ପୁରସ୍କାର ବିତରଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ରାମକୃଷ୍ଣ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଉପଲକ୍ଷେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଉତ୍ସବରେ ଶ୍ଯାମ କୁମାର ଦାସ, ସକ୍ଷମ ପ୍ରାନ୍ତ ସହ ସଚିବ, ବିଦ୍ୟା ଭୂଷଣ ପଣ୍ଡା, ରାୟଗଡ ନଗର କାର୍ଯ୍ୟବାହ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଯୋଗେଶ୍ଵର ଦାସ ରାଜ୍ୟ ଉପ ସଭାପତି ଭାରତ ମଜଦୁର ସଂଘ, ଗଣେଶ ସାହୁ ଜିଲ୍ଲା ସମ୍ପାଦକ ପ୍ରମୁଖ ଅତିଥିଗଣ ଉପସ୍ଥିତ ରହି ପୁରସ୍କାର ବିତରଣ ଶିଶୁ ବଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏ ପ୍ରାୟ ୧୦୨ଟି ପୁରସ୍କାର ଶିଶୁ ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରିଥିଲେ ଏବଂ ସମସ୍ତ ଅତିଥିଗଣ ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l କାର୍ଯ୍ୟକ୍ରମରେ ଶିଶୁମନ୍ଦିର ସଭାପତି ବିରେନ୍ଦ୍ର କୁମାର ଗୁରୁ ଅଧକ୍ଷତା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ଯ ମକ୍କା ମହେଶ୍ବରଙ୍କ ତତ୍ତ୍ଵାବଧାନରେ କାଯ୍ୟକ୍ରମଟି ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ପରିଚାଳନାର ସମ୍ପାଦକ ଡ. ରତି ରଞ୍ଜନ ଦାସ ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟର ଭଲ ପିଲା ପୁରସ୍କାର ନିଜେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀମତୀ ଅଞ୍ଜଲି ପଣ୍ଡା, ସଦସ୍ୟା ଶ୍ରୀମତୀ ପଦ୍ମାବତୀ ସା ଉପସ୍ଥିତ ଥିଲେ l ସର୍ବଶେଷରେ ତ୍ରିବିକ୍ରମ ତ୍ରିପାଠୀ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.