ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଉଚ୍ଚଳା ଗ୍ରାମ ପଞ୍ଚାୟତର ବେହେରେନସିଲ ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୂତନ ଭାବରେ ନିର୍ମିତ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଜଗନ୍ନାଥ ଟ୍ରଷ୍ଟ ବୋର୍ଡର ସଭାପତି ବୈବସୁତ ମାଝୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଜୟପାଟଣା ବ୍ଲକ ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରୀ, ଉଚ୍ଛଳା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଟେମଲ ନାଏକ ଯୋଗ ଦେଇଥିବା ବେଳେ ଜଗନ୍ନାଥ ଟ୍ରଷ୍ଟ ବୋର୍ଡର ଉପସଭାପତି ମାନସିଂହ ନାଏକ, ସଦସ୍ୟ ନୀଳମଣି ସାହୁ, ହେମନ୍ତ ସାହୁ, କିଶୋର ଚନ୍ଦ୍ର ସା, ଘନଶ୍ୟାମ ପ୍ରଧାନୀ, ଅରବିନ୍ଦ ଶର୍ମା, ସୁବାସ ବାଗ, ବିଜେଡି ଉଚ୍ଛଳା ପଞ୍ଚାୟତ ସଭାପତି ଚକ୍ରଧର ନାଏକ, ବିରଞ୍ଚି ପୋଟେଲ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ରତ୍ନମୁଦ ପ୍ରତିଷ୍ଠା ଉତ୍ସବରେ ଜୀସେବ ମାଝୀ ଓ ତାଙ୍କର ଧର୍ମପତ୍ନୀ ନଳୀନ ପ୍ରଭା ମାଝୀ ପୂଜା କର୍ତ୍ତା ଭାବରେ ବସିଥିବା ଥିବା ବେଳେ କିଶୋର ଚନ୍ଦ୍ର ଠାକୁର ମୁଖ୍ୟ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଏହି ଉତ୍ସବରେ ଅଞ୍ଚଳର ଜଗନ୍ନାଥପ୍ରମୀ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ହେମନ୍ତ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଜଗନ୍ନାଥ ଟ୍ରଷ୍ଟ ବୋର୍ଡର ଉପସଭାପତି ମାନସିଂହ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।