ବେଦାନ୍ତରେ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ଚାକିରୀ ଦେବା ପ୍ରସଙ୍ଗ: ଆଜି ବେଦାନ୍ତ କାରଖାନାରେ ତାଲା ପକାଇଲେ ମହିଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ତ୍ରୀ ପାଇଁ ସ୍ଵାମୀ ଓ ପୁଅ ଝିଅ ପାଇଁ ବାପା ପରିବାରର ଭରସାର ଏକ ମଝି ମାଇଲ ଖୁଣ୍ଟ। ସ୍ବାମୀ ହେଉ କିମ୍ବା ବାପା ସେ ହେଉଛନ୍ତି ଭବିଷ୍ୟତ ଜୀବନର ଦୃଢ଼ ଭିତ୍ତିଭୂମି। ତେବେ ଲାଞ୍ଜିଗଡ଼ ଅଞ୍ଚଳରେ ବେଦାନ୍ତରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁପରେ ୧୨ଟି ପରିବାର ଅତି ଦୟନୀୟ ଜୀବନ ଜିଉଁଛନ୍ତି। ସ୍ବାମୀଙ୍କୁ ହରାଇ ସ୍ତ୍ରୀ ଓ ବାପାଙ୍କ ଦେହାନ୍ତ ପରେ ବାପା ଛେଉଣ୍ଡ ପିଲାମାନେ ମାନସିକ ଭାବେ ଦୁର୍ବଳ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ତେବେ ସ୍ଵାମୀଙ୍କ ମୃତ୍ୟୁ ବେଦାନ୍ତରେ କାର୍ଯ୍ୟ କରୁଥିବା ସମୟକାଳ ମଧ୍ୟରେ ଘଟିଛି। ତେଣୁ ବିଧବା ମହିଳା ମାନେ ସ୍ଵାମୀଙ୍କ ଚାକିରୀ ସ୍ଥାନରେ ଖଣ୍ଡେ ଚାକିରୀ ପାଇଁ ନିଯୁକ୍ତି ଦାବି ଜଣାଇ ଆସୁଛନ୍ତି। ହେଲେ ବେଦାନ୍ତ କମ୍ପାନୀର ବହୁ ବରିଷ୍ଟ ଅଧିକାରୀଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇ ଆସିଛନ୍ତି ଲାଞ୍ଜିଗଡ଼ ଅଞ୍ଚଳର ବିଧବା ମାନେ। ହେଲ କୌଣସି ସୁଫଳ ନମିଳିପାରୁ ନାହିଁ। ଲାଞ୍ଜିଗଡ଼ ପାଦଦେଶରେ ଥିବା ନିୟମଗିରି ବେଦାନ୍ତ ନଗରରେ ବସବାସ କରୁଥିବା ୧୨ଟି ବିଧବା ସ୍ତ୍ରୀ ନିଜ ଛୁଆପିଲା ଓ ପରିବାର ସଦସ୍ୟଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିବାକୁ ପରିସ୍ଥିତି ବାଧ୍ୟ କରିଛି ବୋଲି ଧାରଣାରତ ମହିଳାମାନେ ପ୍ରକାଶ କରିଥିଲେ। ବିଧବାମାନଙ୍କ ଆଖିକୋଣରେ ଜରେଇ ଆସୁଥିବା ବିଧବା ମାନେ ଲୁହ ଝରାଇ ହୃଦୟ ଭିତରେ ଜମାଟ ବାନ୍ଧିଥିବା ପରସ୍ତ ପରସ୍ତ କୋହ ଆଜି ସାହସ ଯୋଗାଇ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବା ବଞ୍ଚିବାର ଆଶ୍ୱାସନାଟିଏ ପାଇବୁ ବୋଲି ଯଦି ଧରିଥିବା କୋହ ରହିଛି। ତେବେ ଅଭିଯୋଗ ଶୁଣାଣି ପୁର୍ବରୁ କାର୍ଯ୍ୟକ୍ରମ କାରଣ ବସତଃ ଜିଲ୍ଲାପାଳଙ୍କୁ ଭେଟିବା ସମ୍ଭବ ହୋଇପାରିନଥିଲା। ତେବେ ବିଧବା ପରିବାରମାନେ ନିଷ୍ପତ୍ତି ନେଇଛନ୍ତି ଯେମିତି ହେଉ ଜିଲ୍ଲାପାଳଙ୍କୁ ନିଜ ଦୁଃଖ ଜଣାଇ ଚାକିରୀ ପାଇବାର ରାସ୍ତା ବାହାର କରିବୁ। ତେଣୁ ଟେଣ୍ଟ ତଳେ ତଲେ ଦାବି ପୂରଣ ନହେବା ଯାଏଁ କନିଦିଷ୍ଟକିଲ ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ବିଧବା ମହିଳାମାନେ ଆଜି ପାଞ୍ଚ ଦିନ ହେଲା ଧାରଣା ଦେଇଥିବା ବେଳେ ନିଜ ସ୍ବାମୀର ଉତ୍ତରାଧିକାରୀ ହିସାବରେ ଚାକିରୀ ପାଇଁ ଅନେକ ଥର ବିଧବା ମହିଳାମାନେ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଆକ୍ଷାରରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କମ୍ପାନୀ ଅନୁସାରେ ଚାକିରୀ ବ୍ୟବସ୍ଥା ନଥିବା କଥା କହି ଫେରାଇ ଦେଇଥିଲେ। ତେବେ ଜିଲ୍ଲାପାଳ ଯଦି ଚାହିଁବେ ନୂଆ ପଲିସି ଦ୍ଵାରା