ଭୁଶୁଡିଲା ମାଟିଘର; ଅଳ୍ପକେ ବର୍ତ୍ତିଲେ ବୃଦ୍ଧା, ପଡୋଶୀ ଘରେ ନେଲେ ଆଶ୍ରୟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆବାସ ଯୋଜନାରେ ପକ୍କାଘର ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ ଓ ପ୍ରଶାସନ ପାଖରେ ଗୁହାରି କରି ନିରାସ ହୋଇଥିବା ଜଣେ ବୃଦ୍ଧାଙ୍କ ପଲିଥିନ ଘୋଡା ଦଦରା କୁଡିଆ ଏବେ ଭାଙ୍ଗି ଯାଇଛି। ଫଳରେ ଦୁଃଖରେ ଭାଙ୍ଗିପଡିଛନ୍ତି ଏହି ୫୫ ବର୍ଷୀୟା ବୃଦ୍ଧା।କୋକସରା ବ୍ଳକ ମୋଟେର ଗ୍ରାମର ବୃଦ୍ଧା କୁମାରୀ ପୁଝାରୀଙ୍କ ମାଟି ଘର ଶନିବାର ବିଳମ୍ବିତ ରାତିରେ ଶୋଇଥିବା ସମୟରେ ଭୁଷୁଡି ପଡ଼ିଥିଲା। ଫଳରେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବାପା ମା’ଙ୍କ ମୃତ୍ତ୍ୟୁପରେ କୁମାରୀ ଦୀର୍ଘ ୭ବର୍ଷ ହେବ ଏକାକୀ ଏହି ଦଦରା ମାଟି କୁଡ଼ିଆରେ ରହିଆସୁଥିଲେ।ଏନେଇ ଆବାସ ଗୃହ ପାଇଁ ସେ ବିଭିନ୍ନ ସମୟରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇଁ ଜଣାଇ ଆସୁଥିଲେ। ହେଲେ କାହାରି ଦୃଷ୍ଟି ପଡି ନଥିଲା। ସେ ରହୁଥିବା ଘରକୁ ରାଜସ୍ବ ନିରୀକ୍ଷକଙ୍କ ପ୍ରଦାନ କରିଥିବା ଖଣ୍ଡେ ତାରପଲିନ ଘୋଡାଇ ବର୍ଷା ରତୁରେ ରହି ଆସୁଥିଲେ। ଏବେ ଘର ଭୁଷୁଡି ପଡିବାରୁ ବେଘର ହୋଇଛନ୍ତି ବୃଦ୍ଧା କୁମାରୀ। ତେଣୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବା ପାଇଁ କୁମାରୀ ସମେତ ପାଖ ପଡୋଶୀ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏନେଇ କୁସୁମଖୁଣ୍ଟି ରାଜସ୍ବ ନିରୀକ୍ଷକଙ୍କୁ ପଚାରିବାରୁ ତାରପଳିନ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.