ଜଟିଳ ଲିଭର ରୋଗୀଙ୍କ ପାଇଁ ଆଶାର ଆଲୋକ

ଲିଭର ଟ୍ରାନ୍ସପ୍ଲାଣ୍ଟରେ ଭୁବନେଶ୍ଵର ସ୍ଥିତ ମଣିପାଲ ହସ୍ପିଟାଲ ପାଇଲା ସଫଳତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ପ୍ରେସ୍‌ ମିଟ୍‌ରେ ଲିଭର୍ ପ୍ରତ୍ୟାରୋପଣ କ୍ଷେତ୍ରରେ ମଣିପାଲ ହସ୍ପିଟାଲ ନୂତନ ମାଇଲଷ୍ଟୋନ୍‌ ତିଆରି କରିଥିବା କୁହାଯାଇଛି।

ଓଡିଶାରେ ବଢ଼ୁଥିବା ଫ୍ୟାଟି ଲିଭର୍ ଓ ଲିଭର୍ ଜନିତ ଗୁରୁତର ଅବସ୍ଥା NASH ରୋଗ ନେଇ ଚିନ୍ତା ପ୍ରକାଶ ପାଇଥିବା ବେଳେ, ପ୍ରାୟ ପ୍ରତ୍ୟେକ ତିନି ଜଣରୁ ଜଣେ ବ୍ୟକ୍ତି ଫ୍ୟାଟି ଲିଭରରେ ପୀଡ଼ିତ ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ରାଜ୍ୟରେ ଲିଭର ସିରୋସିସ୍‌ର ପ୍ରକୋପ ପ୍ରାୟ ୧୬.୭ ଶତଂଶ ଥିବା ଜଣାପଡ଼ିଛି।

ଅଧିକାଂଶ ରୋଗୀ ଶେଷ ଅବସ୍ଥାରେ ଚିହ୍ନଟ ହେଉଥିବାରୁ ସମୟ ଅନୁସାରେ ଚିକିତ୍ସା ଓ ଟ୍ରାନ୍ସପ୍ଲାଣ୍ଟ୍‌ର ଗୁରୁତ୍ୱ ବିଷୟରେ ଡାକ୍ତରମାନେ ଉଲ୍ଲେଖ କରିଥିଲେ। ବରିଷ୍ଠ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ସର୍ଜନ ଡାକ୍ତର ରାଜ ଶେଖର କେ କହିଲେ ଯେ, ଗୁରୁତର ଅବସ୍ଥାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ସବୁଠାରୁ କାର୍ଯ୍ୟକାରୀ ଉପଚାର ଏବଂ ବର୍ତ୍ତମାନ ସଫଳତା ହାର ୯୫ ଶତଂଶରୁ ଅଧିକ।

ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ପ୍ରତାପ ବେହେରା କହିଲେ ଯେ, ଲିଭର ଟ୍ରାନ୍ସପ୍ଲାଣ୍ଟ୍ କେବଳ ଏକ ସର୍ଜରୀ ନୁହେଁ, ଏହା ରୋଗୀ ଓ ପରିବାର ସହ ଏକ ସମନ୍ୱିତ ଯାତ୍ରା। ଡାକ୍ତର ଜ୍ଞାନରଞ୍ଜନ ରାଉତ ମଧ୍ୟ କହିଲେ ଯେ, ଜଟିଳ ଲିଭର ସିରୋସିସ୍ ରୋଗୀଙ୍କ ପାଇଁ ଏହା ଏକ ଜୀବନରକ୍ଷାକାରୀ ବିକଳ୍ପ। ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରାନ୍ସପ୍ଲାଣ୍ଟ୍‌ ହୋଇଥିବା ରୋଗୀମାନେ ନିଜ ଅନୁଭବ ସେୟାର କରିଥିଲେ। ଅନୁଗୁଳର ଶ୍ରୀ ସୁଧୀର ଭୁତିଆ, ଶ୍ରୀ ମୁନା ସାହୁ ଓ କେନ୍ଦ୍ରାପଡାର ଶ୍ରୀ ସୂର୍ଯ୍ୟକାନ୍ତ ସାମଲ ତାଙ୍କର ଦ୍ୱିତୀୟ ଜୀବନ ପାଇଁ ପରିବାର ଓ ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସମୟମତେ ଚିକିତ୍ସା ନେବାକୁ ସେମାନେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ହସ୍ପିଟାଲ ସୂତ୍ରରୁ ପ୍ରକାଶ ଯେ, ଏ ପର୍ଯ୍ୟନ୍ତ ୬୦୦ରୁ ଅଧିକ କିଡନି ଟ୍ରାନ୍ସପ୍ଲାଣ୍ଟ୍ ମଣିପାଲରେ ସଫଳତାର ସହ କରାଯାଇଛି। ଆଗାମୀ ଦିନରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ ସେବା ଆରମ୍ଭ ହେବାକୁ ଯାଉଛି, ଯାହା ରାଜ୍ୟରେ ଉନ୍ନତ ଅଙ୍ଗ ପ୍ରତ୍ୟାରୋପଣ ସେବାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.