ଲାଞ୍ଜିଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭିନ୍ନକ୍ଷମମାନଙ୍କୁ ସରକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା କରୁଛନ୍ତି ବର୍ଷକୁ ବର୍ଷ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଉଛି। ଏହି ପରିପ୍ରେକ୍ଷିରେ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ମଧ୍ୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପ୍ରଶାର କରାଯାଇଥିଲା। ଲାଞ୍ଜିଗଡ଼ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ସାମର୍ଥ୍ୟ ଶିବିରରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ, ସାଇଡସେଭର ସଂଯୋଜକ ପ୍ରିୟବ୍ରତ ନନ୍ଦ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିବା ବେଳେ ଆଜି ସାମର୍ଥ୍ୟ ଶିବିରରେ ବ୍ଲକ ୨୬୭ ଜଣ ଭିନ୍ନକ୍ଷମ ନିଜ ନାମ ପଞ୍ଜିକରଣ କରିଥିଲେ। ଏହି ଶିବିରରେ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ୧୫୧ ଜଣ ଅର୍ଥପେଡ଼ି, ୩୪ ଜଣ ଚକ୍ଷୁ, ୪୨ ଜଣ ଶ୍ରବଣ ବାଧିତ ଓ ଭାଷା ଅସମର୍ଥ, ୩୬ ଜଣ ମସ୍ତିଷ୍କ ଦୁର୍ବଳତା, ୪ ଜଣଙ୍କୁ ସିକିଲିନ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ମଧୁବାବୁ ପେନସନ ଆବେଦନ କରିଥିଲେ, ୨ଜଣଙ୍କୁ ହୁଇଲ ଚ୍ୟାୟର, ଜଣଙ୍କୁ ଟ୍ରାଇ ସାଇକେଲ ଓ ୨୪ ଜଣଙ୍କୁ ବସ ଓ ଟ୍ରେନ ପାସ ଦିଆଯାଇଥିଲା। ଅର୍ଥୋପେଡି ଡା ଶ୍ରବଣ, ଫିଜିଓଟ୍ର୍ରିକ ଡା ଅନନ୍ତ ଚରଣ ମେହେର, ଇଏନଣ୍ଟି ସ୍ପେସିଆଲିଷ୍ଟ ଡା ପ୍ରଦ୍ୟୁମ୍ନ ଚରଣ ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡା ନିବେଦିତା ମହାରଣା ପ୍ରମୁଖ ଯୋଗଦେଇ ପରୀକ୍ଷା କରି ଥିଲେ। ଏଥିରେ ବ୍ଲକର ସମସ୍ତ ଅଧିକାରୀ, କର୍ମଚାରୀ ଓ ବିଶ୍ଵନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପରିଚାଳନା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.