ଦେଶରେ ପ୍ରଥମ ର‌୍ୟାଙ୍କରେ ରାୟଗଡା ଆକାଂକ୍ଷା ଜିଲ୍ଳା; ନୀତି ଆୟୋଗଙ୍କ ଅକ୍ଟୋବର-୨୦୨୩ ଡେଲ୍ଟା ର‌୍ୟାଙ୍କିଙ୍ଗରେ ପ୍ରକାଶ ପାଇଲା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନୀତି ଆୟୋଗ ଦ୍ୱାରା ଅକ୍ଟୋବର-୨୦୨୩ ମାସର ଡେଲ୍ଟା ର‌୍ୟାକିଙ୍ଗ ପ୍ରକାଶ ପାଇଛି। ପ୍ରଥମରୁ ୫ଟି ସ୍ଥାନ ମଧ୍ୟରେ ପ୍ରଥମ ର‌୍ୟାଙ୍କରେ ରାୟଗଡା ଆକାଂକ୍ଷି ଜିଲ୍ଳା ରହିଥିବା ଦର୍ଶାଯାଇଛି। ଏଥିରେ ସ୍ୱାସ୍ଥ୍ୟ ଓ ପୁଷ୍ଟିକର କ୍ଷେତ୍ରରେ ଦେଶର ୨୮ଟି ଜିଲ୍ଳାର ୧୧୨ଟି ଆକାଂକ୍ଷି ଜିଲ୍ଳା ମଧ୍ୟରେ ଅକ୍ଟୋବର ମାସରେ ୭୫.୧ ଅଙ୍କ ପ୍ରାପ୍ତ କରି ପ୍ରଥମ ର‌୍ୟାଙ୍କରେ ଥିବା ବେଳେ ଶିକ୍ଷା କ୍ଷେତ୍ରରେ ୬୫.୩ ଅଙ୍କ ପ୍ରାପ୍ତ କରି ଦ୍ୱିତୀୟ ର‌୍ୟାଙ୍କ ପ୍ରାପ୍ତ କରିଛି। ସେହିପରି କୃଷି ଓ ଜଳ ସଂପଦ କ୍ଷେତ୍ରରେ ୧୧୦ତମ ର‌୍ୟାଙ୍କ ଥିବା ବେଳେ ଆର୍ଥିକ ଅର୍ନ୍ତଭୁକ୍ତ ଏବଂ ଦକ୍ଷତା ବିକାଶରେ ୧୩ତମ ର‌୍ୟାଙ୍କ ଏବଂ ରାସ୍ତା, ପାନୀୟ ଜଳ, ଗ୍ରାମୀଣ ବିଦ୍ୟୁତିକରଣ ସହ ଘରେ ଘରେ ଶୈାଚାଳୟ ଭଳି ମୈାଳିକ ଭିତିଭୂମି କ୍ଷେତ୍ରରେ ୧୦୯ତମ ର‌୍ୟାଙ୍କ ପାଇ ଦେଶର ପ୍ରଥମ ର‌୍ୟାଙ୍କ ପ୍ରାପ୍ତ ଆକାଂକ୍ଷି ଜିଲ୍ଳା ଭାବେ ଚାମ୍ପିଆନ୍ ଅଫ୍ ଚେଂଜ ପୁରସ୍କାର ପାଇବାରେ ଯୋଗ୍ୟ ବିବେଚିତ ହୋଇପାରିଛି। ନୀତି ଆୟୋଗ ଦ୍ୱାରା ଉପରୋକ୍ତ ୫ଗୋଟି କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଆକାଂକ୍ଷି ଜିଲ୍ଳା ଗୁଡିକ ମଧ୍ୟରେ ଜିଲ୍ଳାର ତୁରନ୍ତ ଉନ୍ନତି ପାଇଁ ଉପଲବ୍ଧ ଫଳାଫଳକୁ ଚିହ୍ନଟ କରାଯାଇଥାଏ। ଯେତେବେଳେ ପ୍ରଗତି ମାପ କରାଯାଇଥାଏ ଚୟନ ଜିଲ୍ଳାଗୁଡିକୁ ର‌୍ୟାଙ୍କ ମାଧ୍ୟମରେ ମାନ୍ୟତା ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ନୀତି ଆୟୋଗର ଅକ୍ଟୋବର -୨୦୨୩ ଡେଲ୍ଟା ର‌୍ୟାଙ୍କରେ ରାୟଗଡା ଆକାଂକ୍ଷି ଜିଲ୍ଳା ପ୍ରଥମ ର‌୍ୟାଙ୍କ୍ ରହିଥିବା ବେଳେ ଦ୍ୱିତୀୟ ର‌୍ୟାଙ୍କରେ ବିହାର ରାଜ୍ୟର ଜାମୁଲ, ତୃତୀୟରେ ଓଡିଶାର ନୂଆପଡା, ଚତୁର୍ଥରେ ଆସାମର ଧୁବ୍ରି ଓ ପଂଚୟ ସ୍ଥାନରେ ଝାରଖଣ୍ଡ ରାଜ୍ୟର ଲୋହାରଦାଗା ଜିଲ୍ଳା ରହିଛି। ସେହିପରି କମ ର‌୍ୟାଙ୍କ ରଖିଥିବା ଅନ୍ୟ ୫ଟି ଜିଲ୍ଳା ମଧ୍ୟରେ ବିହାରର ବାଙ୍କା, ଆନ୍ଧ୍ର ପ୍ରଦେଶର ଆଲୁରୀ ସୀତାରାମା ରାଜୁ, ତୃତୀୟରେ ବିହାରର ଔରାଙ୍ଗାବାଦ, ଚତୁର୍ଥରେ ଓଡିଶାର ଢେଙ୍କାନାଳ ଏବଂ ପଂଚମରେ ବିହାର ବେଗୁସରାଇ ଜିଲ୍ଳା ରହିଛି। ଗତ ସେପ୍ଟେମ୍ବର ମାସର ର‌୍ୟାଙ୍କ ତୁଳନାରେ ଅକ୍ଟୋବର ମାସରେ ରାୟଗଡା ଆକାଂକ୍ଷି ଜିଲ୍ଳା ସ୍ୱାସ୍ଥ୍ୟ ଓ ପୁଷ୍ଟିକର ସମେତ ଶିକ୍ଷା ଭଳି କ୍ଷେତ୍ରରେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିଥିବାରୁ ପ୍ରଥମ ର‌୍ୟାଙ୍କ ରଖିପାରିଛି। ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନୀତି ଆୟୋଗ ସମ୍ବନ୍ଧୀୟ କେନ୍ଦ୍ରୀୟ ଓ ରାଜ୍ୟର ବିିଭିନ୍ନ ଯୋଜନାଗୁଡିକ ମାଧ୍ୟମରେ ଜିଲ୍ଳା ବିକାଶର ରୂପାନ୍ତର ହୋଇପାରିଛି। ଯାହା ଜିଲ୍ଳାରେ କାର୍ଯ୍ୟରତ ଦାୟିତ୍ୱବାନ୍ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ସଫଳ ହୋଇପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.