ଅଧାପନ୍ତରିଆ ହୋଇ ପଡି ରହିଛି ବିଜୁ ସେତୁ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ କୁଦୋଭଟା ଠାରୁ ଅର୍ଜୁନ ନାଳ ଉପରେ ରେ ନିର୍ମାଣ ହେଉଛି ଉଚ୍ଚ ବିଜୁ ସେତୁ । ନୂଆପଡା ଜିଲ୍ଲା ଏକ ଉପାନ୍ତ ଜିଲ୍ଲା ଅଟେ । ସରକାର ବିଭିନ୍ନ ଯୋଜନା ମାଧ୍ୟମ ରେ ଗମନା ଗମନ କୁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ ଚାଲୁଛନ୍ତି । କିନ୍ତୁ ଅଧିକାରୀ ଓ ଠିକାଦାର ଏହାର ହରିଲୁଟ କରୁଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ତେବେ ନୂଆପଡା ଜିଲ୍ଲାର କୋଦୋଭଟା ଠାରୁ ଅର୍ଜୁନ ନାଳ ଉପରେ ହେଉଥିବା ୩ କୋଟି ୬୩ ଲକ୍ଷ ୫୫ ହଜାର ୨୪୧ ଟଙ୍କାର ଅଟକଳରେ ବିଜୁ ସେତୁ ୨୦୨୨ ମସିହା ଜୁନ ମାସ ୧୬ତାରିଖରେ ଆରମ୍ଭ ହୋଇ ୨୦୨୩ ମସିହା ଜୁନ ମାସ ୧୫ ତାରିଖରେ କାର୍ଯ୍ୟ ଶେଷ ଅବଧି ଥିବା ସୂଚନା ଫଳକରେ ଦର୍ଶା ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାମ ସରି ନ ଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ରାସ୍ତା ଖରାପ ଥିବାରୁ ଜରୁରୀ କାଳୀନ ସୁବିଧା ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ମିଳି ପାରୁ ନ ଥିବା ବେଳେ ସାଇକେଲ ଓ ମୋଟର ସାଇକେଲ ଆରୋହୀ ଦୁର୍ଘଟଣାର ଶିକାର ହେଉଥିବା ଗାଁ ବାସୀ ଅଭିଯୋଗ କରୁଛନ୍ତି । ପ୍ରକାଶ ଯେ, ଶ୍ୟାମ ଇନ୍ଫ୍ରା ନାମକ ଠିକାଦାର ସଂସ୍ଥା ଏହି ବିଜୁ ସେତୁର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଅବଧି ସରି ଯାଇଥିଲେ ମଧ୍ୟ ସମ୍ପୂର୍ଣ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ | ଏପଟେ କାମ ନିମ୍ନ ମାନର ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ | ତେବେ ଏ ସମ୍ପର୍କରେ ନୂଆପଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ନାଏକଙ୍କୁ ପଚାରିବାରୁ  ଯଥାଶୀଘ୍ର କାମ ସମ୍ପୂର୍ଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.