ଜୟଦୁର୍ଗା କପ ଫୁଟବଲ ନକ ଆଉଟ ଟୁର୍ଣ୍ଣାମେଣ୍ଟ: ନର୍ଲା ଚାମ୍ପିଅନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସାନ୍ଦୁଲ ଖେଳ ପଡିଆ ଠାରେ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଜୟଦୁର୍ଗା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ନର୍ଲା, ଟକର୍ଲା, ଲଇତରା ବୁଢାରଜା, ପାଷ୍ଟିକୁଡ଼ି, ତୁଳାପଡ଼ା, ଘୂପଟି, ଯୋଲକୋ ଓ ଆୟୋଜକ ସର୍ଗୀଗୁଡ଼ା ଏଭଳି ୮ ଗୋଟି ଟିମ ଯୋଗ ଦେଇଥିଲେ। ତିନିଦିନ ଧରି ଟୁର୍ଣ୍ଣାମେଣ୍ଟ ଚାଲିବା ପରେ ରବିବାର ନର୍ଲା ଓ ଯୋଲକୋ ମଧ୍ୟରେ ଏହାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏକ ଚିତ୍ତାକର୍ଷକ ମ୍ୟାଚ ରେ ନର୍ଲା ଟିମ ଖେଳର ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲ ଦେଇଥିଲେ। ଖେଳ ଶେଷ ସୁଦ୍ଧା ଯୋଲକୋ କୌଣସି ଗୋଲ କରି ପାରି ନଥିଲା। ନର୍ଲା ଟିମ ୧-୦ ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ଚମ୍ପିଅନ ହୋଇଥିଲା। ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ର ପୂର୍ବତନ ସଭାପତି କୁମୁଦ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦାନ କରି ଚାମ୍ପିଅନ ନର୍ଲାକୁ ନଗଦ ୪,୦୦୦ ଟଙ୍କା ସହ ଟ୍ରଫି ଏଵଂ ଉପ ବିଜେତା ଯୋଲକୋ ଟିମ କୁ ନଗଦ ୩,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ସେଇଭଳି ମ୍ୟାନ ଅଫ ଦି ମ୍ୟାଚ ଭାବରେ ନର୍ଲା ଟିମ ର ଡିଙ୍ଗର ପାତ୍ର, ବେଷ୍ଟ ସ୍କୋରର ଭାବରେ ଯୋଲକୋ ର ଭଇରବ ମାଝୀ ଓ ବେଷ୍ଟ ଗୋଲ କିପର ଭାବରେ ନର୍ଲାର ପିଣ୍ଟୁ ମୁଣ୍ଡା ଙ୍କୁ ଟ୍ରଫି ପ୍ରଦାନ କରଯାଇଥିଲା। ତିନିଦିନ ଧରି ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ର ସମସ୍ତ ମ୍ୟାଚ କୁ ରେଫରି ଭାବରେ ସନ୍ତୋଷାନନ୍ଦ ନାଏକ, ନାରାୟଣ ପଧାନ, ସୁରେଶ ନାଏକ, ସରୋଜ ପଧାନ ପ୍ରମୁଖ ପରିଚାଳନା କରିଥିଲେ। ଉତ୍ସବ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, କ୍ରୀଡାବିତ, ଯୁବନେତା ଦୀପୁ ପାତ୍ର, ନର୍ଲା ଅଗ୍ନିଶମ ବିଭାଗ ଏଏସଆଇ ଆର୍ତ୍ତତ୍ରାଣ ବହିଦାର, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, କ୍ରୀଡାବିତ ଅନ୍ତରାମ ମାଝୀ, ପ୍ରଫୁଲ୍ଲ କୁମାର ନାଗ, ବିଜେଡ଼ି ଛାତ୍ର ସଭାପତି ବସନ୍ତ ମିଶ୍ର(ବୁଲୁ), ଯୁବ ଉଦ୍ୟୋକ୍ତା ପୂରବ ଅଗ୍ରୱାଲା, ଉଗ୍ରସେନ ଗୌଡ, ସୁମନ୍ତ ପୂଝାରୀ, ପ୍ରହଲ୍ଲାଦ ସେଠୀ, କାହ୍ନୁ ମାଝୀ, ସାମ୍ୱାଦିକ ଲିଙ୍ଗରାଜ ମିଶ୍ର, ଅବସର ପ୍ରାପ୍ତ ସୈନିକ ରୁପଚନ୍ଦ ନାଏକ ପ୍ରମୁଖ ମଞ୍ଚାସୀନ ରହି ପୁରସ୍କାର ପ୍ରଦାନ କରିଥିଲେ। ଅତିଥି ମାନଙ୍କୁ କ୍ଳବ ସଦସ୍ୟ ଙ୍କ ତରଫରୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଅତିଥି ଦିପୁ ପାତ୍ର ଙ୍କ ତରଫରୁ ପ୍ରତି ଗୋଲ ସ୍କୋର୍ ପାଇଁ ଖେଳାଳିଙ୍କୁ ୧୦୦ ଟଙ୍କା ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବ ରେ ଚକ୍ରଧର ସା ମଞ୍ଚ ପରିଚାଳନା କରିଥିଲେ। ଜୟଦୁର୍ଗା ସ୍ପୋର୍ଟିଂ କ୍ଲବର ସଭାପତି ନାରାୟଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ରବି ସେଠୀ, ଅନୁପ ନାଗ,ତାପସ ମାଝୀ, କ୍ଷୀତିଶ ବେହେରା, ସୌରଭ ନାଏକ, ମିନିକେତନ ମାଝୀ, ପିଣ୍ଟୁ ମାଝୀ, ସୁବ୍ରତ ବିଶ୍ୱାଳ, ରାଜା ମାଝୀ, ପ୍ରଦୀପ, ଗିରିଶ ମାଝୀ, ଶ୍ରୀଓମ ପଟ୍ଟନାୟକ ପ୍ରମୁଖଙ୍କ ସମେତ କ୍ଳବ ର ସମସ୍ତ ସଦସ୍ୟ ବ୍ୟବସ୍ଥା ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.