ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦୁଃସ୍ଥ ବିଧବାଙ୍କୁ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାମାଜିକ ଓ ଆର୍ଥିକ ସ୍ତରରେ ସଶକ୍ତି କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଦ୍ଵାରା ଜିଲ୍ଲାର ୯ ଜଣ ଦୁସ୍ଥ ବିଧବାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫୦୦୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆର୍ଥିକ ଥଇଥାନ ନିମନ୍ତେ ଓ ସାମାଜିକ ଜୀବନକୁ ସୁଦୃଢ ତଥା ସ୍ୱାବଲମ୍ବୀ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ଵାରା ସମସ୍ତ ହିତାଧୀକାରୀଙ୍କୁ ଚେକ୍ ମାଧ୍ୟମରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଜିଲ୍ଲାର ସୋନପୁର, ବୀରମହାରାଜପୁର ଓ ତରଭା ବ୍ଲକ ଏବଂ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ସହାୟତା ପାଇଥିବା ୯ ଜଣ ଦୁସ୍ଥ ବିଧବା ମାନେ ହେଲେ ପଞ୍ଚମୀ ବାଗ, ଉତ୍ତମା ଛତ୍ରିଆ, ରଜନୀ ମହାନଦ, ଅନ୍ନପୂର୍ଣ୍ଣା ଛତ୍ରିଆ, ଖିର ବାଗ, ସୁବର୍ଣ୍ଣ ବିଭାର, ଠନ ସୁନ୍ଦରୀ କୁମ୍ଭାର, ଅହଲ୍ୟା ବାରିକ୍ ଓ ସୁପ୍ରଭା ଜଗଦଲା। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ନିଜାରତ ଶାଖା ଅଧିକାରୀ ବିଶି କେସନ ପ୍ରଧାନ, ଜିଲ୍ଲା ଜରୁରୀ ଶାଖା ଅଧିକାରିଣୀ ସିୟନ୍ତୀକା ଶୁଭଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.