ଉଦଯାପିତ ହେଲା ସ୍ମାରକୀ ଜାତୀୟ ନାଟକ ମହୋତ୍ସବ-୨୦୨୫

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୫ ଉଦଯାପିତ ହୋଇଯାଇଛି। ଆଜିକାର ଉଦଯାପନୀ ସନ୍ଧ୍ୟାରେ କାର୍ଯ୍ୟକ୍ରମର ଅତିଥି ଭାବେ ଜୁନାଗଡ ବିଧାୟକ କ୍ୟାପଟାନ ଦିବ୍ୟ ଶଙ୍କର ମିଶ୍ର, ବରିଷ୍ଠ ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ, ଶିକ୍ଷାବିତ୍ ଅଜୟ ମିଶ୍ର, ସଭାପତି ଲେଖକ କଳା ପରିଷଦ ଉମେଶ ଚନ୍ଦ୍ର ପଣ୍ଡା, ସଭାପତି କଳାହାଣ୍ଡି କଳାକାର ସଂଘ ପଦ୍ମନାଭ କୁମାର, ସଭାପତି ପ୍ରତିଭା ଅନୁଷ୍ଠାନ ଧ୍ୟାନାନନ୍ଦ ପଣ୍ଡା, ସଭାପତି ମହାବୀର ସାଂସ୍କୃତିକ ଅନୁଷ୍ଠାନ ଶାନ୍ତନୁ ବେହେରା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।

କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ। ପ୍ରତାପ ପଣ୍ଡା ମନ୍ତ୍ରପାଠ କରିଥିଲେ। ଆଜିର ଉଦଯାପନୀ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ “ପଥଝଡ”। ଡକ୍ଟର ଏସ୍.ଏମ୍. ଆଝାର ଆଲାମଙ୍କ ଦ୍ୱାରା ହିନ୍ଦୀ ଭାଷାରେ ରୂପାନ୍ତରିତ ଲିଟିଲ୍ ଥେପସିନ୍, କଲିକତାଦ୍ଵାରା ପରିବେଷିତ ଏହି ନାଟକ “ପଥଝଡ”, ଟେନେସି ୱିଲିୟମ୍ସଙ୍କ “ଦି ଗ୍ଲାସ୍ ମେନାଜେରି” ଉପରେ ଆଧାରିତ।

ସମଗ୍ର ନାଟକଟି ପ୍ରତିଛବି ବନାମ ବାସ୍ତବତାର ସନ୍ଦେଶ ଦେଇଛି। ଏହି ନାଟକର ସୀମା, ଜାତି, ସଂସ୍କୃତି, ସ୍ଥାନକୁ କାଟି ଆମକୁ ଏହି ବିଶ୍ୱର ଅଗଣିତ ମଧ୍ୟବିତ୍ତ ପରିବାର ସହିତ ମୁହାଁମୁହିଁ କରାଇଛି। ଏହି ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ଏସ୍.ଏମ୍. ଆଝାର ଆଲାମ। ଏଥିରେ ଉମା ଝୁନଝୁନୱାଲା, ଶୁଭଙ୍କର ସିଟ୍, ଗୁଞ୍ଜନ ଆଜହାର, ଏମ୍ ଡି ଆସିଫ୍ ଅନସାରୀ ପ୍ରମୁଖ ଅଭିନୟ କରିଥିଲେ।

ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ସବ୍ୟସାଚୀ ପଲ୍ ଦେଇଥିବାବେଳେ ପୋଷାକ ଓ ମଞ୍ଚ ସଜ୍ଜାରେ ହୀନା ପରବିଜ୍ ସହାୟତା କରିଥିଲେ। ଆଲୋକ ପରିଚାଳନା କରିଥିଲେ ଜଏଦୀପ ରୟ। ନାଟକଟି ବେଶ୍ ହୃଦୟସ୍ପର୍ଶୀ ହେବାସହ କଳାକାରଙ୍କ ଅଭିନୟ ଶେଷଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନ ହଲରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି କଳାକାରଙ୍କୁ ଆହୁରି ଉତ୍ସାହିତ କରିଥିଲା।

ଆଜିର କାର୍ଯ୍ୟକ୍ରମରେ ଯୁବ ମଞ୍ଚ ଉପସ୍ଥାପକ ଆଶୁତୋଷ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ପ୍ରଭାସ ଚନ୍ଦ୍ର ମିଶ୍ର, ଶୁଭେନ୍ଦୁ ମହାପାତ୍ର, ଦେବୀ ପ୍ରସାଦ ରଥ, ବିରଞ୍ଚି ନାରାୟଣ ମୁଣ୍ଡ, ଅବିନାଶ ଅଗସ୍ତି, ସୌରଭ ମହାପାତ୍ର, ଆଶୁତୋଷ ପୁରୋହିତ, ଆଲୋକ କୁମାର ସାହୁ, ଶୁଭମ ବେହେରା, ଶିବଶକ୍ତି ପୁରୋହିତ, ଅମରେନ୍ଦ୍ର ମହାନ୍ତି, ମଧୁର ଦୀପ, ଆର୍ୟା ନାୟକ, ଲିପ୍ସା ମହାରଣା, ଲିପ୍ସାରାଣୀ ବାରିକ, ସୁଶୀଲ ଆଚାର୍ଯ୍ୟ, ଗୋପିଧର ନାୟର, ରାଜେଶ ଦାଶ, ହେମନ୍ତ ଦଣ୍ଡସେନା ପ୍ରମୁଖ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.