ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ: ଗୋହୀରାପଦର ଗଜଲକ୍ଷ୍ମୀ ସାଂସ୍କୃତିକ ଅନୁଷ୍ଠାନର ବାଇକ ଶୋଭାଯାତ୍ରା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ମାଁ ଗଜଲଷ୍ମୀ ସାଂସ୍କୃତିକ ଅନୁଷ୍ଠାନ ଗୋହିରା ପଦର ତରଫରୁ ସଭାପତି ଖୁଲୁରାମ ସାହୁ ଓ ଆଲୋକ ସାହୁଙ୍କ ନେତୃତ୍ୱରେ ବାଇକ ଶୋଭା ଯାତ୍ରା ଛତିକୁଡା ଛକ ଠାରୁ ଶାନ୍ତପୁର ବସ୍ତିପଡ଼ା ଦେଇକି ନର୍ଲା ପର୍ଯ୍ୟନ୍ତ ଶୋଭା ଯାତ୍ରା କରିଥିଲେ। ଜୟ ଶ୍ରୀରାମ ନାରାରେ କମ୍ଫି ଉଠିଥିଲା ଖଣ୍ଡ ମଣ୍ଡଳ। ୧୦୦ରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଶୋଭଯାତ୍ରାରେ ସାମିଲ ହୋଇଥିଲା। ରାମଙ୍କ ନାମରେ ହିନ୍ଧୁ ମାନଙ୍କୁ ଆହୁରି ସଙ୍ଗଠିତ କରିବାକୁ ଏହା ଏକ ଉଦ୍ୟମ ଅଟେ ବୋଲି ସଦସ୍ୟ ମାନେ ମତବ୍ୟକ୍ତ କରୁଛନ୍ତି। ବିଭିନ୍ନ ଛକରେ ବାଇକ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ ଜନସାଧାରଣ। ଏକ ସୁସଜ୍ଜିତ ରଥ ସହିତ ମଟର ସାଇକେଲରେ ପରିକ୍ରମା କରିଥିଲେ । ନବୀନ ସାହୁ, ଦିଲୀପ ସାହୁ,ପ୍ରତାପ ସାହୁ,ଉପେନ୍ଦ୍ର ସାହୁ, ଅବନୀ ସାହୁ ସମେତ ଶତାଧିକ ଯୁବକ ସାମିଲ ହୋଇଥିଲେ। ବାଇକ ଶୋଭାଯାତ୍ରୀ ଦଳ ନର୍ଲା ବ୍ଲକ ପର୍ଯ୍ୟନ୍ତ ପରିକ୍ରମା କରି ଫେରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.