ଅହଂକାର ପାଇଁ ବିଜେଡ଼ିର ପତ୍ତନ ହେଲା -ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବିଜେଡିକୁ କେନ୍ଦୁଝର ସଭାରେ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ମମିତା ମେହେରା ଓ ପରୀ ମାମଲାରେ ନ୍ୟାୟ ଦିଆଗଲାନି, ପାପଭାର ବଢ଼ିବା ପରେ ଅହଂକାରର ପତ୍ତନ ହେଲା । ପାଞ୍ଚ ପାଞ୍ଚ ଥରର ବିଜେଡିକୁ ଲୋକେ ସୁଯୋଗ ଦେଇଥିଲେ, କିନ୍ତୁ ତଳ ଆଡୁ ପ୍ରଥମ ହେଉଥିଲା ଓଡ଼ିଶା, ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେଉଥିଲେ କିନ୍ତୁ ରାଜ୍ୟ କାହିଁକି ପଛୁଆ ହେଉଥିଲା ? ଏମିତି କି ରାଜ୍ୟରେ ବିଚିତ୍ର ଶାସନ ଚାଲୁଥିଲା ଭଳି ଦୃଶ୍ୟମାନ ହେଉଥିଲା ବୋଲି ସେ ସମାଲୋଚନା କରିଛନ୍ତି । ଏପରିକି କେନ୍ଦୁଝରକୁ ଲୁଟ୍ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ଲୁଟରେ ସେତେବେଳର ସରକାର ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି । ତେବେ ମୋହନ ସରକାର କାହାରିକୁ ଛାଡ଼ିବ ନାହିଁ ବୋଲି ସଫାସଫା ଶୁଣେଇ ଦେଇଛନ୍ତି । ଯେଉଁମାନେ କେନ୍ଦୁଝରକୁ ଲୁଟ୍ କରିଛନ୍ତି, ସେମାନେ ନଜରରେ ଥିବା କହିଛନ୍ତି । ଆଉ ସମସ୍ତଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ବୋଲି ପ୍ରଚାର କରାଯାଉଥିଲା । କିନ୍ତୁ ସେଇ ସରକାର ସମୟରେ ଓଡ଼ିଶା କାହିଁକି ୨୮ ନମ୍ବର କିମ୍ବା ୩୦ ନମ୍ବର ରାଜ୍ୟ ଥିଲା ବୋଲି ମୋହନ ମାଝୀ ଟାର୍ଗେଟ୍ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.