ରୁପ୍ରାରୋଡ କଳାପାହାଡ କ୍ରୀକେଟ ଟୁର୍ଣ୍ଣାମେଣ୍ଟ: ରାୟଗଡା ଏକାଦଶ ଚମ୍ପିଅନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ରୁପ୍ରାରୋଡ ଠାରେ ଗତ ଜାନୁୟାରୀ ୧୦ ରୁ ଚାଲି ଆସୁଥିବା କଳାପାହାଡ ନକଆଉଟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ରୁପ୍ରାରୋଡ ହାଇସ୍କୁଲ ପଡିଆ ଠାରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି କ୍ରୀକେଟ ଟିମ ଅଂଶ ଗ୍ରହଣ କରିଥିଲେ।  ଆଜିର ପାଇନାଲ ମ୍ୟାଚରେ କେସିଙ୍ଗା ଏକାଦଶ ରାୟଗଡା ଏକାଦଶକୁ ଭେଟିଛି। ୧୫ ଓଭର ବିଶିଷ୍ଟ ଏହି ଫାଇନାଲ ମ୍ୟାଚରେ କେସିଙ୍ଗା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା। ୧୦ ଓଭରର ବ୍ୟାଟିଂରେ ସମସ୍ତ ଖେଳାଳୀ ଆଉଟ ହୋଇ ମାତ୍ର ୮୬ ରନ୍ ସଂଗ୍ରହ କରିପାରିଥିଲେ କେସିଙ୍ଗା ଏକାଦଶ। ଜବାବରେ ରାୟଗଡା ଏକାଦଶ ଧୁଆଁଧାର ବ୍ୟାଟିଂ କରି ମାତ୍ର ୭ ଓଭର ୨ ବଲରେ ଲକ୍ଷ୍ୟ ପୁରଣ କରିଥିଲା। ରାୟଗଡା ଏକାଦଶ ୧୦ ୱିକେଟରେ ବିଜୟ ଲାଭ କରି ଟୁର୍ଣ୍ଣାମେଣ୍ଟର ଚମ୍ପିଅନ ହୋଇପାରିଛି। ଫାଇନାଲ ମ୍ୟାଚକୁ ଅମ୍ପାୟାର ଭାବରେ କୁମୁଦ ରାଉତ ଓ କୌତୁକ ବିଶ୍ୱାଳ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟଟି କଳାପାହାଡ କ୍ରୀକେଟ କମିଟି ରୁପ୍ରାରୋଡ ଆୟୋଜନ କରିଥିବା ବେଳେ କମିଟିର ସଭାପତି ରିନେଶ ଅଗ୍ରୱାଲ, ସମ୍ପାଦକ ନୀରଜ ଶର୍ମା, ରୁପ୍ରାରୋଡ କ୍ରିକେଟ କମିଟିର ସଦସ୍ୟ ରଞ୍ଜନ ମହାନ୍ତି, ଚନ୍ଦନ ମହାନ୍ତି, ସଞ୍ଜୀବ ସେଠ୍, ସୁଶାନ୍ତ, ବାପୁନ, ସ୍ଵାଧୀନ, ମିଟୁ, ମାଧବ ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି ଟୁର୍ଣ୍ଣ।ମେଣ୍ଟ ପରିଚାଳନା କରିଥିଲେ। ଭକ୍ତ ଭୋଇ, ମାଧବ ମହାନ୍ତି ଓ ସୁଦୀପ ସ୍କୋର୍ବୋର୍ଡ ଦାଇତ୍ୱ ତୁଲାଇଥିଲେ। ସାନୁ ଶାର୍ମା ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ଉଦ୍‌ଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବରେ ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଯୁବ ଉଦ୍ୟୋକ୍ତା ଦିନେଶ ଅଗ୍ରୱାଲ, ସ୍ୱଚ୍ଛ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଭାତ ସେଠୀ ପ୍ରମୁଖ ମଞ୍ଚାସୀନ ରହି ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ଚମ୍ପିୟନ ରାୟଗଡାଏକାଦଶକୁ ଟ୍ରଫି ସହ ନଗଦ ୨୫,୦୦୦ ଟଙ୍କା ଓ ରନର୍ସଅଫ୍ କେସିଙ୍ଗା ଏକାଦଶକୁ ଟ୍ରଫି ସହ ୧୫,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମ୍ୟାନ ଅଫଦି ମ୍ୟାଚ୍ ଭାବରେ ଧୂଆଁଧାର ବ୍ୟାଟିଂ କରି ୧୭ ବଲରେ ୫୫ ରନ କରି ଦର୍ଶକଙ୍କ ହୀରୋ ସାଜିଥିବା ରାୟଗଡା ଏକାଦଶର ଲେବିସଙ୍କୁ ଓ ମ୍ୟାନ ଅଫ ଦି ସିରିଜ ଭାବରେ ରାୟଗଡାର ସୁନୀଲ ଦିଗଲଙ୍କୁ ଟ୍ରଫି ପ୍ରଦାନ କରିଥିଲେ ଅତିଥି ବୃନ୍ଦ। ବେଷ୍ଟ ଫିଲଡର, ବେଷ୍ଟ ବୋଲର, ବେଷ୍ଟ ୱିକେଟ କିପର ଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ପଡିଆ ଚତୁଃପାଶ୍ୱର୍ରେ ହଜାର ହଜାର ଦର୍ଶକ ସମବେତ ହୋଇ କ୍ରୀକେଟ ଖେଳକୁ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳାର ସହିତ ୧୩ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ସହିତ ପରିଚାଳନା କମିଟିକୁ ଭରପୁର ସହଯୋଗ କରିଥିବାରୁ ଅଞ୍ଚଲର ଜନସାଧାରଣ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସକ୍ରୀୟ ଅଂଶ ଗ୍ରହଣ ଯୋଗୁଁ ଟୁର୍ଣ୍ଣାମେଣ୍ଟଟି ସଫଳ ହୋଇପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ କୃତଜ୍ଞତା ଜଣାଇଛନ୍ତି ରୁପ୍ରାରୋଡ କ୍ରୀକେଟ କ୍ଲବର ସମ୍ପାଦକ ନୀରଜ ଶର୍ମା( ସାନୁ)।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.