ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଡ଼ୁମେରପାଣି ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ତତ୍ୱାବଧାନରେ ଏବଂ ଡୁମେରପାଣି ପିଇଓ ତାପସ ଅଗସ୍ତିଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କେବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଲକର, ଯୁବ ଆଇନଜୀବୀ ଧନୀରାମ ସାହୁ, ସ୍ଥାନୀୟ ସରପଞ୍ଚ ଟେକ୍ରାମ ସାହୁ, ସମିତି ସଭ୍ୟ ଚୁରଣ ମାଝୀ, ଜିପିଡିଓ କ୍ଷିତିସୁତା ବାଗ, ପ୍ରମୁଖ ମଂଚାସୀନ ଥିଲେ। ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଲୋକଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ବିଭାଗର ଦ୍ୱାରା ପ୍ରଦର୍ଶିନୀ ଷ୍ଟଲ କରାଯାଇଥିଲା। ପଂଚାୟତର ସମସ୍ତ ୱାର୍ଡ ମେମ୍ବର ଏବଂ ସ୍ଥାନୀୟ ଲୋକେ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ।