ସର୍ଗିଗୁଡାରେ ସ୍ୱର୍ଗତା ଶଶିଦେଇଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭା; ସ୍ମୃତି ଚାରଣ କଲେ ଅତିଥି ବୃନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ସାନ ଗଉନ୍ତିଆଙ୍କ ସହଧର୍ମିଣୀ ସ୍ୱର୍ଗତ ଶଶିଦେଇ ନାଏକ ଗତ ୨୭/୯ ବୁଧବାର ଦିନ ଇହଦାମ ତ୍ୟାଗ କରିଥିଲେ । ଆଜି ତାଙ୍କର ଏକାଦଶାହ କର୍ମ । ଏନେଇ ସର୍ଗିଗୁଡା ଆଞ୍ଚଳିକ କୁଲତା ସମାଜ ପକ୍ଷରୁ ଯୁବ କୁଲତା ସଭାପତି ପ୍ରଦୀପ ନାଏକଙ୍କ ଅଧ୍ୟକ୍ଷତାରେ ସର୍ଗିଗୁଡା ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କୁଲତା ସମାଜର ପୂର୍ବତନ ସଭାପତି ତଥା କମର୍ଦ୍ଧାର ପୂର୍ବତନ ସରପଞ୍ଚ ହରିଶ୍ଚନ୍ଦ୍ର ବୁଦ୍ଧିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି କୁଲତା ସମାଜର ବଂଶ ସୁରକ୍ଷା ସମିତିର ସଭାପତି ଅନନ୍ତରାମ ପଧାନ, ବିଶିଷ୍ଟ ବାଦ୍ୟକାର ବଂଶୀଧର ସାହୁ, ବିଶିଷ୍ଟ କଳାକାର ଧୃବଚରଣ ବିଶ୍ୱାଳ, ବଲାଙ୍ଗୀରର ବିରଞ୍ଚି ନାରାୟଣ ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହି ଧର୍ମପରାୟଣା ମହିଳା ସ୍ୱର୍ଗତା ଶଶିଦେଇଙ୍କ ସ୍ମୃତିଚାରଣ କରିଥିଲେ । ପ୍ରଥମେ କଳାହାଣ୍ଡି ଯୁବ କୁଲତା ସଭାପତି, ବିଜେପି ପଛୁଆ ବର୍ଗ ଜିଲ୍ଲା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ସମସ୍ତ ଅତିଥି ଗଣଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଦୁଇମିନିଟ ଧରି ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତା ଶଶିଦେଇଙ୍କ ତିନିପୁତ୍ର ବିରେନ୍ଦ୍ର, ଅଭୟ ଓ ସଞ୍ଜୟ ନାଏକ ଏବଂ ଏକମାତ୍ର ଝିଅ ଜ୍ୟୋତ୍ସ୍ନା ପୁଷ୍ପାଞ୍ଜଳୀ ଅର୍ପଣ କରିବା ପରେ ପୁତୁରା କୁମୁଦ, ଅଜୟ, କିଶୋର, ଅକ୍ଷୟ, ବିଜୟ, ପୌତ୍ର ପ୍ରଦୀପ, ନିହାର, ପପୁ, ମାନସ, ବିରେନ, ସନ୍ତୋଷୀ, ପ୍ରମୁଖ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ନାଏକ ବଂଶୀୟ ସମସ୍ତ ମହିଳା ପୁରୁଷ ଓ ଉପସ୍ଥିତ ବନ୍ଧୁ ବାନ୍ଧବ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଭାଗବତିଆ କବି ଅବସରପ୍ରାପ୍ତ ଶିକ୍ଷକ ମଧୁସୁଦନ ରାଉତଙ୍କ ଦ୍ୱାରା ଶଶିଦେଇଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଚିତ କବିତା ପଠନ କରାଯାଇଥିଲା । ଶୋକାକୂଳ ପରିବେଶ ମଧ୍ୟରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ନାଏକ ପରିବାରର ଜ୍ୱାଇଁ ବିଶିଷ୍ଟ କଳାକାର ଚକ୍ରଧର ସା ମଞ୍ଚ ସଂଯୋଜନା କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ ଯୁବ କୁଲତା ଜିଲ୍ଲା ସଭାପତି ତଥା ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସାରଥି ନାୟକ, ପ୍ରଫୁଲ୍ଲ ନାଗ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ, ସୁନାର୍ଜନ ସରାଫ, ଆଇନ ଜୀବୀ ନବୀନ ଭୋଇ(କିକିଆ) ତଥା ଅନ୍ୟାନ୍ୟ ଅନେକ ଭଦ୍ର ବ୍ୟକ୍ତି ଓ ଶିକ୍ଷାବିତ୍ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.