ରାୟଗଡାର ଏନସିସି କ୍ୟାଡେଟ୍ ସୀମା ଓରାମଙ୍କୁ ସଫଳତା

ନୂଆଦିଲ୍ଲୀ ଟିଏଲସି କ୍ୟାମ୍ପ ଫାଏରିଙ୍ଗରେ ଓଡିଶାକୁ ପ୍ରଥମ ସ୍ଥାନକୁ ଆଣିଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ନୂଆଦିଲ୍ଲୀରେ ଚମକିଛନ୍ତି ରାୟଗଡା ମାଟିର ଝିଅ ସୀମା ଓରାମ । ନୂଆଦିଲ୍ଳୀ ଠାରେ ଅନୁଷ୍ଠିତ ଥାଲ ସୈନିକ୍ କ୍ୟାମ୍ପ ଟିଏସସି’ର ଫାଏରିଂ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ଓଡିଶାକୁ ପ୍ରଥମ ପୋଜିସନରେ ସ୍ଥାନ ଦେଇପାରିଛନ୍ତି ରାୟଗଡା ମହିଳା ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ସୀମା ଓରାମ । ନିଜର ପରିଶ୍ରମ ଓ ଏକାଗ୍ରତା ବଳରେ ସେ ଆଜି ଏହି ସଫଳତା ପାଇ ଥିବାରୁ ରାୟଗଡା ମହାବିଦ୍ୟାଳୟ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମହାବିଦ୍ୟାଳୟର ଗର୍ଭଣ୍ଣିଂ ବଡି ସଭାପତି ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ଅର୍ଚ୍ଚନା ପଟ୍ଟନାୟକ, ଏନସିସି ଅଫିସର କ୍ୟାପଟେନ୍ ରୀତାରାଣୀ ମିଶ୍ର ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ସୀମାଙ୍କ ଉତାରତର କାମନା କରିଥିଲେ । ଏନସିସି କ୍ୟାଡେଟମାନେ ମଧ୍ୟ ସୀମାଙ୍କ ଏହି ସଫଳତା ପାଇଁ କେକ୍ କାଟି ଉତ୍ସାହିତ କରିଥିଲେ । ନୂଆଦିଲ୍ଳୀ ଠାରେ ଅନୁଷ୍ଠିତ ହେଉଥିବା ଏହି ଥାଲ୍ ସୈନିକ୍ କ୍ୟାମ୍ପରେ ଅଂଶଗ୍ରହଣ କରିବାକୁ ହେଲେ ପାଖାପାଖି ୯ଟି କ୍ୟାମ୍ପରେ ନିଜର ଶ୍ରେଷ୍ଠ ଦେବାକୁ ପଡିଥାଏ । ସର୍ବଭାତୀୟ ସ୍ତରରେ ହେଉଥିବା ଥାଲ ସୈନିକ୍ କ୍ୟାମ୍ପରେ ଫାଏରିଂ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପାରିଛନ୍ତି ଏନସିସି କ୍ୟାଡେଟ୍ ସୀମା । ରାୟଗଡା ମହିଳା ମହାବିଦ୍ୟାଳୟରେ ବି.ଏ. ଇତିହାସ ହନର୍ସ ବିଭାଗର ଛାତ୍ରୀ ଅଟନ୍ତି ସୀମା ।

Udyog Nursery
Udyogi Nursery

ଗତ ଜୁଲାଇ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହୋଇଥିବା ବେଳେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଏହା ଶେଷ ହୋଇଛି | ରାୟଗଡା ଓ ଭୁବନେଶ୍ୱର ଠାରେ ଅନୁଷ୍ଠିତ ୬ ଟି କ୍ୟାମ୍ପର ପ୍ରତଯୋଗୀତାରେ ଭାଗ ନେଇ କୃତି ହେବା ପରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ କ୍ୟାମ୍ପରେ ଭାଗ ନେବାକୁ ପଡିଥାଏ ଯାହାକି ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ହୋଇଥାଏ | ତେବେ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କଲେ ନିଶ୍ଚିତ ଭାବେ ସଫଳତା ମିଳିପାରେ ବୋଲି ସୀମା ପ୍ରକାଶ କରିଛନ୍ତି |

ଦୀର୍ଘ ୨ମାସ ଧରି ଏହି କ୍ୟାମ୍ପରେ ଅଂଶଗ୍ରହଣ କରିବା ପାଇଁ ସୀମା ବହୁ ପରିଶ୍ରମ କରି ଶେଷରେ ସଫଳତା ପାଇଥିବାରୁ ମହାବିଦ୍ୟାଳୟର ଗଭର୍ଣ୍ଣିଂ ବଡି ସଭାପତି ଶ୍ରୀ ମହାନ୍ତି ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ବିଭିନ୍ନ କ୍ଷେତ୍ରରେ ସଫଳତାକୁ ନେଇ ବେଶ ପ୍ରଶଂସା କରିଛନ୍ତି | ସେହିପରି ଏନସିସି ଅଫିସର ରୀତାରାଣୀ ମିଶ୍ର ମଧ୍ୟ ସୀମାର ସଫଳତାକୁ ପ୍ରଶଂସା କରିଥିବା ବେଳେ ଚଳିତ ବର୍ଷ ଏନସିସି କ୍ୟାଡେଟ ଅର୍ପିତା ପାଢ଼ୀ ମଧ୍ୟ ଆରଡିସି ପ୍ୟାରଡ଼ରେ ଭାଗ ନେଇ ଜିଲ୍ଲା ଗୌରବ ଅଣିଥିବାରୁ କ୍ୟାଡେଟ ମାନଙ୍କ ଏପରି ସଫଳତାକୁ ପ୍ରଶଂସା କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.