ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ପର୍ବ; ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ବରୀଙ୍କ ଖଣ୍ଡାବସା ପର୍ବ କଳାହାଣ୍ଡି ମହାରାଜ ଅନନ୍ତ ପ୍ରସାଦ ଦେଓଙ୍କ ଉପସ୍ଥିତିରେ ମହାସମାରୋହରେ ପାଳିତ ହୋଇଯାଇଛି। ମାଙ୍କ ଦର୍ଶନ ସିଧାସଲଖ ଭାବେ କରିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସନ୍ଧ୍ୟା ୬ଟା ୨୦ରେ ମାଁ ଲଙ୍କେଶ୍ଵରୀଙ୍କ ମନ୍ଦିରରୁ ଘଣ୍ଟ ଦଳ ସହ ଏକ ଶୋଭାଯାତ୍ରାରେ ପୂଜକ ମା’ଙ୍କ ପାଟଖଣ୍ଡା ଧରି ସ୍ଥାନୀୟ ଡାକ ବଙ୍ଗଳାରେ ତିଆରି ଅସ୍ଥାୟୀ ଖୁପୁଡ଼ି କୁଡିଆ ଘରକୁ ନେଇଥିଲେ। ସେହିପରି ବୁଢ଼ାରଜା ମନ୍ଦିରରୁ ସଂଖୁଆରୀ ଆଉ ଏକ ଖଣ୍ଡାଧରି ସେଠାକୁ ଆଣିଥିଲେ। ଉପରୋକ୍ତ ଅସ୍ଥାୟୀ ଘରେ ମା ଲଙ୍କେଶ୍ଵରୀଙ୍କ ପାଟଖଣ୍ଡା, ବୁଢ଼ାରଜାଙ୍କ ଖଣ୍ଡାକୁ ସ୍ବର୍ଣ୍ଣକାର ବାଳକୃଷ୍ଣ ଆଚରି ପୂଜାର୍ଚ୍ଚନା କରି ମାର୍ଜନା କରିଥିଲେ। ମାର୍ଜନା ପରେ ମା ଲଙ୍କେଶ୍ଵରୀ ମନ୍ଦିରର ପୂଜକ ମାଁଙ୍କ ଖଣ୍ଡାକୁ ଧରି ଏକ ଶୋଭାଯାତ୍ରାରେ ମା ଲଙ୍କେଶ୍ଵରୀ ମନ୍ଦିରକୁ ଯାଇଥିଲେ। ମା ଲଙ୍କେଶ୍ଵରୀ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ରାତିରେ ମାଙ୍କ ପାଟାଖଣ୍ଡାକୁ ଚାଉଳ ଉପରେ ବସାଯାଇ ଥିଲା। କିଛି ସମୟ ପରେ ଏକ ଛୋଟ ପଶୁ (ମେଣ୍ଢା) ବଳି ଦିଆଯାଇଥିଲା। ମଧ୍ୟ ରାତ୍ରୀରେ ଦେବୀଙ୍କ ମନ୍ଦିର ପରିସରରେ ଥିବା ଶିମୁଳି ଗଛ ମୂଳରେ ମହାପଶୁ (ପୋଡ଼) ବଳି ଦିଆଯାଇଥିଲା। ପର୍ବ ଶାନ୍ତିଶୃଙ୍ଖଳା ସହିତ ହେବ ନେଇ ଜୁନାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷପ ନିଆଯାଇଥିଲା। ଏଥିରେ ୧ପ୍ଲାଟୁନ ପୋଲିସ ସହିତ ଧର୍ମଗଡ ଉପଖଣ୍ଡର ବିଭିନ୍ନ ଥାନାରୁ ଏସଆଇ ଓ ଏଏସ୍ ଆଇ ପୋଲିସ ଅଧିକାରୀ ଯୋଗଦେଇ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ। ଖଣ୍ଡାବାସ ଉପଲକ୍ଷେ ମା’ଙ୍କ ପୀଠ ନିକଟରେ ସ୍ଥାନୀୟ ମେଲୋଡ଼ି ଗ୍ରୁପ୍ ପକ୍ଷରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି କ୍ଲବ୍ ପକ୍ଷରୁ ଡେନ୍ସ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଜୁନାଗଡ଼ ଏନଏସି ଉପାଧ୍ୟକ୍ଷା ହିମଦ୍ରୀ ନାଏକ, ସମାଜସେବୀ ଦୁର୍ଗା ପ୍ରସାଦ ନାଏକ, ପୂର୍ବତନ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ ପ୍ରମୁଖ ଯୋଗଦେଇଥିଲେ। ସ୍ଥାନୀୟ କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରେ ଘୁମୁରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାସହ ମଞ୍ଚରେ ଛତିଶଗଡ଼ ଏକ ସାମାଜିକ ନାଟକ ପରିବେଷଣ ହୋଇଥିଲା। ସ୍ଥାନୀୟ ସରକାରୀ ହାଇସ୍କୁଲ ପରିସରରେ ସ୍ଥାନୀୟ କଳାକାରଙ୍କୁ ନେଇ ପରିବେଷିବତ ପୌରାଣିକ ନାଟକ ‘ଚକାନୟନ’ ଲୋକଙ୍କ ମନକୁ ମୋହିଥିଲା। ଏହି ପର୍ବରେ ଜିଲ୍ଲା ସମେତ ଜିଲ୍ଲା ବାହାରର ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.