ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଚଢାଉ; ଜବତ ହେଲା ୬୧ଟି ଘରୋଇ ଗ୍ୟାସ୍ ସିଲିଣ୍ଡର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଉପଖଣ୍ଡ ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ବେଆଇନ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରାଯାଉଥିବା ନେଇ ଆଜି ଚଢାଉ କରାଯାଇଥିଲା । ବ୍ୟବହୃତ ହେଉଥିବା ତଥା ଗଚ୍ଛିତ ରଖାଯାଇଥିବା ୬୧ଟି ଗ୍ୟାସ ସିିଲିଣ୍ଡରକୁ ଜବତ କରିଛି ରାୟଗଡା ଉପଖଣ୍ଡ ସ୍ତରୀୟ ଯୋଗାଣ ବିଭାଗ । ରାୟଗଡା ସଦର ସହକାରୀ ଯୋଗାଣ ଅଧିକାରୀ ସୁହାଂଶ ଭୋଇଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ସହରର ଆଇସିଡିଏସ ଛକ ସମ୍ମୁଖରେ ଥିବା ଓମ ସାଇରାମ ଫାଷ୍ଟ ଏଣ୍ଡ ଫାଷ୍ଟ ଫୁଡ୍‌ରେ ଚଢାଉ ବେଳେ ୪ଟି ଏବଂ ସାଇରାମ ରେଷ୍ଟୁରାଂଟରୁ ୫ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ହୋଟେଲଗୁଡିକରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ବ୍ୟବହାର ପାଇଁ ନିୟମ ରହିଥିବା ବେଳେ ହୋଟେଲ ମାଲିକ ମାନେ ଡୋମେଷ୍ଟିକ୍ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଥିବାରୁ ଏହା ବେଆଇନ ଅଟେ । ସେହିପରି ଚଢାଉ ବେଳେ ନେହୁରୁ ନଗର ଅଂଚଳରୁ ଏକ ମ୍ୟାକ୍ସ ପିକ୍‌ଅପ୍ ଗାଡିରୁ ୫୧ଟି ଇଣ୍ଡେନ୍ କମ୍ପାନୀର ଡୋମେଷ୍ଟିକ୍ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଥିଲା । ଏହି ଗାଡିରେ ୫ଟି ପୂର୍ଣ୍ଣ ସିଲିଣ୍ଡର ଏବଂ ୪୬ଗୋଟି ଖାଲି ସିଲିଣ୍ଡର ରହିଥିଲା । ତେବେ ଗାଡିରେ ଥିବା ଗ୍ୟାସ ସିଲିଣ୍ଡର ଗୁଡିକର ସଠିକ୍ ବିଲ୍ କାଗଜ ପତ୍ର ବ୍ୟକ୍ତି ଜଣକ ଦେଖାଇ ପାରି ନ ଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ବିଭାଗୀୟ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ଲିଖିତ ଭାବେ ଯୋଗାଣ ବିଭାଗ ଟିମକୁ ଜଣାଇଛନ୍ତି ଏବଂ ରାୟଗଡା ସହରର ଆଖପାଖ ଅଂଚଳରେ ଥିବା ଉପଭୋକ୍ତାଙ୍କୁ ଉକ୍ତ ସିଲିଣ୍ଡରଗୁଡିକ ବଂଟନ କରାଯାଇଥିବା ନେଇ ଟିମକୁ ଜଣାଇଛନ୍ତି ।

Udyog Nursery
Udyogi Nursery

ତେବେ ସଂଧ୍ୟା ସୁଦ୍ଧା ସିଲିଣ୍ଡରଗୁଡିକର ବିଲ୍ ପତ୍ର ଯୋଗାଇ ନ ପାରିଲେ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ବୋଲି ଏବଂ ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଆଗାମୀ ଦିନରେ ସହରର ବିଭିନ୍ନ ଚାଉଳ, ଆଳୁ, ପିଆଜ ଗୋଦାମଗୁଡିକରେ ମଧ୍ୟ ଚଢାଉ କରାଯିବ ବୋଲି ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ଆଜିର ଏହି ଚଢାଉ ସମୟରେ କାଶିପୁର ବ୍ଳକ ମାର୍କେଟିଂ ଇନ୍ସପେକ୍ଟର (ଏମ.ଆଇ.) ସତ୍ୟନାରାୟଣ ଭୋଇ,ରାୟଗଡା ବ୍ଳକର ଏମ ଆଇ ଚୈବନ ବେହେରାଙ୍କ ସହ କୋଲନରା ବ୍ଳକ ଏମ.ଆଇ.ଅନୀଲ କୁମାର ଗମାଙ୍ଗ ପ୍ରମୁଖ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.