ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର କବିତା ଆସର

ଓଡ଼ିଆ ବାର୍ତ୍ତା/ କଟକ: ସାରସ୍ୱତ ଅନୁଷ୍ଠାନ “ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦ”ର କବିତା ଆସର ଏବଂ ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମ ଗତିରାଉତପାଟଣା, ଡିହସାହି ସ୍ଥିତ ନିଜସ୍ୱ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ସଂସଦର ସଭାପତି ଚୈତନ୍ୟ ରାଉତଙ୍କ ଅଧ୍ୟକ୍ଷତାରେ ଉଦଘାଟକ ଭାବେ ଡକ୍ଟର ସୁବାସ ବିଶ୍ୱାଳ, ମୁଖ୍ୟ ଅତିଥି ଡକ୍ଟର ସନ୍ତୋଷ କୁମାର ପଣ୍ଡା, ସମ୍ମାନୀତ ଅତିଥି ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ସମ୍ପର୍କ ସାହିତ୍ୟ ଓ ସଂସ୍କୃତି ସଂସଦର ସଭାପତି କୈଳାଶ ଚନ୍ଦ୍ର ଜେନା, ଶ୍ରୀଦୁର୍ଗା ସାହିତ୍ୟ ସଂସଦର ସଭାପତି ଚୈତନ୍ୟ ସାହୁ, ଗୀତିକବି ବାବାଜୀ ଚରଣ ଜେନା ଏବଂ ମୁଖ୍ୟ ବକ୍ତା ଭାବେ ଆଷାଢ଼ ସାହିତ୍ୟ ସଂସଦର ସମ୍ପାଦକ ପୀତାମ୍ବର ମହାପାତ୍ର ପ୍ରମୁଖ ଯୋଗଦେଇ ଭାଷା ସାହିତ୍ୟର ପ୍ରସାର ଏବଂ ପ୍ରଚାର କ୍ଷେତ୍ରରେ ପଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କଥା ପ୍ରକାଶ କରିବା ସହିତ ପଲ୍ଲୀରୁ ପ୍ରତିଭାମାନଙ୍କୁ ଚି଼ହ୍ନଟ କରିବାରେ ଅନୁଷ୍ଠାନର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ l ପ୍ରାରମ୍ଭରେ ସମ୍ପାଦିକା ଗୀତାଞ୍ଜଳି ପୃଷ୍ଟି ନିମନ୍ତ୍ରିତ ଅତିଥି ମାନଙ୍କ ପରିଚୟ ଏବଂ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ l ଗ୍ରାମ ମହନ୍ତ ସ୍ବର୍ଗତ ଦେବରାଜ ପ୍ରଧାନ ଏବଂ ବିଶିଷ୍ଟ ସାହିତ୍ୟିକ ଓ ସାମ୍ବାଦିକ ସାତକଡ଼ି ହୋତାଙ୍କ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l କବୟିତ୍ରୀ ପ୍ରମିଳା ପତି, ବିଶ୍ଵମିତ୍ରା ମିଶ୍ର, କବି ରାଜୀବ କୁମାର ଷଡ଼ଙ୍ଗୀଙ୍କ ସଂଯୋଜନାରେ ବସନ୍ତ କୁମାର ସାହୁ, ସୁଧୀର କୁମାର ନାୟକ, ବିଧୁଭୂଷଣ ମହାନ୍ତି, ନିରୁପମା ମିଶ୍ର, ମୈତ୍ରୀ ଭୂଷଣ ଖୁଣ୍ଟିଆ, ଉତ୍ତମ ଚରଣ ପ୍ରଧାନ, ବ୍ରଜବନ୍ଧୁ ପୃଷ୍ଟି, କରୁଣାକର ବାରିକ, ରାଜକିଶୋର ସ୍ୱାଇଁ, ଅଶ୍ୱିନୀ କୁମାର ସେଠୀ, ପ୍ରମୋଦ କୁମାର ସାହୁ, ତପନ ସ୍ୱାଇଁ, ଅରୁଣ ଅଗ୍ରୱାଲ, ନମିତା ମହାନ୍ତି, ଛବିରାମ ସେଠୀ, ସଚ୍ଚିଦାନନ୍ଦ କର, ଶୂନୀ ଦାଶ, ପ୍ରମୋଦ କୁମାର ଦଳାଇ, ଆଦିତ୍ୟ ରଞ୍ଜନ ଦାଶ, କମଳାକାନ୍ତ ନାୟକ, ଦେବାଶିଷ ବାରିକ, ନିରୁପମା ସାହୁ, ରଞ୍ଜନ ରାୟ, ଦିବ୍ୟରଞ୍ଜନ ମହାନ୍ତି, ପ୍ରଜ୍ଞା ପାରମିତା ରାଉତ, ଶୁଭଲକ୍ଷ୍ମୀ ଦେ, ତେଜସ୍ୱିନୀ ରାଉତ ପ୍ରମୁଖ ଅନେକ କବି ସ୍ୱରଚିତ କବିତା ପାଠକରିଥିଲେ l ଡେଜି ରାଉତ, ଦୀପକ ଭୋଇ,ପ୍ରଜ୍ଞା ପାରମିତା ପ୍ରଧାନ, ଅଜିତ ଦେ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ଉପସଭାପତି ସରୋଜ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.