‘ମୋ ପାଇଖାନା ମୋ ସ୍ୱାଭିମାନ’ କାର୍ଯ୍ୟକ୍ରମ

କଳାହାଣ୍ଡି,୨୯/୧୧: ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ଵାରା ଆରମ୍ଭ ହୋଇଥିବା ସୁସ୍ଥ ଓଡ଼ଶା ସ୍ଵଚ୍ଛ ଓଡି଼ଶା, ‘ମୋ ପାଇଖାନା ମୋ ସ୍ୱାଭିମାନ’ କାର୍ଯ୍ୟକ୍ରମ ନର୍ଲା ବ୍ଲକ ଅନ୍ତର୍ଗତ କର୍ମେଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗାଁ କୁ ଗାଁ ଯାଇ ଖୋଲା ଶୌଚ ମୁକ୍ତ କରିବା ପାଇଁ ସମସ୍ତ ଜନସାଧାରଣ ଙ୍କୁ ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ମାନେ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆଶା ଅଙ୍ଗନବାଡି କର୍ମୀ ମଧ୍ୟ ଯୋଗଦାନ କରିଥିଲେ । ବିଜୁ ଯୁବ ବାହିନୀ ର ନର୍ଲା ବ୍ଲକ ଯୁବ ସଂଯୋଜକ ହେମସାଗର ସାହୁଙ୍କ ନେତୃତ୍ଵରେ କର୍ମେଗାଁ ପଞ୍ଚାୟତ ବିଜୁ ଯୁବ ବାହିନୀ ର ସଭାପତି, ସମ୍ପାଦକ ଆଲୋକ କୁମାର ଭୋଇ, କୋଷାଧ୍ଯକ୍ଷ ଲକି ନାଏକଙ୍କ ସହ ବିଜୁ ଯୁବ ବାହିନୀ ର ସମସ୍ତ ସ୍ଵେଚ୍ଛାସେବୀ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.