ଜିଲ୍ଲା ଶ୍ରମିକ ମହାସଂଘର ୮ ଘଣ୍ଟିଆ ନୂଆପଡା ବନ୍ଦ ସଫଳ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଜିଲ୍ଲା ଶ୍ରମିକ ମହାସଙ୍ଘ ତରଫରୁ ସୋମବାର ସକାଳ 8 ଘଣ୍ଟିଆ ନୂଆପଡା ଜିଲ୍ଲା ବନ୍ଦ ସଫଳ ହୋଇଛି | ତେବେ ଆବାହକ ତଥା ଟାଣୁଆ ନେତା ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ନୂଆପଡାର ବିଭିନ୍ନ ଗାଁ, ପଂଚାୟତ, ବ୍ଲକ ଓ ସଦର ମହକୁମାରେ ବନ୍ଦର ପ୍ରଭାବ ଦେଖାଦେଇଥିଲା | ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ଥିବା ବେଳେ ରାଜରାସ୍ତାକୁ ମଧ୍ୟ ଅବରୋଧ କରାଯାଇଥିଲା | ତେବେ ନୂଆପଡା ଜିଲ୍ଲା ଏକ ମରୁଡି ଓ ଦାଦନ ପ୍ରବଣ ଜିଲ୍ଲାର ଶ୍ରମିକ ବର୍ଗ ବିଶେଷ କରି ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, ଦାଦନ ଓ ପ୍ରବାସୀ ଶ୍ରମିକ, କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫ, ଅଙ୍ଗନବାଡି କର୍ମୀ ଓ ଧାନମଣ୍ଡିରେ କାର୍ଯ୍ୟରତ ହେମାଲ, ବେରୋଜଗାର ଯୁବକ ଓ ଯୁବତୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅନେକ ଦାବୀ ପୂରଣ କରିବାପାଇଁ ଏହି 8 ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା | ତେବେ ଶ୍ରମିକଙ୍କ ସର୍ବ ନିମ୍ନ ମଜୁରୀ ବୃଦ୍ଧି, ତୃତୀୟ ଓ ଚତୁର୍ଥୀ ଶ୍ରେମୀ କର୍ମଚାରୀ ନିଯୁକ୍ତିରେ ରାଜ୍ୟ କେଡ଼ର ହାଟଇ ଜିଲ୍ଲା କେଡ଼ର କରିବା, ବେନିୟମ ମଦ କୋଠି ବନ୍ଦ, ମନରେଗାରେ 300 ଦିନର କାର୍ଯ୍ୟ ସୁନିଶ୍ଚିତ କରିବା, ମନରେଗା ଦୁର୍ନୀତିରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ହେଉଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ବନ୍ଦ କରିବା , ମନରେଗା ପାଇଁ ନୂତନ ଜବ କାର୍ଡ ପ୍ରଦାନ, ଅଙ୍ଗନବାଡି କର୍ମୀଙ୍କ ସମସ୍ତ ଦାବୀ ପୂରଣ, ପ୍ରତିଶୃତି ପୂର୍ବକ ନିର୍ମାଣ ଶ୍ରମିକଙ୍କୁ 60 ବର୍ଷ ପରେ ପେନସନ ଭଲି ଅନେକ ଦାବୀ ନେଇ ଜିଲ୍ଲା ଶ୍ରମିକ ମହାସଙ୍ଘ ଆଜି ରାଜା ରାସ୍ତାକୁ ଓଲ୍ହାଇ ହକର ଆରପାରର ଲଢେଇ କରିଥିଲା | ଜିଲ୍ଲାର ଖରିଆର ରୋଡ ସହର, ସଦର ମହକୁମା, ଖଡ଼ିଆଳ, ବୋଡେ଼ନ, ସିନାପାଲି, କୋମନା, କୁରୁମପୁରୀ, ଲଖନା, ତରବୋଡ଼, ମିଛପାଲି ଭଲି ଅନେକ ସ୍ଥାନରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା | ସହ ଆବାହକ ଭକ୍ତ ବନ୍ଧୁ ଧରୁଆ, ବାବୁଲାଲ ମାଝୋ, କୈଳାଶ ସାହୁ, ଇଶ୍ୱର ଶବର, ରାଜକୁମାର ବାଗ, ଖାମସିଂ ମାଝୀ, ଶୁକଦେବ ସାହୁ, ଜ୍ଞାନରଞ୍ଜନ ସାହୁ, ସନ୍ତୋଷ ସାହୁ, ଗୌତମ ବରିହା, ମହେଶ ମହରା, ଡୋରେଶ୍ୱର ପଟେଲ ପ୍ରମୁଖ ଏଥିରେ ବିଶେଷ ଭାବେ ସହଯୋଗ ପ୍ରଦାନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.