ଥୁଆଙ୍ଗପଦର ଠାରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଖବାହାଳି ପଞ୍ଚାୟତ ସ୍ଥିତ ଥୁଆଙ୍ଗପଦର ଗ୍ରାମ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଛି। ଏଠାରେ ବହୁ ଆବାହନ କାଳରୁ ଏହି ଝାମୁଯାତ୍ରା ପାଳିତ ହୁଏ।ପ୍ରଥମେ ଅଗ୍ନି ଭୈରବୀ ମନ୍ଦିରରୁ ବାହାରି ନିକଟସ୍ଥ ଖଣ୍ଡା ବସା ନଦୀରୁ ବାଲି ଅଣାଯାଇଥାଏ। ଗାଁରୁ ସଂଗ୍ରହ କରିଥିବା ବିଭିନ୍ନ ପ୍ରକାରର ଶସ୍ୟ ଧାନ, ମକା, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବାପାଇଁ ୭ଟି ଚାଙ୍ଗୁଡ଼ିରେ ନଦୀରୁ ଅଣାଯାଇଥିବା ବାଲିରେ ପକାଯାଇଥାଏ। ସେହି ଗଜା ବିହନକୁ ସାତଦିନ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ ଏବଂ ନିକଟସ୍ଥ ତାଦିଶୋରୁ ଜଙ୍ଗଲକୁ ଯାଇ ପୂଜକ ମାନେ ଝାମେରା କଣ୍ଟା ଆଣି ଦୋଲି ପ୍ରସ୍ତୁତ କରିଥାନ୍ତି ଓ ସେହି କଣ୍ଟାରେ ନିର୍ମିତ ଦୋଳି ଉପରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସପ୍ତମ ଦିନରେ ଅଗ୍ନି ଭୈରବୀ ନିଆଁରେ ତିଆରି (ଝାମି) ଖନ୍ଦାକୁ ୨ଥର ପ୍ରଦକ୍ଷିଣ କାଳୀସି ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କର ଶକ୍ତିର ପରିଚୟ ଦେଇଥାନ୍ତି। ଏହିପରି ପାରମ୍ପରିକ ରିତି ନିତି ବା ଦେବନୀତି ପାଳନ କରି ଗାଁ ପୂଜକ ବନା ମାଝୀ, ଉଆଁସୁ ନାଏକ ରିତିନିତି ଅନୁସାରେ ପୂଜାର୍ଚନା କରିଥିଲେ। ଯାତ୍ରା ସରିବା ପରେ ମାନସିକ କରିଥିବା ଭକ୍ତମାନେ ପାରା, କୁକୁଡ଼ା ଓ ଛେଳି ଭଲି ଅନେକ ପଶୁପକ୍ଷୀ ବଳି ଦେଇଥିଲେ। ଏହି ବାଲିଯାତ୍ରାକୁ ସଫଳ କରିବା ପାଇଁ ଗାଁର ଯୁବ ଗୋଷ୍ଠୀ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିବାବେଳେ ଯାତ୍ରାକୁ ସଫଳ କରିବା ପାଇଁ ଅଗ୍ନି ଭୈରବୀ ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.