ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ମହାସଭାର ବିଶାଳ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କୋକସରା/ ଧର୍ମଗଡ଼ (ହିରଣ୍ୟ ବେହେରା): ପରମ ପବିତ୍ର ଯଦୁବଂଶରେ ଭଗବାନ ଶ୍ରୀକୃଷ୍ଣ ଜନ୍ମହୋଇ ଏହି ଜାତିକୁ ଧନ୍ୟ କରି ଦେଇଛନ୍ତି। ତେବେ ସମୟର ପଟ୍ଟ ପରିବର୍ତ୍ତନ ସହ ଓଡ଼ିଶାର ଯାଦବମାନେ ରାଜନୀତି ସହ ସମସ୍ତ କ୍ଷେତ୍ରରେ ପଛୁଆ ହୋଇ ଯାଇଛନ୍ତି। ତେଣୁ ସଂଗଠନକୁ ସୁଦୃଢ କରି ଯାଦବମାନେ ରାଜନୀତିରେ ନିଜ ଭାଗ୍ୟ ନିର୍ଦ୍ଧାରଣ କରିବା ସମୟ ଏବେ ଆସିଛି ବୋଲି ରବିବାର ଧର୍ମଗଡ଼ ଉତ୍ସବ ପଡିଆଠାରେ ଆୟୋଜିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ମହାସଭାର ବିଶାଳ ସମ୍ମିଳନୀର କୋଶଳୀ ଲୋକକବି ପଦ୍ମଶ୍ରୀ ଡ. ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମତ ରଖିଛନ୍ତି। ଧର୍ମଗଡ଼ ଏନ୍ଏସି ଯାଦବ ମହାସଭାର ସଭାପତି ଅନିରୁଦ୍ଧ ଲହଜଲଙ୍କ ସଭାପତିତ୍ବରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼ ନାଗଙ୍କୁ ଧର୍ମଗଡ଼ ଚାରି ଛକ ନିକଟରୁ ବିରାଟ ଶୋଭାଯାତ୍ରାରେ ଯାଦବ ସମାଜର ମହାନ୍ ବିଭବ ବନାବାଡି ସହ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ମାଧ୍ୟମରେ ସ୍ଵାଗତ କରି ଉତ୍ସବ ପଡ଼ିଆର ସଭା ମଞ୍ଚକୁ ପାଛୋଟି ନେଇଥିଲେ। ପରେ ସମାବେଶ ଆରମ୍ଭ ହୋଇଥିଲା। ଉପଖଣ୍ଡ ଯାଦବ ମହାସଭାର ସଭାପତି ଦ୍ବାରିକାନାଥ ବାଗ ମୁଖ୍ୟବକ୍ତା, ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ଶିକ୍ଷାବିତ୍ ତଥା କବି ସତ୍ୟନାରାୟଣ ନାଏକ, ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ରସ୍ମିରେଖା ରାଉତ, ନଳୀନ ରଞ୍ଜନ ରାଉତ, ରବିନ୍ଦ୍ର ଜାଲ, ଅରୂପାନନ୍ଦ ନାଗ, ଆଇନ ପରାମର୍ଶ ଦାତା ଜହରଲାଲ ନାଗ, ସତ୍ୟ ନାରାୟଣ ବିଶି, ଶିବ ପ୍ରସାଦ ହାତୀ, ହେମାଙ୍ଗିନି ହଂସ, କୋକସରା ବ୍ଲକ ଯାଦବ ସଭାପତି ବିନୋଦ ବିହାରୀ ରାଉତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏଥିରେ ସାମାଜିକ ସଂସ୍କାରକ, ରାଜନୈତିକ, ଶିକ୍ଷା ଓ ଚାକିରି ସଂଗ୍ରକ୍ଷଣ ବ୍ୟବସ୍ଥା ଉପରେ ଆଲୋକପାତ ହୋଇଥିଲା। ଏହି କ୍ରମରେ ଯାଦବ ନାରାୟଣୀ ସେନାର ଉଦଘାଟନ କରାଯାଇଥିଲା। ଜିଲ୍ଲା ଉପଦେଷ୍ଟା ଧନୁ ଗୋପାଳ ଓ ସୁଧୀର ଗୋପାଳ ମଞ୍ଚ ସଂଯୋଜନା କରିଥିଲେ। ଧର୍ମଗଡ ବ୍ଲକ ଯାଦବ ଯୁବ ସଭାପତି ଲବଣୀ ରାଉତ, ଉପଖଣ୍ଡ ସମ୍ପାଦକ ଡାକେଶ୍ୱର ଲହଜଲ, ରାଜା ହାତୀ, ମହେନ୍ଦ୍ର ଖର୍ସେଲ, ଧନିଷ୍ଠ ଲହଜଲ, ଅରୂପାନନ୍ଦ ବାଗ, ପିଣ୍ଟୁ ଭଇଁସାଲ, ଗୁଣନିଧି ବାଗ, ବିରଞ୍ଚି ଭଇଁସାଲ ପ୍ରମୁଖ ସହଯୋଗ କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲା ତଥା ଧର୍ମଗଡ ଉପଖଣ୍ଡରୁ ଶହ ଶହ ଯାଦବ ସମାଜର ଯୁବକ, ମହିଳା ସମେତ ପୁରୁଷ ମାନେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.