ନର୍ଲା ଜଗନ୍ନାଥ ମନ୍ଦିରରେ ସୁଦ୍ଧି ସଂସ୍କାର ଯଜ୍ଞ

ଲାଖଗୁଡା ଗୋଟିଏ ପରିବାରର ୫ ଜଣ ପୁଣି ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ୨୫ ବର୍ଷ ପୂର୍ବରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ଲାଖଗୁଡା ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ ଆଜି ପୁଣିଥରେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦର ଆୟୋଜନ କ୍ରମେ ନର୍ଲା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୁର୍ବାହ୍ନ ୯ ଘଣ୍ଟା ସମୟରେ ଶୁଦ୍ଧି ସଂସ୍କାର ଯଜ୍ଞ ମାଧ୍ୟମରେ ପରାବର୍ତ୍ତନ କାର୍ଯ୍ୟକ୍ରମରେ ହୋମ ଯଜ୍ଞ କରି ଯଜ୍ଞ କୁଣ୍ଡରେ ଆହୂତି ଦେଇ ଲାଖଗୁଡା ଗ୍ରାମ ଭୋଇ ପରିବାରର ଲଳିତ ମୋହନ ଭୋଇ, ତାଙ୍କ ସ୍ତ୍ରୀ ରଶ୍ମୀତା ଭୋଇ, ଝିଅ ବାସନ୍ତୀ ଭୋଇ, ହିମାଦ୍ରୀ ଭୋଇ ଓ ବିନ ଭୋଇ ପ୍ରମୁଖ ୫ ଜଣ ସଦସ୍ୟ ପରାବର୍ତ୍ତନ ଯଜ୍ଞ ମାଧ୍ୟମରେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଥିବା ଦେଖିବାକୁ ମିଳିଛି। ପ୍ରତ୍ୟାବର୍ତ୍ତନ ପୂର୍ବରୁ ଶ୍ରୀ ଭୋଇଙ୍କ ପରିବାର କୋର୍ଟରେ ଷ୍ଟାମ୍ପ ପେପର ମାଧ୍ୟମରେ ହିନ୍ଦୁ ଧର୍ମକୁ ଫେରିବାର ଇଚ୍ଛାପ୍ରକାଶ କରି ଦସ୍ତଖତ କରିଥିବା ଜଣାପଡିଛି। ଏହି ପରାବର୍ତ୍ତନ କାର୍ଯ୍ୟକ୍ରମ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶାନ୍ତନୁ ମୁଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ପ୍ରାନ୍ତ ଧର୍ମ ପ୍ରସାର ପ୍ରମୁଖ ଦିଲିପ ମେହେର, ପ୍ରାନ୍ତ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ସୁଦର୍ଶନ ଦାସ, ବିଶ୍ୱ ହିନ୍ଦୁ ପରିଷଦ ସଦର ବ୍ଲକ ସଭାପତି ସନ୍ତୋଷ ଦାସ, ଭବାନୀପାଟଣା ନଗର ସଭାପତି ଶାନ୍ତନୁ ବେହେରା, ପ୍ରାନ୍ତ ଉପସଭାପତି ଡ.ହେମାଙ୍ଗିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱ ହିନ୍ଦୁ ପରିଷଦର ନର୍ଲା ବ୍ଲକ ସଭାପତି ପଦ୍ମଚରଣ ନାଏକ ଓ ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକଙ୍କ ପ୍ରୟାସରେ ଲାଖଗୁଡାର ଭୋଇ ପରିବାର ଦୀର୍ଘ ୨୫ ବର୍ଷ ପରେ ପୁଣି ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ମୁଁ ଦୀର୍ଘ ବର୍ଷ ପରେ ମୋର ପ୍ରିୟ ହିନ୍ଦୁ ଧର୍ମର ମହତ୍ୱ ବୁଝି ପାରିଛି। ଏକ ଦୁର୍ବଳ ମୂହୁର୍ତ୍ତରେ ପରିବାର, ସମ୍ପର୍କୀୟ ମାନଙ୍କ ଠାରୁ ଦୂରେଇ ଯାଇଥିଲି। ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରି ବେଶ ଶାନ୍ତି ଓ ଆନନ୍ଦ ଅନୁଭବ କରୁଛି ବୋଲି ଲଲିତ ମୋହନ ଭୋଇ ତାଙ୍କ ପ୍ରତିକ୍ରୀୟା ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.