ଯାହା କିଛି ନିଷ୍ପତ୍ତି ନିଆଯାଇପାରିବ ତାହା ଦ୍ବାରା ଜିଲ୍ଲାପାଳ ମଧ୍ୟ ତାହା ଦ୍ବାରା କିଛି କରି ପାରୁନାହାନ୍ତି ବୋଲି ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବେଦାନ୍ତରେ କାର୍ଯ୍ୟରତ କର୍ମଚାରୀମାନେ ଗତ ୨୦୧୩ ମସିହାରୁ ୨୦୨୩ ମଧ୍ୟରେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ବେଦାନ୍ତ କମ୍ପାନୀ ଘର ପରିବାର ଚଳାଇବା ଲାଗି ପ୍ରଥମେ ୨୦୦୦ ରୁ ଆରମ୍ଭ କରି ପେନସନ ସ୍ୱରୂପ ବର୍ତ୍ତମାନ ୧୫୦୦୦ଟଙ୍କା ବିଧବା ମହିଳାମାନଙ୍କ ପରିବାରକୁ ଯୋଗାଇ ଆସୁଛି। ତେବେ ଅନ୍ୟପକ୍ଷରେ ୫୦ହଜାର ଟଙ୍କା ବେଦାନ୍ତର ଦରମା ପାଇ ଆସୁଥିବା ଘରର ରୋଜଗାରିଆ ମଣିଷର ମୃତ୍ୟୁ ହୋଇଗଲେ ପରବର୍ତ୍ତୀ ସମୟ ପରିବାର ଚଳାଇବା ମୁସ୍କିଲ ହୋଇପଡିଛି ବୋଲି ବିଧବା ମହିଳାମାନେ କହିଛନ୍ତି। ଛୁଆ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରେ। ବେଦାନ୍ତ କମ୍ପାନୀ ଆରମ୍ଭରେ ଆମ ଜମି ସବୁ ନେଇ ଶାଗ ମାଛ ଦରରେ କିଛି କିଛି ଟଙ୍କା ଧରେଇ ଦେଇଥିଲେ। ଘର ବଦଳରେ ୧୦ଡିସିମିଲ ଜାଗା ଓ ଚାରି ବଖରା ଘର ସହିତ ପରିବାରରୁ ଦୁଇ ବର୍ଷ ଆଇ. ଟି.ଆଇ ଟ୍ରେନିଂ ପଠାଇ ଜଣକୁ ଚାକିରୀ ଦେଇଥିବା ସ୍ବୀକାର କରିଛନ୍ତି। ତଥାପି ଘରର ରୋଜଗାରକ୍ଷମ ବ୍ୟକ୍ତି ଚାଲିଗଲା ପରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିବା ବିଷୟ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷକରି ନିଜର ଓ ପିଲାମାନଙ୍କ ଅନିଶ୍ଚିତ ଭବିଷ୍ୟତକୁ ନେଇ ମହିଳାମାନେ ଭାଙ୍ଗି ପଡ଼ିଥିବା କାରଣରୁ ଜିଲ୍ଲା ପ୍ରଶାସନ କି ପ୍ରକାର ଥଇଥାନ ବ୍ୟବସ୍ଥା କରୁଛି ତାହା ଦେଖିବାକୁ ରହିଲା।ହେଲେ ଏହି ୧୨ ଜଣ ମହିଳାଙ୍କ ସମର୍ଥନ ରେ ବେଦାନ୍ତ ନଗର ର ସମସ୍ତ ମହିଲା ଅଣ୍ଟା ଭିଡ଼ିଛନ୍ତି। ଗୁରୁବାର ସକାଳ ପାଞ୍ଚ ଟାରୁ ସେମାନେ ବେଦାନ୍ତ କାରଖାନା ମୁଖ୍ୟ ଫାଟକକୁ ତାଲା ପକାଇ ଧାରଣାରେ ବସିଛନ୍ତି। ଯେତେଦିନ ପର୍ଯ୍ୟନ୍ତ ବିଧବା ମହିଳାଙ୍କୁ ଚାକିରୀ ନ ମିଳିଛି ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲପାଳ, ଲାଞ୍ଜିଗଡ ତହସିଲଦାର କିରଣ କୁମାର ମହାନ୍ତି, ଲାଞ୍ଜିଗଡ ଥାନା ଅଧିକାରୀ ବିଜୟ ଲଷ୍ମୀ ହିକକ୍କା, ବିଶ୍ଵନାଥପୁର ଥାନା ଅଧିକାରୀ ମମତା ହେମ୍ରାମ ପ୍ରମୁଖ ଧାରଣାରତ ମହିଳାଙ୍କ ସହ ଆଲୋଚନା କରି କିଛି ଦିନ ସମୟ ମାଗିଥିଲେ ହେଲେ ମହିଳାମାନେ ରାଜି ହୋଇ ନ ଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ମହିଳାମାନେ ମୁଖ୍ୟ ଫାଟକରେ ଧାରଣାରେ ବସିଛନ୍ତି। ଏ ପଟେ ଭବାନୀପାଟଣା ଜିଲ୍ଲପାଳ ଅଫିସ ସମ୍ମୁଖରେ ୧୨ ଜଣ ମହିଲା ପାଞ୍ଚ ଦିନ ହେଲା ଧାରଣା ଦେଉଥିବା ବେଳେ ଏପଟେ ବେଦାନ୍ତ ନଗରର ସମସ୍ତ ମହିଳା ଲାଞ୍ଜିଗଡ ବେଦାନ୍ତ କାରଖାନା ସମ୍ମୁଖରେ ଧାରଣା ଦେଉଛନ୍ତି। ତେବେ ଜିଲ୍ଳା ପ୍ରଶାସନ କି ବେଦାନ୍ତ କର୍ତ୍ତୃପକ୍ଷ କେବେ ଏହି ବିଧବା ମହିଳାଙ୍କ ଗୁହାରି ଶୁଣୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.