ଅସଂପୂର୍ଣ ରହିବ ସରବରାହ ନାଳର ସେତୁ ନିର୍ମାଣ କାର୍ଯ୍ୟ!; ବର୍ଷାଦିନେ ଲୋକେ ଯାତାୟତ କରିବେ କେମିତି?

ବର୍ଷାଋତୁ ପାଇଁ କାମ ବନ୍ଦ ନିମନ୍ତେ ବିଭାଗୀୟ ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର କର୍ଲାମୁଣ୍ଡା ଠାରୁ ରିଂଜାକୁ ଯାଇଥିବା ଆର.ଡି ରାସ୍ତାର ସରବରାହ ନାଳ ଉପରେ ନିର୍ମାଣ କରାଯାଉଥିବା ସେତୁ କାମ ବର୍ତମାନ ଚାଲୁ ରହିଥିବା ବେଳେ ଗ୍ରାମ ଉନ୍ନୟନ ବିଭାଜନ କେସିଙ୍ଗା ପକ୍ଷରୁ ବର୍ଷାଋତୁ ପାଇଁ କାମ ବନ୍ଦ କରିବାକୁ ଚିଠି ମାଧ୍ୟମରେ ସଂପୃକ୍ତ ଠିକାଦାରଙ୍କୁ ଅବଗତ କରିବା ପରେ ଆଜିଠାରୁ କାମ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବର୍ତମାନ ଏଇ ସେତୁର ଗୋଟିଏ ପାଶ୍ୱର୍ର ଛାତ ପଡିଥିବା ବେଳେ ଅନ୍ୟ ପାଶ୍ୱର୍ର ଛାତ ପଡିବା ବାକି ରହିଥିଲା । କାମ ମଧ୍ୟ ଜୋରସୋର ଚାଲିଥିଲା । ହେଲେ ପ୍ରଶାସନ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାପରେ ଯାତାୟତକୁ ନେଇ ଅଂଚଳବାସୀ ଏବେ ଘୋର ଚିନ୍ତାରେ । ଏଠାରେ ପୂର୍ବରୁ ଥିବା ବ୍ରିଜର ଅବସ୍ଥା ଶୋଚନୀୟ ରହିବାରୁ ତାକୁ ଭାଂଗି ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୨ କୋଟି ୭୧ ଲକ୍ଷ ୨୮ ହଜାର ୮୧୨ ଟଙ୍କା ଅଟକଳରେ ଟେଂଡର ଆହ୍ୱାନ କରାଯାଇଥିଲା । ଏହାର ଟେଂଡର ପାଇଥିବା ଠିକାଦାର ଗତବର୍ଷ ୨୦୨୩ରୁ କାମ ଆରମ୍ଭ କରିଥିଲେ । ଏହାର କାର୍ଯ୍ୟଶେଷ ଅବଧି ୨୦୨୫ ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ରହିଛି । ତେବେ ବର୍ତମାନ ଅଂସପୂର୍ଣ ଭାବେ ବ୍ରିଜ ରହିଗଲେ ବର୍ଷା ଦିନେ ଯାତାୟତରେ ଗୁରୁତର ସମସ୍ୟା ଦେଖାଦେବ । ବିଭାଗ ପକ୍ଷରୁ ଚିଠି ନଂ – ୧୪୪୫ ତା-୨୧-୦୬-୨୦୨୪ ରେ ସଂପୃକ୍ତ ଠିକାଦାରଙ୍କୁ କାମ ବନ୍ଦ କରିବା ପାଇଁ କୁହାଯାଇଥିବାରୁ ବର୍ତମାନ ସ୍ଥାନୀୟ ଲୋକେ ଚିନ୍ତାରେ ଅଛନ୍ତି । ଏଇ ରାସ୍ତା ବ୍ଲକର ଏକ ବ୍ୟସ୍ତବହୁଳ ରାସ୍ତା ଅଟେ । ବର୍ଷା ଦିନେ ନାଳରେ ବହୁତ ପାଣି ପ୍ରବାହିତ ହୋଇଥାଏ । ସେ ସମୟରେ ରିଂଜା ଅଂଚଳବାସୀ ବ୍ଲକ ସଦରକୁ ତଥା ଅନ୍ୟ ଅଂଚଳକୁ ଯିବା ଆସିବାରେ ଯିବା ଆସିବାରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବେ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି । ଅନ୍ୟପକ୍ଷରେ ବର୍ତମାନ ମଧ୍ୟ ଅନ୍ୟ ନିର୍ମାଣଧିନ ଛାତ ଗୁଡିକର କାମ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଏଇ ନିୟମ ସବୁ ବିଭାଗ ପାଇଁ ନା କେବଳ ବ୍ରିଜ ନିର୍ମାଣ କ୍ଷେତ୍ରରେ ପ୍ରଯୁଜ୍ୟ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.