ଲାଞ୍ଜିଗଡ଼ରୋଡ଼ ଉଚ୍ଚ ବିଦ୍ୟାଳୟରେ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟ ଓ ସୃଜନଶୀଳତାର କାର୍ଯ୍ୟକ୍ରମ

ସାମିଲ ହେବେ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଛାତ୍ରଛାତ୍ରୀମାନେ ଲେଖିବେ ‘ମୋ କଥା ମୋ କାହାଣୀ।’ ଛାତ୍ରଛାତ୍ରୀମାନେ ନିଜ ପ୍ରତିଭାର ବିକାଶ କରିବା ସହିତ ଓଡି଼ଆ ଭାଷାରେ କିପରି ନିଜକୁ ଶ୍ରେଷ୍ଠ କରି ଗଢି଼ ତୋଳିବେ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଉଛି ଅଭିନବ ପଦକ୍ଷେପ। ନିଜ ଅଞ୍ଚଳର ଭାଷା ଏବଂ ମନର ଭାବନାକୁ ଛାତ୍ରଛାତ୍ରୀମାନେ ପୁସ୍ତକ ଆକାରରେ ପ୍ରକାଶ କରିବେ। ଏଥି ପାଇଁ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରେ ଫବୃଆରୀ ୩ ତାରିଖରୁ ୫ ତାରିଖ ମଧ୍ୟରେ ଆରମ୍ଭ ହୋଇଛି ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ରୋଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭାଷା ସମ୍ମିଳନୀ ସାହିତ୍ୟ ଓ ସୃଜନଶୀଳତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ସମିତି ସଭ୍ୟ କୌନୁଜ କୁମାର ରାଉତ, ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଲାଞ୍ଜିଗଡ଼ରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ, ସାମ୍ବାଦିକ ନିଲେଶ କୁମାର ନାଗ, ଅଧ୍ୟାପକ ଦିଲିପ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ରୁପସିଂହ ରାଉତ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିବାବେଳେ ସାହିତ୍ୟ ସୃଜନା ସଂଯୋଜକ କରିଶ୍ମା ରାଉତ, ସହସଂଯୋଜକ ସରସ୍ୱତୀ ସାହୁ, କୈଶଳୀ ସଂଯୋଜକ କୋଲେଟ ଦିବାକର, ଲକ୍ଷ୍ମୀକାନ୍ତ ଦାଶ, ଜିଜ୍ଞାସା ସୁରଜ କୁମାର ଦାସ, ରତ୍ନମଣି ସାହୁ, ସୁନିତା ଦେବୀ, ବିନୋଦିନୀ ଶବରଙ୍କ ସମେତ କର୍ମଚାରୀ ମହାଦେବ ଗଉଡ଼, ସନ୍ତୋଷ କୁମାର ତ୍ରିପାଠୀ, ସୁଜିତ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ତେବେ ଏହି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେସମ୍ବଲପୁରୀ, କୁଇ, ସାନ୍ତାଳୀ ଦେଶୀଆ ଭଳି ବିଭିନ୍ନ ଆଞ୍ଚଳିକ ଭାଷାରେ ‘ମୋ କଥା ମୋ କାହାଣୀ’ ନାମରେ ଏକ ପୁସ୍ତକ ରଚନା କରିବା ସହିତ ବିଦ୍ୟାଳୟ ପୁସ୍ତକ ମେଳାରେ ଏହାର ପ୍ରଦର୍ଶନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.