ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରିତାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗତ ସପ୍ତାହରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ପୁଣି ଥରେ ରାଜନୈତିକ ବିବାଦ ଦେଖାଦେଇଛି।  କଂଗ୍ରେସର ୨୧ ନେତ୍ରୀ ୨୧ ସହରରେ ଏହି ପ୍ରସଙ୍ଗରେ ପ୍ରେସମିଟ୍ କରି କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ କରିଥିବା ବେଳେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନୀ ପ୍ରଚାର ବେଳେ କଡା ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଆକ୍ରମଣ କରି କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ ସଂସଦରେ ଏହି ବିଲ୍କୁ ସମର୍ଥନ କରୁଛନ୍ତି କିନ୍ତୁ ସୁଯୋଗ ମିଳିଲେ ସେମାନେ ଏହି ଆଇନକୁ ପ୍ରତ୍ୟାହାର କରିନେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ନାମରେ ୧୨୮ତମ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭା ଓ ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବ। ଜନଗଣନା ଆଧାରରେ ସଂସଦୀୟ ଓ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପୁନର୍ବିନ୍ୟାସ କରିବା ପାଇଁ ଏକ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଏହାକୁ କାର୍ଯ୍ୟକାରୀ କରାଯିବ, ଯାହା ଆସନ୍ତା ବର୍ଷ ଆରମ୍ଭ ହେବ ବୋଲି ସରକାର କହିଛନ୍ତି। ଅପରପକ୍ଷରେ କଂଗ୍ରେସ କହିଛି, ନରେନ୍ଦ୍ର ମୋଦୀ ସରକାର ମହିଳା ସଂରକ୍ଷଣ ବିଲ୍ କୁ ଲାଗୁ କରିବାକୁ ନାରାଜ ଏବଂ କେବଳ ନିର୍ବାଚନୀ ବୈତରଣୀ ପାର ହେବାକୁ ଚାହୁଁଥିବା ଅଭିଯୋଗ କରିଛି। କଂଗ୍ରେସ ମୁଖପାତ୍ର ମହିମା ସିଂହ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍ ରାଜନୈତିକ ଦୃଷ୍ଟିରୁ ଶାସକ ଦଳକୁ ସୁହାଉଛି ଏବଂ ସେମାନଙ୍କୁ ହେଡଲାଇନ୍ ମିଳୁଛି କିନ୍ତୁ ଏହାର କାର୍ଯ୍ୟକାରିତା ଦଳର ‘ଏକଛତ୍ରବାଦ’ ବିଚାରଧାରାକୁ ସୁହାଉ ନାହିଁ। ଜନଗଣନା ସହ କ’ଣ ଯୁକ୍ତିଯୁକ୍ତ ସମ୍ପର୍କ ରହିଛି ତାହାର ଉତ୍ତର ଦେବାକୁ ବିଜେପିକୁ ସେ ପ୍ରଶ୍ନ କରିଛନ୍ତି, ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ସହ ଏହାର ଲିଙ୍କ କଣ ରହିଛି ବିସ୍ତୃତ ଭାବେ ବିବୃତ୍ତି ଜାରି କରିବାକୁ ଆହ୍ବାନ କରିଛନ୍ତି। ଏବଂ ଅଭିଯୋଗ କରିଛନ୍ତି ଯେ ବିଜେପି ମହିଳାମାନଙ୍କ ପାଇଁ ରାଜନୈତିକ ସ୍ଥାନ ସୁରକ୍ଷିତ କରିବାକୁ ଆଗ୍ରହୀ ନୁହେଁ। କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଶର୍ମା ମହମ୍ମଦ ମହିଳା ସଂରକ୍ଷଣ ବିଲ୍କୁ ଗତ ୯ ବର୍ଷ ମଧ୍ୟରେ ବିଜେପିର ସବୁଠାରୁ ବଡ଼ ଜୁମଲା ବୋଲି କହିଛନ୍ତି। କଂଗ୍ରେସର ଏହି ଅଭିଯୋଗ ଉପରେ ଜବାବ ରଖିଛି ବିଜେପି। ବିଜେପି କହିଛି, ବିରୋଧୀ ଦଳ ଦଶନ୍ଧି ଦଶନ୍ଧି ଧରି ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରୁଥିଲେ ଏବଂ ଏବେ କେବଳ ଲୋକଙ୍କ ଚାପ ଯୋଗୁଁ ଏହାକୁ ସମର୍ଥନ କରୁଛନ୍ତି। ସେହିପରି ମହିଳା ସଂରକ୍ଷଣ ବିଲ୍କୁ କାର୍ଯ୍ଯକାରୀ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛି। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ମହିଳା ସଂରକ୍ଷଣ ବିଲ୍ ଆଗାମୀ ମାସ ଓ ବର୍ଷମାନଙ୍କରେ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ହୋଇ ରହିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.