ମା’ ବସ୍ତରେନ ମାଉଳି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା 

 

କୋକସରା,୨୯/୧୧:

ବେହେରନସିଲ ଗ୍ରାମ ର ଅଧିଷ୍ଟାତ୍ରି ଦେବୀ ମା ବସ୍ତରେନ ମାଉଳିଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ମହା ଆଡମ୍ବରରେ ପାଳନ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟା ରେ ଲାଠି ସ୍ଥାପନ କରାଯାଇ ବୁଧବାର ସକାଳ ୧୦ଘଣ୍ଟା ସମୟ ରେ ଦେବଦେବୀ ଙ୍କୁ ସ୍ୱାଗତ କରାଯାଇ ସେହିଦିନ ଅପରାହ୍ନ ୩ଘଣ୍ଟା ସମୟ ରେ ଲାଠି ଯାତ୍ରା ହେବାସହ  ଦେବଦେବୀ ଙ୍କୁ ପୂଜର୍ଚନା କରା ଯାଇଥିଲା । ଏହି ଅବସରରେ ଅନେକ କାଲିସି ଦେଖିବାକୁ ମିଳିଥିଲେ । କାଲିସି ମାନଙ୍କ ଦୋଳି ଝୁଲା ପର୍ବ ବେସ ନିଆରା ଥିଲା ।

ହଜାର ହଜାର ସଂଖ୍ୟା ରେ ଭକ୍ତ ଙ୍କ ସମାଗମ ଦେଖିବା କୁ ମିଳିଥିଲା ସମସ୍ତେ ମା ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ସନ୍ଧ୍ୟା ରେ ଦର୍ଶକ ଓ ଭକ୍ତ ଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ରଖା ଯାଇଥିଲା । ଆୟୋଜକ କମିଟି ସଭାପତି ମହେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମର ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ , ଯୁବ ନେତା ତଥା ମୋଟେର ସରପଞ୍ଚ ସୁଶୀଲ କୁମାର ଶବର , ବରାଡଙ୍ଗା ସରପଞ୍ଚ ଗୋକୁଳ ନାଏକ ପ୍ରମୂଖ ଯୋଗ ଦେଇଥିଲେ । ରାତିସାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆଜି ଭୋର ରୁ ମଣ୍ଡେଇ ଯାତ୍ରାର ଉଦଜାପନ ହୋଇଛି ।

କୋକସରା/ଜୟପାଟଣାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.