ବେସାହାରା ପରିବାରକୁ ସାହାରା ଦେଲେ ସମାଜସେବୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମାନବିକତା ଆଗରେ ଧନୀ ଗରିବ ଉଚ୍ଚ ନୀଚ୍ଚର ଆଦୌ ପାର୍ଥକ୍ୟ ନ ଥାଏ ଓ ଯେମିତି ସମାଜ ରେ ପ୍ରତ୍ୟେକଟି ଜୀବନର ମୂଲ୍ୟ ବୋଧ ଅଛି l ଆଉ ତାହାର ଆଜି ପ୍ରମାଣ କରି ଦେଖାଇଛନ୍ତି ସୋନପୁର ଫରେଷ୍ଟ ସ୍ମାର୍ଟ ପାର୍କର ପ୍ରାତଃ ଭ୍ରମଣ କାରୀ, ୱାକର୍ସ ଓ ସମାଜସେବୀ ପ୍ରତିନିଧି ଦଳ। ଫରେଷ୍ଟ ସ୍ମାର୍ଟ ପାର୍କରେ କାର୍ଯ୍ୟ କରୁଥିବା ଓ ବିଦ୍ୟୁତ କରେଣ୍ଟ ରେ ମୃତ୍ୟୁ ବରଣ କରିଥିବା ଶ୍ରମିକ ବାସନ୍ତି ଦାସ ଙ୍କ ବେସାହାରା ପରିବାରକୁ ସାହାରା ଦେଇ ବଞ୍ଚିବାର ଭରସା ଦେଲେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ, ପାର୍କ ର ମର୍ନିଙ୍ଗ ୱାକର୍ସ, ସ୍ୱଚ୍ଛ ଭାରତ ସଂଗଠନ, ଫରେଷ୍ଟ ପାର୍କ କର୍ମଚାରୀ, ସମାଜସେବୀ, ସହରର ବୁଦ୍ଧିଜୀବୀ ଓ ମହାନୁଭବ l ଗତ ୨୫ ତାରିଖରେ ଫରେଷ୍ଟ ପାର୍କରେ କରେଣ୍ଟ ଲାଗି ମୃତ୍ୟୁ ବରଣ କରିଥିବା ସ୍ଵର୍ଗୀୟା ବାସନ୍ତି ଦାସଙ୍କ ଶୋକ ସନ୍ତପ୍ତ ପରିବାରକୁ ଆଜି ସକାଳେ ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ, ସମାଜସେବୀ ଅଭିମନ୍ୟୁ କୁଶଳ, ସୟଦ ଅଲିମୁଲ ଇସଲାମ, ଇନ୍ଦୁମତୀ ପୁରୋହିତ, ରବୀନ୍ଦ୍ର ଜେନାଙ୍କ ନେତୃତ୍ୱ ରେ ୫୦ ରୁ ଉର୍ଦ୍ଧ୍ବ ମର୍ନିଙ୍ଗ ୱାକର୍ସ, ସମାଜସେବୀ, ପାର୍କ କର୍ମଚାରୀ, ବୁଦ୍ଧିଜୀବୀ ଭେଟି ସାନ୍ତ୍ୱନା ଦେବା ସହ ଆର୍ଥିକ ସହାୟତା କରିଥିଲେ l ଏହା ସହିତ ସର୍ଗୀୟା ବାସନ୍ତିଙ୍କ ଦୁଇ ଝିଅ, ଏକ ମାତ୍ର ଛୋଟ ପୁଅର ଶିକ୍ଷା, ସ୍ୱାସ୍ଥ୍ୟ, ବାସ ଗୃହ ଓ ସାମାଜିକ ଜୀବନ ର ସମସ୍ତ ଆନୁସଙ୍ଗୀଙ୍ଗ ସୁବିଧା ସଯୋଗ ପ୍ରଶାସନ ଓ ସଂଗଠନ ପକ୍ଷରୁ ଯୋଗାଇ ଦେବାକୁ ଭରସା ଦେଇଥିଲେ l ଏହା