ଆଜିଠାରୁ ୧୮ତମ ଲୋକସଭାର ପ୍ରଥମ ସ୍ବତନ୍ତ୍ର ଅଧିବେଶନ

ଶପଥ ନେବେ ନବ ନିର୍ବାଚିତ ସାଂସଦ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜି ସୋମବାର ଠାରୁ ୧୮ତମ ଲୋକସଭାର ପ୍ରଥମ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସୋମବାର ଓ ମଙ୍ଗଳବାର ଦିନ ନବ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବେ । ନବ ନିର୍ବାଚିତ ଏମପିଙ୍କ ଶପଥ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭାଜପା ଏମପି ଭତ୍ତୃହରି ମହତାବଙ୍କୁ ପ୍ରୋଟେମ ସ୍ପିକର ଭାବରେ ନିଯୁକ୍ତ କରିଛନ୍ତି । ତେବେ ବିରୋଧୀଙ୍କ ପକ୍ଷରୁ ପ୍ରୋଟେମ ସ୍ପିକରଙ୍କୁ ତୀବ୍ର ବିରୋଧ କରାଯାଉଛି । ତେବେ ନୂଆ ଏମପି ଶପଥ ନେବାବେଳେ ଭତ୍ତୃହରିଙ୍କ ସମେତ ବିରୋଧର ଦଳର ୩ଜଣ ନେତା ତାଙ୍କୁ ସହଯୋଗ କରିଥାନ୍ତେ । ହେଲେ ପ୍ରୋ ଟେମ୍‌ ସ୍ପିକରକୁ ନେଇ ମୁଣ୍ଡ ଟେକିଥିବା ବିବାଦକୁ ନେଇ କେ. ସୁରେଶ (କଂଗ୍ରେସ), ଟି ଆର ବାଲୁ (ଡିଏମକେ), ରାଧା ମୋହନ ସିଂ ଏବଂ ଫଗଗାନ ସିଂ କୁଲାଷ୍ଟେ ସହଯୋଗ କରିବେ ନାହିଁ ବୋଲି ଖୋଲାଖୋଲି କହି ଦେଇଛନ୍ତି । ପରମ୍ପରାକୁ ଭାଙ୍ଗି ୮ଥର କଂଗ୍ରେସ ଏମପି କେ ସୁରେଶଙ୍କ ବଦଳରେ ୭ ଥରର ଭାଜପା ଏମପି ମହତାବଙ୍କୁ ପ୍ରୋ ଟେମ୍‌ (କାମଚଳା);ସ୍ପିକର କରାଯାଇଛି । ବିରୋଧୀ ଦଳ ମେଣ୍ଟ ଏହାକୁ ନେଇ ଆପତ୍ତି ଉଠାଇଛି । ଏହି ଆପତ୍ତି ଏବଂ ବିବାଦ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ ରବିବାର ଟିଏମସି ନେତା ସୁଦୀପ ବାନ୍ଦୋପାଧ୍ୟାୟଙ୍କୁ ଭେଟିଛନ୍ତି । ଲୋକ ସଭାରେ ସ୍ପିକର ପ୍ୟାନେଲରେ ନାମିତ ତିନିଜଣ ବିରୋଧୀଦଳଙ୍କ ମଧ୍ୟରୁ ବାନ୍ଦୋପାଧ୍ୟାୟ ରିଜିଜୁଙ୍କୁ କହିଛନ୍ତି ଯେ, ସେ ଏହି ପ୍ୟାନେଲରେ ଯୋଗ ଦେଇ ପାରିବେ ନାହିଁ । ଏବଂ ଇଣ୍ଡିଆ ମେଣ୍ଟ ନେଇଥିବା ନିଷ୍ପତ୍ତିରେ ପ୍ରତିବଦ୍ଧ ରହିବେ । ବରିଷ୍ଠ ନେତା ଜୟରାମ ରମେଶ ଶାସକ ଦଳକୁ ଦଳ ବିରୋଧୀ ବୋଲି କହିବା ସହ ରବିବାର ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ୍ସରେ ପୋଷ୍ଟ କରି କହିଛନ୍ତି, ଯଦି ଏହି ତର୍କକୁ ଗ୍ରହଣ କରାଯାଏ, ତେବେ କ୍ରମାଗତ ୭ ଥର ଏମପି ଥିବା ଭାଜପା ଏମପି ରମେଶ ଚାନ୍ଦପ୍ପା ଜିଗଜିନାଗି ନାଁ କାହିଁକି ବିଚାର କରାଯାଉ ନାହିଁ ? ସେ ସୁରେଶଙ୍କ ପରି ଜଣେ ଦଳିତ ବୋଲି ? ଏହି ପୋଷ୍ଟରେ ପ୍ରତିକ୍ରିୟା ରଖି ଭାଜପା ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ, କଂଗ୍ରେସ ସୁରେଶଙ୍କୁ ବିରୋଧୀ ଦଳର ନେତା କରିବା ଉଚିତ । ଯଦି ଆପଣ ସୁରେଶଙ୍କ ରାଜନୈତିକ କ୍ୟାରିୟର ପାଇଁ ଏତେ ଚିନ୍ତିତ ଅଛନ୍ତି, ତେବେ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ତାଙ୍କୁ ୨୦୨୬ କେରଳ ନିର୍ବାଚନ ପୂର୍ବରୁ ତାଙ୍କୁ ବିରୋଧୀ ଦଳର ନେତା କିମ୍ବା ୟୁଡିଏଫର  ମୁଖ୍ୟମନ୍ତ୍ରୀ ଚେହେରା କରାଯାଉ । ଏକ ଅସ୍ଥାୟୀ ପଦକୁ ନେଇ ଏତେ ଚାପରେ କାହିଁକି ଅଛନ୍ତି ?

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.