଥିଲେ l ଏହାକୁ ନେଇ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଓ ଜିଲ୍ଲା ଓଜେୟୁ ସଭାପତି ପ୍ରମୋଦ ସେଲମା ପ୍ରମୁଖ ବର୍ଷାଙ୍କୁ ଅଭିନନ୍ଦନ ଜଣାଇବା ସହ ଜଣେ ଭଲ ଡାକ୍ତର ହୋଇ ଜନସାଧାରଣଙ୍କ ସେବା କରିବା ପାଇଁ ପ୍ରେରଣା ଦେଇଛନ୍ତି l