ସହିତ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡାଙ୍କ ପକ୍ଷରୁ ୫୦୦୦, ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ପକ୍ଷରୁ ୪୦୦୦, ଯୋଗାଣ ବିଭାଗ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ପକ୍ଷରୁ ୨୫୦୦, ପାର୍କ କର୍ମଚାରୀଙ୍କ ପକ୍ଷ ରୁ ୫୦୦୦, ସ୍ୱଚ୍ଛ ଭାରତ, ମର୍ନିଙ୍ଗ ୱାକର୍ସଙ୍କ ପକ୍ଷରୁ ୧୫,୦୦୦ ଟଙ୍କା ସମୁଦାୟ ନଗଦ ୩୨,୦୦୦ ଟଙ୍କା ଏଇ ବେସାହାରା ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରି ମାନବିକତା ପରିଚୟ ଦେଇଛନ୍ତି l ତେଣୁ ଏମାନଙ୍କ ଭଳି ଦୁର୍ଦିନରେ ଥିବା ଲୋକ ଙ୍କ ପାଖରେ ପ୍ରତ୍ୟୋକ ମାନବବାଦୀ ମଣିଷ ଚୁପ ହୋଇ ରହି ନ ପାରେ l ଆଉ ପରସ୍ପର ପ୍ରତି ସହାନୁଭୂତି ସହଯୋଗ ରଖିବା ପ୍ରତ୍ୟୋକ ଲୋକ ଙ୍କ ଦୁର୍ଦିନ ସମୟରେ ସାହାରା ଦେବା ପ୍ରକୃତ ମାନବବାଦୀ ଅଟେ l ଯାହାକି ଆଜିର ଏଇ ମହାନୁଭବଙ୍କ ମାନବବାଦୀ ଉଦାହରଣ ଆଗାମୀ ଯୁବ ପିଢୀ ପାଇଁ ସମାଜ ପାଇଁ ଏକ ଶୁଭଙ୍କର ଅଟେ l ଆଜିର ର ଏଇ କାର୍ଯ୍ୟକ୍ରମ ରେ ସଂଯୋଜକ ମନୋରଞ୍ଜନ ତ୍ରିପାଠୀ, ଗରିବ ଲୋଇ, ଆନନ୍ଦ ପାତ୍ର, ଯୋଗେନ୍ଦ୍ର ସେଠି, ଜନ୍ମଜୟ ପାତ୍ର, ସନ୍ତୋଷ ମିଶ୍ର, ଡ଼ା. ଦେବେଶ ପଣ୍ଡା, ରାଜ କିଶୋର ତ୍ରିପାଠୀ, କାର୍ତ୍ତିକେଶ୍ୱର ପଣ୍ଡା, ଆଶିଷ ସାହୁ, ବେଣୁ ନାଏକ, ପ୍ରତାପ ମେହେର, ବଲୁରାମ ଆଗ୍ରୱାଲ, ଦୀପ୍ତି ମୟୀ ସାହୁ, ସୁଲେଖା ମହାରଣା, ସଂଗୀତା ନାଏକ, ଶ୍ରୀବନ୍ତ ମିଶ୍ର, ଅକ୍ଷୟ ପାତ୍ର, ସରତ ଭୋଇ, ତରଣୀ ମେହେର, ମହୋନ ବାବୁ, ହରି ଶଙ୍କର ଚୌଧୀରି, ବୈକୁଣ୍ଠ ଶତପଥୀ, ଶିବ ନାରାୟଣ ବହିଦାର, ଶାନ୍ତନୁ ବାଗ, ପ୍ରଫୁଲ୍ଲ ନାଏକ, ମନୋଜ ପଣ୍ଡା, ପ୍ରମୁଖ ସ୍ବେଛାସେବୀ ଯୋଗ ଦେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.