କଲ୍ୟାଣସିଂହପୁର ଠାରେ ବ୍ଲକ୍ ସ୍ତରୀୟ ଗୁର୍କା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ସଦର ମହକୁମାର ଜଗନ୍ନାଥ ମନ୍ଦିର ପରିସରର ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ କଲ୍ୟାଣସିଂହପୁର ବ୍ଲକ୍ ସ୍ତରୀୟ ଗୁର୍କା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ବ୍ଲକ୍ ର ବିଭିନ୍ନ ପଞ୍ଚାୟତର କଳାକାର ମାନେ ଉପସ୍ଥିତ ରହି କଳାକାର ଙ୍କ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନେକ ଯୋଗ୍ୟ କଳାକାର ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆଗାମୀ ଦିନରେ ଏ ନେଇ ଏକ ଜିଲ୍ଲା ସ୍ତରୀୟ ସମସ୍ତ କଳାକାର ଏକତ୍ର ହୋଇ ସରକାରଙ୍କ ଠାରେ ଦାବୀ ରଖାଯିବ ବୋଲି ଆଲୋଚନା ହୋଇଥିଲା। ଏ ନେଇ ଜିଲ୍ଳାର କଳାକାର ଙ୍କୁ ସଂଗଠିତ କରି ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ ଜିଲ୍ଳାରେ ବହୁଳ ସଂଖ୍ୟାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଗୁର୍କା ନୃତ୍ୟର ପ୍ରଚାର ପ୍ରସାର ପାଇଁ ଗୁର୍କା ମହୋତ୍ସବ ନାମରେ ଲୋକ ମହୋତ୍ସବ ବିଭିନ୍ନ ବ୍ଲକ୍ ସ୍ତରରୁ ହେବା ପରେ ଜିଲ୍ଲା ସ୍ତରୀୟ ମହୋତ୍ସବ ପାଇଁ ପ୍ରସ୍ତୁତି ହେବା ପରିପ୍ରେକ୍ଷୀରେ କଲ୍ୟାଣସିଂହପୁର ବ୍ଲକ୍ ସ୍ତରୀୟ ଗୁର୍କା ମହୋତ୍ସବ ପାଇଁ ୨୦୨୬ ବର୍ଷର ଜାନୁଆରୀ ୮ ତାରିଖରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ମହା ଆଡ଼ମ୍ବରରେ ଅୟୋଜନ ହେବ ବୋଲି ନିଷ୍ପତି ନିଆଯାଇଥିଲା। ଏହା ପରେ ବ୍ଲକ୍ କମିଟି ଗଠନ ପାଇଁ କଳାକାର ଙ୍କ ମତାମତ ଗ୍ରହଣ କରାଯାଇଥିଲା ଯାହା ପଞ୍ଚାୟତ ସ୍ତରୀୟ ବୈଠକ ପରେ ଚୟନ ହୋଇ ଘୋଷଣା ହେବ ବୋଲି ସ୍ଥିର କରାଗଲା। ଏହି ବୈଠକରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ର ସଭାପତି ସନ୍ତୋଷ କୁମାର ବଛା ଙ୍କ ସମେତ ବରିଷ୍ଠ ଲୋକକଳା କଳାକାର ବାସୁଦେବ ମାର୍ଥା, ଚାମିଆ ଲୋରା, ସୁରେଶ ବିଡ଼ିକା, ଦୀନବନ୍ଧୁ ସାରାକା, ଡିଉ କାଡ୍ରାକା, ମିଲାସିଂ କାଡ୍ରାକା, କନ୍ତାରୁ ଖଣ୍ଡରିଆ, ପଦ୍ମନ ଚରଣ ଗୌଡ଼, ଆର୍ଜୁ ପ୍ରାସ୍କା, କୁନୁ କାଶୀ, ସୂର୍ଯ୍ୟ କାଶୀ, ନକୁଳ କାଡ୍ରାକା, ବୁଦାଇ ପିଡିସିକା, ସିନ୍ଦେ କୁଲିଶିକା, ଜୟ ହୁଇକା, ସୋମନାଥ କୁଲିସିକା, ଏକାଦଶୀ ମହାଙ୍କୁଡ, ପ୍ରଭାତ କାଶୀ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.