ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପୋଲିସ ଗତକାଲି ୯ କେଜି ୭୫୦ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ଥାନା ମହାନନ୍ଦିଆ ବିହାର ଅଞ୍ଚଳରେ ରହୁଥିବା ଜିତେନ୍ଦ୍ର ପୋଢ଼ ଓ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଧର୍ମଶାଲା ପଡାର ଅନନ୍ତ ପୋଢ଼ । ଅଭିଯୁକ୍ତମାନଙ୍କ ଠାରୁ ବ୍ୟବହୃତ ଏକ ୟାମହା ସିବିଆର ବାଇକ ନମ୍ବର ଓଡି ୨୩ସି ୪୮୬୦ ସହ ଦୁଇଟି ମୋବାଇଲ ଜବତ କରିଛି ସୋନପୁର ପୋଲିସ । ଏ ନେଇ ଥାନାରେ ଆୟୋଜିତ ଏକ ସମ୍ମିଳନୀରେ ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ମନମୁଣ୍ଡା ପଟରୁ ସୋନପୁର ଆଡ଼କୁ ଦୁଇ ଜଣ ଯୁବକ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୋନପୁର ଆଇଆଇସି ପଦ୍ମାସିନୀ ମେହେରଙ୍କ ନିର୍ଦ୍ଦେଶ କ୍ରମେ ପେଟ୍ରୋଲିଙ୍ଗ କରୁଥିବା ଏସଆଇ ପୀୟୂଷ ରାଜ ନାୟକ ଓ ଟିମ ଉକ୍ତ ଦୁଇ ଅଭିଯୁକ୍ତ ଆସୁଥିବା ବେଳେ କୁଞ୍ଜ ଛକ ଠାରେ ସେମାନଙ୍କୁ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ଉକ୍ତ ପରିମାଣର ଗଞ୍ଜେଇ ବାହାରିଥିଲା । ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିବା ସୁଚନା ରହିଛି । ଉକ୍ତ ସମ୍ମିଳନୀରେ ଆଇଆଇସି ପଦ୍ମାସିନି ମେହେରଙ୍କ ସହିତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।





