ସାଇବର ଅପରାଧ, ଭୂମିକମ୍ପ ଓ ସଡ଼କ ଦୁର୍ଘଟଣା ସମ୍ପର୍କିତ ବିଜ୍ଞାନ ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସାଇବର ଅପରାଧ, ଭୂମିକମ୍ପ ଓ ସଡ଼କ ସୁରକ୍ଷା ସମ୍ପର୍କିତ ବିଜ୍ଞାନ ପ୍ରଦର୍ଶନୀ ଅଭିଭାବକ ଓ ଦର୍ଶକ ମହଲରେ ଖୁବ ଆଦୃତ ହୋଇଥିବା ଦେଖିବାକୁ ମିଳିଛି। ଶନିବାର ଦିନ ଖଲ୍ଲିକୋଟ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ବିଦ୍ୟାଳୟର ୧୦୨ ଜଣ ପିଲା ୫୨ ଗୋଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଉକ୍ତ ବିଜ୍ଞାନ ପ୍ରଦର୍ଶନୀରେ ସାଇବର ଅପରାଧ ରୋକିବାର ଜ୍ଞାନ କୌଶଳ, ଭୂମିକମ୍ପର ଆଗୁଆ ସୂଚନା ଓ ସମାଧାନ, କଠିନ ବର୍ଜ୍ୟବସ୍ତୁର ପରିଚାଳନା, ସଡ଼କ ସୁରକ୍ଷା, ଦୁର୍ଘଟଣା ରୋକିବା, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଦୂଷଣ ରୋକିବା ସମ୍ପର୍କିତ ପ୍ରକଳ୍ପଗୁଡିକ ପ୍ରଦର୍ଶନ କରିଥିଲେ। ବିଜ୍ଞାନ ପ୍ରଦର୍ଶନୀକୁ ସୁବଳୟା କଲେଜର ରସାୟନ ବିଭାଗ ଅଧ୍ୟାପକ ଡ. ଜଗଦୋଷ ପାଳ ପର୍ଯ୍ୟବେକ୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧକ୍ଷ ଅମୁଲ୍ୟ କୁମାର ମିଶ୍ର, କରୁଣାକର ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ଅରୁଣ କୁମାର ମହାପାତ୍ର, ନିବେଦିତା ଦାଶ, ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ବିଜ୍ଞାନ ପ୍ରଦର୍ଶନୀ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.