ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସରମବାଇ ଛକରେ ଶୁକ୍ରବାର ଦିନ ଆକ୍ରମଣ ଘଟଣାରେ ଦୁଇଜଣ ଗୁରୁତର ଥିବା ବେଳେ ମୈତ୍ରୀ କମ୍ପାନୀ ଗାଡି ଡ୍ରାଇଭରଙ୍କୁ ମଧ୍ୟ ଅମାନୁଷିକ ଭାବେ ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ରାଜ୍ୟ ଡ୍ରାଇଭର ମହାସଂଘ ଳରେ ଉଦବେଗ ପ୍ରକାଶ ପାଇଥିବାବେଳେ ଆଜି ଉକ୍ତ ଘଟଣା କୁ ନେଇ କାଶୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଉକ୍ତ ଘଟଣାରେ ଦୁର୍ବୁତ୍ତ ଦ୍ୱାରା ଆକ୍ରମଣର ଶିକାର ହେଇଥିଲେ ନବୀ ଗୌଡ଼। କିଛିଦିନ ଧରି ସୁଙ୍ଗେର ଅଞ୍ଚଳରେ କୌଣସି କାରଣରୁ ଅଶାନ୍ତିକର ପରିବେଶ ଜାରୀରହିଥିବା ବେଳେ ଲଗାତାର ଭାବେ ବିଭିନ୍ନ ଆକ୍ରମଣ ଭଳି ଘଟଣା ସମ୍ପର୍କରେ କାଶୀପୁର ଥାନାରେ ତିନଟି ଲିଖିତ ଅଭିଯୋଗ ହେଇଅଛି। ପ୍ରକାଶ ଥାଉଛି ଶୁକ୍ରବାର ଦିନ ମୈତ୍ରୀ କମ୍ପାନୀର ଦୁଇ କର୍ମଚାରୀ ଏକ ବୋଲେରୋ ଗାଡ଼ିରେ ସୁଙ୍ଗେର ଅଞ୍ଚଳରୁ ଟିକିରି ଅଭିମୁଖେ ଆସୁଥିଲେ। ସେ ସମୟରେ ପ୍ରାୟ ୨୦ ଟି ବାଇକରେ କିଛି ଦୁର୍ବୁତ୍ତ ଆସି ସରମବାଇ ଛକ ଠାରେ ଉକ୍ତ ବୋଲେରୋକୁ ଅଟକାଇ ଘଟଣା ସମ୍ପର୍କରେ କିଛି ବୁଝିବା ପୂର୍ବରୁ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏଥିରେ ଉକ୍ତ କର୍ମଚାରୀ ଲହୁଲୁହଣ ଅବସ୍ଥାରେ କାଶୀପୁର ମେଡିକାଲ ଓ ପରବର୍ତ୍ତୀ ସମୟରେ ବିଶାଖାପାଟଣା ଭର୍ତ୍ତି ହେଇଯାଇଥିବା ବେଳେ ଡ୍ରାଇଭର ନବୀ ଗୌଡ଼ ଗୁରୁତର ହୋଇ ପଡିଥିବା ଖବର ପାଇ ଡ୍ରାଇଭର ସଂଘ ସଦସ୍ୟ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରିଥିଲେ। ଉକ୍ତ ଘଟଣାକୁ ନେଇ ସାରା ରାଜ୍ୟର ଡ୍ରାଇଭର ସଂଘ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବାବେଳେ ଶନିବାର କାଶୀପୁର ଡ୍ରାଇଭର ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ପରେ ଶତାଧିକ ଡ୍ରାଇଭରଙ୍କ ଉପସ୍ଥିତି ରେ କାଶୀପୁର ଥାନାରେ ପହଞ୍ଚି ଉକ୍ତ ଘଟଣାରେ ସମ୍ପୃକ୍ତି ବ୍ୟକ୍ତି ମାନଙ୍କୁ ତଦନ୍ତ ପରେ ଗିରଫ ପାଇଁ ଲିଖିତ ଅଭିଯୋଗ କରାଯାଇଛି। ଥାନାରେ ଅଭିଯୋଗ ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ଉପସଭାପତି ଜଗନ୍ନାଥ ତୁରୁକ, କାମଲେ ନାଏକ, ଅମର ଗୋପାଳ ,ପରମେଶ୍ୱର ମାଝି, ଧନ ମାଝି ପ୍ରମୁଖ ଉପସ୍ଥିତ ଥିଲେ।