ବାପୁଜୀ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବାପୁଜୀ କ୍ଳଷ୍ଟରର କ୍ଲଷ୍ଟର ସ୍ତରୀୟ ମାସିକ ବୈଠକର ଆବାହିକା ସିଆର୍ସିସି ମିନତି କୁମାରୀ ପ୍ରଧାନଙ୍କ ତତ୍ତ୍ବାବଧାନରେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରଦେଶୀପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ମୁଦୁଲି ସଭାପତିତ୍ୱ କରିଥିଲେ । ବାପୁଜୀ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ସମେତ ସହ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ବୈଠକର ପ୍ରଥମ ପର୍ଯ୍ୟାୟରେ ସି ଆର୍ ସି ସି ମିନତୀ କୁମାରୀ ପ୍ରଧାନ ଟି ଏଲ୍ ଏମ୍ ସହିତ ଶିକ୍ଷଣଫଳାଫଳ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରର ଦ୍ୱିତୀୟ ପର୍ଯ୍ୟାୟର କଳାହାଣ୍ଡି ଜିଲ୍ଲାର ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବର୍ତ୍ତମାନର ପରୀକ୍ଷା ନିୟନ୍ତ୍ରକ (ବି ଏସ୍ ସି ) ଭାବେ ପଦୋନ୍ନତି ପାଇଥିବା ଶ୍ରୀ ଟେମଲାଲ ଦୁବେଙ୍କୁ ସମ୍ବର୍ଦ୍ଧନା ତତ୍ ସହିତ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣା ଆଚାରୀ ଶବରଙ୍କୁ ପରଦେଶୀପଡ଼ା ପ୍ରାଥମିକ ବିଦ୍ୟାଳୟ ଆନୁକୁଲ୍ୟରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଵି ଆର୍ ସିସି ଜୟ କୁମାର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ୍ଜଗଦିଶ ଚନ୍ଦ୍ର ମୁଣ୍ଡ , ପୂର୍ବତନ ଶିକ୍ଷକ ସଂଘ ସଭାପତି ତଥା ପ୍ରକୃତି ବନ୍ଧୁ ମନୋଜ ପାଣିଗ୍ରାହୀ, ସିନିୟର ଅଫିସର ଟଙ୍କ ସାହୁ, ଜୀତେନ୍ଦ୍ର ମୁଣ୍ଡ ଓ ସି ଆର୍ ସି ସି ମିନତି କୁମାରୀ ପ୍ରଧାନ ମଞ୍ଚାସୀନ ଥିଲେ । ସହ ଶିକ୍ଷୟିତ୍ରୀ ରୁବିତାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଥିବା ପରଦେଶୀ ପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ମୁଦୁଲି, ଶିକ୍ଷକ ସତ୍ୟନାରାୟଣ ନାୟକ ଓ ସି ଆର୍ ସି ସି ମିନତି କୁମାରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସମସ୍ତ କାର୍ଯ୍ୟରେ ପୂର୍ବତନ କଳାହାଣ୍ଡି ଜିଲ୍ଲାର ଶିକ୍ଷକ ସଂଘର ସଭାପତି ମନୋଜ ପାଣିଗ୍ରାହୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.