ଜିଲ୍ଲା ଘୋଷଣା ଦାବିରେ ଧର୍ମଗଡ ଉପଖଣ୍ଡ ବନ୍ଦ ଡ଼ାକରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନ ୩୭ ଦିନରେ ପହଂଚିବା ସହ ଆଜି ଧର୍ମଗଡ ଉପଖଣ୍ଡ କୁ ବନ୍ଦ ଡାକରା ଦେଇଛି କ୍ରୀୟାନୁଷ୍ଠାନ କମିଟି । ସକାଳ ୬ ରୁ ସଂଧ୍ୟା୬ ଡାକରା ଦେଇଛି କମିଟି । ବନ୍ଦ ଡାକରାରେ ଆଜି ସକାଳୁ ସକାଳୁ ଧର୍ମଗଡ ବନ୍ଦ ସହିତ ଗୋଲାମୁଣ୍ଡା ବ୍ଲକ, କୋକସରା ବ୍ଲକ, କଲମପୁର ବ୍ଲକରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ଆମପାଣି ଠାରୁ ଗୋଲାମୁଣ୍ଡା ବିଜୁ ଏକ୍ସପ୍ରେସ ଓ୍ବେ ହେଉ କିମ୍ବା ଆମପାଣି ଠାରୁ ବଳଦିଆମାଳ ୨୬ନଂ ଜାତୀୟ ରାଜପଥ ତଥା କଲମପୁର ଠାରୁ ଚିଲଗୁଡା ମୂଖ୍ଯ ରାସ୍ତା ସବୁଠି ଚକାଜାମ । ଏହି ପରିପ୍ରେକ୍ଷୀରେ ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ବେହେରା ଗ୍ରାମରେ ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀର ସମର୍ଥନ ଜଣାଇ ଆଜି ବେହେରା ବିଜୁ ଏକ୍ସପ୍ରେସ ୱେ ଛକ ଠାରେ ବେହେରା କ୍ରିୟାନୁଷ୍ଠାନ ତରଫରୁ ରାସ୍ତା ଅବରୋଧ କରିବା ସହ ଗଣଧାରଣା ଦେଇଛନ୍ତି । ଧାରଣାରେ ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା, ଅନେକ ସଂଗଠନର ଉଦ୍ୟମୀ ଯୁବକ, ରାଜନେତା ସାମିଲ ହୋଇଥିଲେ । ସକାଳୁ ଗାଡିଚଳାଚଳ ଏବଂ ଦୋକାନ ବଜାର ବନ୍ଦ ରହିଥଲା । ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ରାସ୍ତା ରୋକ କରିଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ଉଭୟପାର୍ଶ୍ଵରେ ଅନେକ ଯାନବାହନ ଅଟକି ରହିଥବା ଯାତ୍ରୀମାନେ ନାହିଁଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଆଗାମୀ ଦିନରେ ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଭୟାବହ ହେବ ବୋଲି କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.